ଭୁବନେଶ୍ୱର : ଆଜିଠୁ ଟୋଲ ପ୍ଲାଜାରେ ନଗଦ ଦେୟ ବନ୍ଦ । ବଦଳିଗଲା ଟୋଲ ପ୍ଲାଜା ନିୟମ। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ପକ୍ଷରୁ ଟୋଲ ଆଦାୟ ପ୍ରଣାଳୀରେ ବଡ଼ ପରିବର୍ତ୍ତନ ଅଣାଯାଇଛି । ଏବେ ଦେଶର ସମସ୍ତ ଟୋଲ୍ ପ୍ଲାଜାରେ ନଗଦ ଟଙ୍କା ନେବା ପ୍ରାୟ ବନ୍ଦ କରାଯାଇଛି । ତେଣୁ ସମସ୍ତ ଦେୟ ଡିଜିଟାଲ ମାଧ୍ୟମରେ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି ।
ଏହି ନୂତନ ବ୍ୟବସ୍ଥାରେ FASTag ଅବଶ୍ୟକ ହୋଇପଡ଼ିଛି । ଯଦି ଗାଡ଼ିରେ FASTag ନଥାଏ, ତେବେ ଯାତ୍ରୀମାନେ UPI (ଯଥା GPay, PhonePe) ମାଧ୍ୟମରେ ଟୋଲ୍ ଦେୟ ଦେଇପାରିବେ, କିନ୍ତୁ ସେଥିରେ ସାଧାରଣ ଟୋଲ୍ ରାଶିଠାରୁ ୨୫% ଅଧିକ ଶୁଳ୍କ ଦେବାକୁ ପଡ଼ିବ। ଅର୍ଥାତ୍ ₹୧୦୦ ଟୋଲ୍ ପାଇଁ ₹୧୨୫ ଦେବାକୁ ପଡ଼ିବ।
ଯଦି FASTag ନଥାଏ ଏବଂ UPI ମାଧ୍ୟମରେ ଦେୟ ମଧ୍ୟ ହେବାକୁ ନାହିଁ, ତେବେ ଆପଣଙ୍କୁ ଟୋଲ ପ୍ଲାଜାରୁ ଆଗକୁ ବଢ଼ିବାକୁ ଅନୁମତି ମିଳିନପାରେ। କାରଣ ମାନୁଆଲ୍ ଟିକେଟ୍ ବ୍ୟବସ୍ଥା ପୂରାପୂରି ବନ୍ଦ ହୋଇଯାଇଛି । ଏହି ପରିସ୍ଥିତିରେ ଆପଣଙ୍କ ଗାଡ଼ି ନମ୍ବରକୁ ଇ-ନୋଟିସ୍ ଯାଇପାରେ ଏବଂ ତିନି ଦିନ ମଧ୍ୟରେ ଦେୟ ଦେବାକୁ ନିର୍ଦ୍ଦେଶ ମିଳିପାରେ।
ଯଦି ଏହି ସମୟ ମଧ୍ୟରେ ଦେୟ ଦିଆଯାଇନାହିଁ, ତେବେ ଜରିମାନା ସହିତ ଦୁଇଗୁଣ ଟୋଲ୍ ଆଦାୟ କରାଯିବ। ଏହା ସହିତ ୧୫ ଦିନ ପର୍ଯ୍ୟନ୍ତ ମଧ୍ୟ ଯଦି ଦେୟ ଅଦାୟ ରହିଯାଏ, ତେବେ ସେଥିରେ ଥିବା ବକେୟା VAHAN ଡାଟାବେସରେ ରେକର୍ଡ ହେବ ଏବଂ ପରବର୍ତ୍ତୀ ସମୟରେ ଗାଡ଼ି ଚଳାଚଳରେ ବାଧା ଆସିପାରେ।
FASTag ସମ୍ପର୍କିତ ଜରୁରୀ ସୁପାରିଶ:
• FASTag ବାଲାନ୍ସ ସମୟ ସମୟରେ ଯାଞ୍ଚ କରନ୍ତୁ
• KYC ପ୍ରକ୍ରିୟା ସମ୍ପୂର୍ଣ୍ଣ କରି ରଖନ୍ତୁ
• ଖରାପ FASTag ହେଲେ ତୁରନ୍ତ ପରିବର୍ତ୍ତନ କରନ୍ତୁ
• QR କୋଡ୍ ସ୍କାନ କରିବା ବେଳେ ସତର୍କ ରୁହନ୍ତୁ
ଏହି ଡିଜିଟାଲ ବ୍ୟବସ୍ଥାରେ RFID ଓ କ୍ୟାମେରା ଟେକ୍ନୋଲୋଜି ମାଧ୍ୟମରେ ଗାଡ଼ି ଥମ୍ବାଇବା ବିନା ଟୋଲ୍ ଆଦାୟ ହେବ। ଏହା ଟ୍ରାଫିକ ଜାମ କମାଇବା ସହିତ ଯାତ୍ରାକୁ ଅଧିକ ସୁବିଧାଜନକ ଓ ଦ୍ରୁତ କରିବ ବୋଲି ଆଶା କରାଯାଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
