Explore

Search
Close this search box.

Search

November 22, 2024 2:26 am

Genres

ଶିଶୁମାନଙ୍କର ପ୍ରତିଭାକୁ ଉତ୍ସାହିତ କରୁଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ “ସୁରଭି-୨୦୨୪”

Suravbhi - 2024

ଭୁବନେଶ୍ବର: ମଙ୍ଗଳବାର ଠାରୁ କ୍ୟାପିଟାଲ ହାଇସ୍କୁଲ ପରିସରରେ ଆରମ୍ଭ ହୋଇଯାଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି- ୨୦୨୪’ l ଏହାର ଉଦ୍‌ଘାଟନୀ ସମାରୋହରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନନ୍ୟା ଦାସ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ରାଜ୍ଯସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି- ୨୦୨୪’ ର ଉଦଘାଟନୀ ଉତ୍ସବରେ ଯୋଗଦେଇ “ପ୍ରତ୍ୟେକ ବିଦ୍ୟାର୍ଥୀଙ୍କଠାରେ କିଛି ବିଶେଷ ପ୍ରତିଭା ରହିଛି। ସେମାନେ ନିଜ ଭିତରେ ଥିବା ପ୍ରତିଭା ବା ସାମର୍ଥ୍ୟକୁ ଚିହ୍ନନ୍ତୁ। ନୂତନ ଜିନିଷ ଶିଖିବା ସହ ପ୍ରଶ୍ନ ପଚାରନ୍ତୁ ଏବଂ ସର୍ବଦା ନୂତନତାକୁ ଆପଣାଇବା ପାଇଁ ଚେଷ୍ଟା କରନ୍ତୁ । ଏଥିସହ ନିଜ ସ୍ବପ୍ନ ପୂରଣ ଦିଗରେ କଠିନ ପରିଶ୍ରମ କରିବାକୁ” ବିଦ୍ୟାର୍ଥୀମାନଙ୍କୁ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଓଡ଼ିଶାର ଲୋକକଳାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି ଏବଂ ଏହି ମହୋତ୍ସବ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ବୋଲି ସେ କହିଥିଲେ l

ଅନ୍ୟତମ ଅତିଥି ଭାବେ ଭୁବନେଶ୍ଵର ମହନଗର ନିଗମର ମେୟର ସୁଲୋଚନା ଦାସ ଯୋଗଦେଇ କହିଥିଲେ, ଛାତ୍ରୀଛାତ୍ରଙ୍କ ପ୍ରତିଭା ପ୍ରସ୍ଫୁଟିତ କରିବାକୁ ଏକ ମାଧ୍ୟମର ଆବଶ୍ୟକ‌ତା ଥାଏ। ‘ସୁରଭି’ ଭଳି ଏକ ବୃହତ୍ କାର୍ଯ୍ୟକ୍ରମ ଯେଉଁଠାରେ ସେମାନଙ୍କ ପ୍ରତିଭାକୁ ବିକଶିତ କରିବା ଦିଗରେ ସହାୟକ ହେବ। ଏହି ଅବସରରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଶାଳିନୀ ପଣ୍ଡିତ କହିଥିଲେ, “ଆଜିର ଶିଶୁ ଭବିଷ୍ୟତର ସର୍ବଶ୍ରେଷ୍ଠ ମାର୍ଗଦର୍ଶକ”। ଶେଷରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ତେବେ ଏହି ଶିଶୁ ମହୋତ୍ସବରେ ଆକାଂକ୍ଷୀ ପାଠ୍ୟକ୍ରମ ଓ ଡିଜିଟାଲ ଏଜୁକେଶନ ଏମ୍‌ପାୱାରମେଣ୍ଟ ପ୍ରୋଗ୍ରାମ (କୌଶଳୀ) ପାଠ୍ୟକ୍ରମ ସମେତ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଝଲକ ଦେଖ‌ିବାକୁ ମିଳିଛି । ଉତ୍ସବରେ ଶ୍ରେଷ୍ଠ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ଏବଂ ହାକାଥନ, ସାଇବର ନିରାପତ୍ତା, ହଜିଯାଇଥିବା ପୁରାତନ ସାମଗ୍ରୀ, ବୃଦ୍ଧି ଚୟନ ସଚେତନତା, କାଗଜ ଭଙ୍ଗା ଓ ସଖୀ କଣ୍ଢେଇ ନାଚ, ବର୍ଜ୍ୟବସ୍ତୁରୁ ସୃଜନୀକଳା, ଶିକ୍ଷା ଓ ଶିକ୍ଷଣ କାର୍ଯ୍ୟକ୍ରମ, ପିଏମ୍ ପୋଷଣ, ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଇତ୍ୟାଦି ଉପରେ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ମହୋତ୍ସବରେ ଯୋଗଦେଇଥିବା ଛାତ୍ରୀଛାତ୍ରଙ୍କୁ ଖଣ୍ଡଗିରି, ଧଉଳି, ନନ୍ଦନକାନନ, କଳାଭୂମି, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଅନୁସୂଚିତ ଜାତି ଓ ଜନଜାତି ସଂଗ୍ରହାଳୟ, ପଠାଣି ସାମନ୍ତ ପ୍ଲାନେଟାରିୟମ ଇତ୍ୟାଦି ସ୍ଥାନ ପରିଦର୍ଶନ କରାଇବାର ବ୍ୟବସ୍ଥା ବିଭାଗ ପକ୍ଷରୁ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score