Explore

Search

January 14, 2026 9:24 am

ଇଥିଓପିଆରେ ମୋଦିଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନ

ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ ହେଲେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି । ଇଥିଓପିଆର ମହାନ ସମ୍ମାନ ନିଶାନ ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦ ଗ୍ରେଟ ଅନର ନିଶାନ ପ୍ରଦାନ କରିଛନ୍ତି ଇଥିଓପିଆ ପ୍ରଧାନମନ୍ତ୍ରୀ । ଏହି ସମ୍ମାନକୁ ଭାରତୀୟଙ୍କୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି। ଏହାକୁ ମିଶାଇ ସେ ୨୮ଟି ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଆଉ ଇଥିଓପିଆର ସର୍ବୋଚ୍ଚ ନାଗରିକ ସମ୍ମାନରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ସମ୍ମାନିତ ହେବାପରେ ଇଥିଓପିଆ ପ୍ରଧାନମନ୍ତ୍ରୀ ବନ୍ଧୁ ଅବି ଅହମ୍ମଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ବଡ଼ ସମ୍ମାନ ୧୪୦ କୋଟି ଭାରତୀୟଙ୍କୁ ସମର୍ପିତ କରୁଛି ବୋଲି ମୋଦି କହିଥିଲେ । ମୋଦି ଆହୁରି ମଧ୍ୟ କହିଛନ୍ତି ଭାରତ-ଇଥିଓପିଆ ମଧ୍ୟରେ ଦୃଢ଼ ସମ୍ପର୍କ ରହିଛି । ସୂଚନା ଅନୁସାରେ ଜୋର୍ଡାନ ଗସ୍ତ ସାରି ପ୍ରଧାନମନ୍ତ୍ରୀ ପହଞ୍ଚିଥିଲେ ଇଥିଓପିଆରେ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା । ଏୟାରପୋର୍ଟରେ ନିଜେ ଇଥିଓପିଆ ପ୍ରଧାନମନ୍ତ୍ରୀ ଅବି ଅହମ୍ମଦ ଅଲ୍ଲୀ ପିଏମ ମୋଦିଙ୍କୁ ସ୍ବାଗତ କରିଥିଲେ। ବାଟରେ ସେ ମୋଦିଙ୍କୁ ଦେଖାଇଥିଲେ ସାଇନ୍ସ ମ୍ୟୁଜିୟମ ଓ ଫ୍ରେଣ୍ଡସିପ ପାର୍କ । ପରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିଥିଲେ ମୋଦି । ଏହି ସମାରୋହ ଇଥିଓପିଆର ସମୃଦ୍ଧ ଐତିହ୍ୟକୁ ସୁନ୍ଦର ଭାବରେ ପ୍ରଦର୍ଶିତ କରିଥିଲା ।

ପ୍ରଧାମନ୍ତ୍ରୀ ମୋଦି ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲିଙ୍କ ନେତୃତ୍ୱ ଏବଂ ଜାତୀୟ ଏକତା, ସ୍ଥିରତା ଏବଂ ଅନ୍ତର୍ଭୁକ୍ତ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ନେଇଥିବା ପଦକ୍ଷେପ ପ୍ରଶଂସା କରିଥିଲେ । ରାଷ୍ଟ୍ର ନିର୍ମାଣ ପାଇଁ ଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଇଥିଓପିଆର ପ୍ରଗତି ଏବଂ ବିକାଶରେ ଯୋଗଦାନ ଦେବା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଭାରତୀୟ ଶିକ୍ଷକମାନଙ୍କ ପାଇଁ ଏକ ସୌଭାଗ୍ୟର ବିଷୟ ଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score