Explore

Search

April 8, 2026 10:54 pm

ଅସଭ୍ୟ ଭାଷା କହିଲେ ଯିବେ ଜେଲ

ଭୁବନେଶ୍ୱର : ସୋସିଆଲ ମିଡିଆରେ ଅସଭ୍ୟ ଭାଷା ଓ ଅପଶବ୍ଦ ବ୍ୟବହାରକୁ ରୋକିବା ପାଇଁ ସରକାର ନେଲେ କଠୋର ପଦକ୍ଷେପ। ଏନେଇ ଆଇନ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ ସ୍ପଷ୍ଟ ଚେତାବନୀ ଦେଇଛନ୍ତି ଯେ, ସୋସିଆଲ ମିଡିଆରେ ଅଶ୍ଳୀଳ କିମ୍ବା ଅପମାନଜନକ ଭାଷା ବ୍ୟବହାର କଲେ କଡା ଆଇନୁନ୍ମୁଖୀ କାର୍ଯ୍ୟାନୁଷ୍ଠାନ ହେବ।

ତେବେ କେବଳ ସୋସିଆଲ ମିଡିଆ ନୁହେଁ, ସର୍ବସାଧାରଣ ସ୍ଥାନରେ ମଧ୍ୟ କାହାକୁ ଅପମାନ କରିବା ଭଳି ଭାଷା ବ୍ୟବହାର ଉପରେ ନିୟନ୍ତ୍ରଣ ଆଣିବାକୁ ଯୋଜନା ହେଉଛି । ଏହା ପାଇଁ ଆଇନ କମିଶନ ପକ୍ଷରୁ ନୂତନ ଆଇନ ଆଣିବା ପ୍ରସ୍ତାବ ଦିଆଯାଇଛି।

‘ହେଟ ସ୍ପିଚ ଏବଂ ହେଟ କ୍ରାଇମ ପ୍ରତିରୋଧ ଆଇନ’ ଲାଗୁ କରିବାକୁ ସରକାର ଚିନ୍ତା କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ କହିବା ଅନୁସାରେ, ସୋସିଆଲ ମିଡିଆର ପରିବେଶ ଦିନକୁ ଦିନ ଅସୁସ୍ଥ ହେଉଛି ଓ କିଛି ଲୋକ ଅଶୋଭନ ଆଚରଣ ଦେଖାଉଛନ୍ତି । ଏହାକୁ ନିୟନ୍ତ୍ରଣ କରି ସୁସ୍ଥ ଡିଜିଟାଲ ପରିବେଶ ଗଠନ କରିବା ଆବଶ୍ୟକ ବୋଲି ଆଇନ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score