Explore

Search

April 8, 2026 10:44 pm

‘ଆମର ବଜେଟ, ଆମର ଅଭିଯାନ’ : ପାରଦର୍ଶୀ ଶାସନର ନୂଆ ପଦକ୍ଷେପ

ଭୁବନେଶ୍ୱର : ବଜେଟ କେବଳ ଆୟ ଓ ବ୍ୟୟର ହିସାବ ନୁହେଁ, ଏହା ରାଜ୍ୟର ସମଗ୍ର ଉନ୍ନତି ପାଇଁ ଏକ ସ୍ପଷ୍ଟ ଯୋଜନା ଓ ଲୋକମାନଙ୍କ ସ୍ୱପ୍ନ ପୂରଣର ପଥପ୍ରଦର୍ଶକ । ଚଳିତ ବର୍ଷର ବଜେଟ ପୂର୍ବବର୍ଷ ତୁଳନାରେ ୭ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ କହିଛନ୍ତି । ଏହି ସଚେତନତା ଅଭିଯାନକୁ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ପହଞ୍ଚାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଲୋକସେବା ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ରାଜ୍ୟର ଦୀର୍ଘମିଆଦୀ ଲକ୍ଷ୍ୟ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ । ୨୦୪୭ ସୁଦ୍ଧା ମୁଣ୍ଡପିଛା ଆୟକୁ ବହୁଗୁଣା ବୃଦ୍ଧି କରିବା, ଜୀବନମାନ ଉନ୍ନତ କରିବା, ଦାରିଦ୍ର୍ୟ କମେଇବା, ମହିଳାଙ୍କ ଅଂଶଗ୍ରହଣ ବଢ଼ାଇବା ଓ ଆୟୁଷକୁ ବୃଦ୍ଧି କରିବା ଭଳି ଲକ୍ଷ୍ୟ ଧାରଣ କରାଯାଇଛି । ସେହିପରି, ରକ୍ତହୀନତା ଓ ଅପପୁଷ୍ଟିକୁ ଦୂର କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯିବ ।

୨୦୨୬-୨୭ ବର୍ଷର ବଜେଟ ରାଜ୍ୟର ଭବିଷ୍ୟତ ଭିଜନ ସହ ସମନ୍ୱୟ ରଖି ପ୍ରସ୍ତୁତ ହୋଇଛି । ଯାହା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ସହାୟକ ହେବ । ଏଥିରେ ୩୧ଟି ନୂତନ ପଦକ୍ଷେପ ସାମିଲ ହୋଇଛି ଏବଂ ମୋଟ ୩ ଲକ୍ଷ ୧୦ ହଜାର କୋଟି ଟଙ୍କା ବ୍ୟୟ ଯୋଜନା କରାଯାଇଛି । ପୁଞ୍ଜି ବିନିଯୋଗକୁ ଏଥିରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।

ରାଜ୍ୟକୁ ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ରହିଛି । ଏହି ଲକ୍ଷ୍ୟ ବଡ଼ ହେଲେ ମଧ୍ୟ ଓଡ଼ିଆ ଲୋକଙ୍କ ସମର୍ଥ୍ୟ ଓ ପ୍ରୟାସରେ ଏହା ସାଧ୍ୟ ହେବ ବୋଲି ସେ ବିଶ୍ୱାସ ପ୍ରକାଶ କରିଥିଲେ ।

ଏହି ବଜେଟରେ ଭିତ୍ତିଭୂମି, ଶିଳ୍ପ, ପର୍ଯ୍ୟଟନ, କୃଷି, ନାରୀ ସଶକ୍ତିକରଣ, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଆଗରେ ରଖାଯାଇଛି । ଭୁବନେଶ୍ୱର-କଟକ-ପୁରୀ-ପାରାଦୀପ ଅର୍ଥନୈତିକ କରିଡର, ଜଳପଥ-୫ ଓ ନୂତନ ପୋର୍ଟ ପ୍ରକଳ୍ପ ମାଧ୍ୟମରେ ଓଡ଼ିଶାକୁ ଲଜିଷ୍ଟିକ୍ସ ହବରେ ପରିଣତ କରିବା ଯୋଜନା ରହିଛି । ପୁରୀର ଶାମୁକା ପ୍ରକଳ୍ପ ଓ ଚିଲିକା ଉନ୍ନୟନ ଯୋଜନା ପର୍ଯ୍ୟଟନକୁ ଆଗକୁ ନେବ ।

ଏଥିସହିତ ଗ୍ରାମୀଣ ଉନ୍ନତି, ରୋଜଗାର ସୃଷ୍ଟି ଓ ଦାଦନ ସମସ୍ୟା ସମାଧାନ ପାଇଁ ବିଶେଷ ପଦକ୍ଷେପ ନିଆଯାଇଛି । ମହିଳାଙ୍କ ପାଇଁ ‘ସୁଭଦ୍ରା’, ‘ଲକ୍ଷପତି ଦିଦି’ ଓ ‘କନ୍ୟା ସୁମଙ୍ଗଳ’ ଭଳି ଯୋଜନା ଆହୁରି ସକ୍ତିଶାଳୀ କରାଯିବ । ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ନୂତନ ମେଡିକାଲ କଲେଜ, ବିଶ୍ୱବିଦ୍ୟାଳୟ ଓ ଆଧୁନିକ ସୁବିଧା ସୃଷ୍ଟି କରାଯିବ, ଯାହାଫଳରେ ଲୋକମାନେ ଭଲ ସେବା ପାଇପାରିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score