Explore

Search

January 15, 2026 2:44 am

ଉନ୍ନତ ପ୍ରଣାଳୀରେ କପା ଚାଷ ପାଲଟିଛି ରୋଜଗାର ମାଧ୍ୟମ

Cotton Cultivation

ଗଞ୍ଜାମ ଜିଲ୍ଲାର ଚାଷୀମାନେ କପା ଚାଷ କରି ରୋଜଗାରକ୍ଷମ ହୋଇପାରିଛନ୍ତି । ଜିଲ୍ଲା ପ୍ରଶାସନ ସହାୟତାରେ ଚାଷୀ ମାନେ ଆବଶ୍ୟକୀୟ ପ୍ରଶିକ୍ଷଣ ଏବଂ ବିହନ ଦ୍ୱାରା ଉତ୍ତମ ମାନର କପା ଚାଷ କରିପାରୁଛନ୍ତି। 40 ଏକର ଜମିରେ ହୋଇଛି ଏହି କପାଚାଷ ଏବଂ ଏଥିରୁ ଭଲ ଦି ପଇସା ରୋଜଗାର ମଧ୍ୟ ହେଉଛି । ସୂଚନା ମୁତାବକ ଏହାପୂର୍ବରୁ ମଧ୍ୟ ଚାଷୀମାନେ ଏହି କପା ଚାଷ କରିଆସୁଥିଲେ ମାତ୍ର ଆବଶ୍ୟକୀୟ ପ୍ରଶିକ୍ଷଣ ଏବଂ ଉର୍ନତ ମନର ଟେକ୍ନୋଲୋଜି ଅଭାବ ରୁ ଏହି ଚାଷ ରୁ ବିଶେଷ କିଛି ଲାଭ ମିଳିପାରୁନଥିଲା। ଏଥିସହ ଉତ୍ପାଦ କପା ଗୁଡିକୁ ବିକ୍ରୟ ରେ ମଧ୍ୟ ସମସ୍ୟା ହେଉଥିଲା ମାତ୍ର ଏବେ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ଚାଷୀମାନଙ୍କ ପାଇଁ କପା ବିକ୍ରୟ ପାଇଁ ସୁବିଧା କରାଯାଇଛି। ଏଥିପାଇଁ ଉପଯୁକ୍ତ ମୂଲ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି, ଏଥି ସହ ଚାଷୀମାନଙ୍କୁ ଉର୍ନତ ପ୍ରଣାଳୀରେ ଚାଷ ପାଇଁ ପ୍ରଶିକ୍ଷଣ ବ୍ୟବସ୍ଥା ମଧ୍ୟ ଜିଲ୍ଲା ପ୍ରଶାସସନ ପକ୍ଷରୁ କରାଯାଇଛି ଯେଉଁଥିପାଇଁ ସେମାନେ ଏବେ କେବଳ ପାରମ୍ପରିକ ପଦ୍ଧତିରେ ଚାଷ ନ କରି ଆଧୁନିକ ପ୍ରାଣଳି କୁ ଆପଣେଇପାରିଛନ୍ତି ଏବଂ ଏଥିରୁ ବେଶ ଲାଭବାନ ମଧ୍ୟ ହୋଇପାରିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score