Explore

Search

March 2, 2026 12:18 am

ଆରମ୍ଭ ହେଲା ମା’ବୁଢ଼ୀ ସାଆନ୍ତାଣୀ ଠାକୁରାଣୀଙ୍କ ଯାତ୍ରା

ବ୍ରହ୍ମପୁରର ଆରାଧ୍ୟ ପ୍ରସିଦ୍ଧ ମା’ ବୁଢ଼ୀ ଠାକୁରାଣୀ ଆଜି ପିତ୍ରାଳୟକୁ ଆଗମନ କରିବେ l ସୂଚନା ଅନୁଯାୟୀ ଦୁଇ ବର୍ଷକୁ ଥରେ ମା’ ବାପଘରକୁ ଆସୁଥିବା ଯୋଗୁଁ ଏହି ସମୟକୁ ସମସ୍ତେ ଅପେକ୍ଷା କରିଥା’ନ୍ତି ପ୍ରଚଳିତ ନିୟମାନୁଯାୟୀ ମା’ ଠାକୁରାଣୀଙ୍କୁ ଆଜି ଯାତ୍ରା ପରିଚାଳକ ତଥା ବାପଘରୁ ନିମନ୍ତ୍ରଣ କରାଯାଇଛି। ମା’ଙ୍କୁ ଆବାହନ
କରିବା ପାଇଁ ଫୁଲଚାଙ୍ଗୁଡ଼ି ପୂଜା ଶେଷ ହୋଇ ଠାକୁରାଣୀଙ୍କ ବାପଘର ଆଗମନ ସହ ବ୍ରହ୍ମପୁରର ପ୍ରସିଦ୍ଧ ଦ୍ବିବାର୍ଷିକ ଠାକୁରାଣୀ ଯାତ୍ରା ଆଜି ଠାରୁ ଆରମ୍ଭ ହୋଇଛି। ବିଳମ୍ବିତ ରାତିରେ ମା’ଙ୍କୁ ଦେଶୀବେହେରାଙ୍କ ପରିବାର ପକ୍ଷରୁ ବିଭିନ୍ନ ବାଦ୍ୟବାଜଣାର ଶୋଭାଯାତ୍ରାରେ ଠାକୁରାଣୀ ମନ୍ଦିରକୁ ଯାଇ ମା’ଙ୍କୁ ଆବାହନ କରାଯାଇଛି।

ଠାକୁରାଣୀଙ୍କ ଶାଶୂଘର ପକ୍ଷରୁ ଅନୁମତି ମିଳିବା ପରେ ସେଠାରୁ ଦେଶୀବେହେରାଙ୍କ ସହିତ ଆସିଥିବା ସମସ୍ତ ପଟୁଆର ପୁଣି ଉପନିବନ୍ଧକ କାର୍ଯ୍ୟାଳୟସ୍ଥିତ କାଳୀମନ୍ଦିର ତଥା ମା’ ବୁଢ଼ୀ ଠାକୁରାଣୀଙ୍କ ବୋହୂଙ୍କ (ସାନଠାକୁରାଣୀ) ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରି ମା’ଙ୍କୁ ଆମନ୍ତ୍ରଣ କରିଥିଲେ । ସଂଧ୍ୟାରେ ଦେଶୀ ବେହେରାଙ୍କ ବାସଗୃହରେ ଥିବା ମା’ଙ୍କ ଆସ୍ଥାନ ନିକଟରେ ଫୁଲସୁନ୍ଦରୀସାହି ସ୍ଥିତ ସିଏଚ୍.ତ୍ରିନାଥଙ୍କ ଘରୁ ସ୍ବତନ୍ତ୍ର ଭାବେ ବାଉଁଶପାତିଆରେ ନିର୍ମିତ ଚାଙ୍ଗୁଡ଼ିକୁ ଅଣାଯାଇ ବିଭିନ୍ନ ରଙ୍ଗରେ ସଜ୍ଜିତ କରାଯାଇଛି। ଷଣ୍ଢମହାନ୍ତି ସାହିର କାଶୀନାଥ ରାଉଳଙ୍କ ଘରୁ ଆସିଥିବା ଇଟମଳା ଫୁଲମାଳକୁ ସେଥିରେ ରଖାଯାଇଛି। ଚାଉଳ, ଗୁଆ, ହଳଦୀ ଏବଂ ଦୀପ ଲଗାଇ ଫୁଲ ଚାଙ୍ଗୁଡ଼ିକୁ ସଂକଳ୍ପ ପୂଜା କରାଯାଇଥିଲା । ଉକ୍ତ ସଂକଳ୍ପ କାର୍ଯ୍ୟକୁ ପିତ୍ତଳର ଟୁନା ପାତ୍ର ଓ ଆମ୍ବପୁଆର ଯୋଗୀ ପାତ୍ର ତୁଲାଇଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score