Explore

Search

January 15, 2026 9:15 pm

ଅରୁଣ କୁମାର ଷଡ଼ଙ୍ଗୀ ହେବେ ଓଡ଼ିଶା ଲୋକ ସେବା ଆୟୋଗ ନୂଆ ଅଧ୍ୟକ୍ଷ

Arun Kumar Sadangi

ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ନୂଆ ଅଧ୍ୟକ୍ଷ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି। ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ଓପିଏସସି ଅଧ୍ୟକ୍ଷ ଭାବେ ୬ ବର୍ଷ ପାଇଁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ୬ ବର୍ଷ ପାଇଁ ନିଯୁକ୍ତି ଦିଆଯାଇଥିବା ନେଇ ସାଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।ତେବେ ସୂଚନା ଥାଉ କି ଅରୁଣ କୁମାର ଷଡ଼ଙ୍ଗୀ ହେଉଛନ୍ତି ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ର ବରିଷ୍ଠ ଆଇପିଏସ୍ ଅଫିସର। ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ଦିନଠାରୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ରହିବ ଅରୁଣଙ୍କ କାର୍ଯ୍ୟକାଳ।

ଅରୁଣ କୁମାର ଷଡ଼ଙ୍ଗୀ ଓପିଏସସିର ଅଧ୍ୟକ୍ଷ ଭାବେ ସତ୍ୟଜିତ ମହାନ୍ତିଙ୍କ ସ୍ଥାନ ନେବେ। ଓପିଏସସିର ଅଧ୍ୟକ୍ଷ ଭାବେ ସତ୍ୟଜିତ ମହାନ୍ତିଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ସ୍ଥାନରେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ନିଯୁକ୍ତି ଦିଆଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score