Explore

Search

March 18, 2026 10:24 pm

ଏପ୍ରିଲ ୧ରୁ ଅଣ୍ଡାରେ ଲେଖା ହେବ ଏକ୍ସପାରୀ ଡେଟ

ଲକ୍ଷ୍ନୌ : ଖାଦ୍ୟ ସୁରକ୍ଷା ଓ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ଉତ୍ତରପ୍ରଦେଶ ସରକାର ଅଣ୍ଡା ବିକ୍ରୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଆଣିଛନ୍ତି । ଏପ୍ରିଲ ୧ ତାରିଖରୁ ପ୍ରତ୍ୟେକ ଅଣ୍ଡାରେ ଉତ୍ପାଦନ ତାରିଖ ସହ ଏକ୍ସପାରୀ ତାରିଖ ମୋହର ଲଗାଇବାକୁ ବାଧ୍ୟତାମୂଳକ କରାଯିବ ।

ନୂଆ ନିୟମ ଲାଗୁ ହେଲେ ବ୍ୟବସାୟୀମାନେ ଆଉ ପୁରୁଣା ଅଣ୍ଡାକୁ ତାଜା ବୋଲି ବିକ୍ରି କରିପାରିବେ ନାହିଁ। ଗ୍ରାହକମାନେ ଏବେ ସହଜରେ ଅଣ୍ଡାର ତାରିଖ ଦେଖି ଏହା କେତେ ଦିନର ଓ କେତେଦିନ ପର୍ଯ୍ୟନ୍ତ ଖାଇବାକୁ ଯୋଗ୍ୟ ତାହା ନିଜେ ନିଷ୍ପତ୍ତି ନେଇପାରିବେ।

ସରକାରୀ ସୂତ୍ର ଅନୁଯାୟୀ, ଅଣ୍ଡା ସିଧାସଳଖ ମଣିଷର ସ୍ୱାସ୍ଥ୍ୟ ସହ ସମ୍ପୃକ୍ତ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି । ପୂର୍ବରୁ ଅନେକ ସ୍ଥାନରେ ପୁରୁଣା ଓ ନଷ୍ଟ ଅଣ୍ଡା ବିକ୍ରି ହେଉଥିଲେ ମଧ୍ୟ ଗ୍ରାହକମାନେ ତାହା ଚିହ୍ନଟ କରିପାରୁନଥିଲେ । ଏହି ନିୟମ ଲାଗୁ ହେଲେ ବଜାରରେ ସ୍ୱଚ୍ଛତା ବଢ଼ିବା ସହ ଲୋକମାନେ ସୁରକ୍ଷିତ ଖାଦ୍ୟ ପାଇପାରିବେ।

ତାପମାତ୍ରା ଅନୁଯାୟୀ ଅଣ୍ଡାର ସ୍ଥାୟୀତ୍ୱ ମଧ୍ୟ ଭିନ୍ନ ହୁଏ । ସାଧାରଣ ତାପମାତ୍ରାରେ ଅଣ୍ଡା ପ୍ରାୟ ୧୪ ଦିନ ପର୍ଯ୍ୟନ୍ତ ଭଲ ରହେ, ଯେତେବେଳେ ଥଣ୍ଡା ସ୍ଥାନରେ ସଂରକ୍ଷଣ କଲେ ପ୍ରାୟ ୫ ସପ୍ତାହ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ରହିଥାଏ । କିନ୍ତୁ ଅନେକ ସମୟରେ ଠିକ ଭାବରେ ସଂରକ୍ଷଣ ନହେବାରୁ ଗୁଣବତ୍ତା ନଷ୍ଟ ହେଉଥିଲା।

ନିୟମ ଭଙ୍ଗ କରିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଯେକୌଣସି ଦୋକାନୀ କିମ୍ବା ବ୍ୟବସାୟୀ ଏହି ନିୟମ ମାନିନଥିଲେ ତାଙ୍କର ଅଣ୍ଡା ଜବତ କରାଯିବ କିମ୍ବା ନଷ୍ଟ କରାଯିବ । ଏଥିସହ ଅନୁଚିତ ଭାବେ ବିକ୍ରି ହେଉଥିବା ଅଣ୍ଡାକୁ ‘ଖାଦ୍ୟଯୋଗ୍ୟ ନୁହେଁ ବୋଲି ଚିହ୍ନିଟ କରାଯିବ।

ଏହି ପଦକ୍ଷେପ ଫଳରେ ଉପଭୋକ୍ତାମାନେ ଆଗରୁ ଅଧିକ ସଚେତନ ହେବେ । ଏବେ ଅଣ୍ଡା କିଣିବାବେଳେ ସେମାନେ ତାରିଖ ଯାଞ୍ଚ କରି ସୁରକ୍ଷିତ ଓ ତାଜା ଖାଦ୍ୟ ବାଛିପାରିବେ । ସରକାରଙ୍କ ଏହି ନିଷ୍ପତ୍ତିକୁ ଉପଭୋକ୍ତା ସୁରକ୍ଷା ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ମନେ କରାଯାଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score