Explore

Search
Close this search box.

Search

September 19, 2024 6:49 am

Genres

Who will be the new Chief Secretary? These 4 officers are in focus – News18 ଓଡିଆ

Next Odisha Chief Secretary: ସରିଆସୁଛି ମୁଖ୍ୟ ଶାସନ ସଚିବଙ୍କ ବର୍ଦ୍ଧିତ କାର୍ଯ୍ୟକାଳ। ତେଣୁ ରାଜ୍ୟରେ ନୂଆ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ହେଲେ କିଏ ହେବେ ନୂଆ CS? ପୁଣିଥରେ ବଢିବ କି ବର୍ତ୍ତମାନର ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବ ରେସରେ ସତ୍ୟବ୍ରତ,ନିକୁଞ୍ଜ,ତୁହିନକାନ୍ତଙ୍କ ନାଁ ଥିବା ବେଳେ ପ୍ରଦୀପଙ୍କୁ ନେଇ ମଧ୍ୟ ଚାଲିଛି ଆକଳନ ।

କିଏ ହେବେ ନୂଆ ମୁଖ୍ୟ ଶାସନ ସଚିବ ?
ପୁଣି ବଢ଼ିବ କି ବର୍ତ୍ତମାନର CSଙ୍କ କାର୍ଯ୍ୟକାଳ?
ନିଯୁକ୍ତ ହେବ କି ନୂଆ ମୁଖ୍ୟ ଶାସନ ସଚିବ ?

ରାଜ୍ୟରେ ବଦଳିଛି ସରକାର। ଆଉ ନୂଆ ସରକାର ଆସିବା ପରେ ପ୍ରଶାସନିକ ସ୍ତରରେ ପରିବର୍ତ୍ତନ ଆସନ୍ନ। ତେଣୁ ମୁଖ୍ୟ ଶାସନ ସଚିବକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । କାରଣ ଆସନ୍ତା ୩୦ ତାରିଖରେ ସରିବ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ। ହେଲେ ପ୍ରଦୀପଙ୍କ କାର୍ଯ୍ୟକାଳ ପୁଣି ବଢିବ ନା ନୂଆ ଶାସନ ମୁଖ୍ୟ ଦେଖିବ ଓଡ଼ିଶା ସେନେଇ ପାୱାର କରିଡ଼ରରେ ଚର୍ଚ୍ଚା । ଆଉ ନୂଆ CS ରେସରେ ଆଗରେ ରହିଛନ୍ତି ୧୯୯୧ ବ୍ୟାଚ ଆଇଏଏସ ସତ୍ୟବ୍ରତ ସାହୁ। ବର୍ତ୍ତମାନ ରାଜସ୍ବ ବିଭାଗ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନର ଭାବେ କାର୍ଯ୍ୟ କରୁଛନ୍ତି ସତ୍ୟବ୍ରତ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବି ସୁଚାରୁରୂପେ ଦାୟିତ୍ଵ ସମ୍ଭାଳିଛନ୍ତି। ବେଶ ଦକ୍ଷ ଅଫିସର ଭାବେ ଜଣାଶୁଣା ସତ୍ୟବ୍ରତ ସାହୁ।

ବରିଷ୍ଠତା ଓ ଓଡ଼ିଆ ଅଫିସର ଭାବେ ତାଙ୍କ ନାମ ଆଗରେ ଅଛି। ସେହିପରି ୧୯୯୩ ବ୍ୟାଚ ଆଇଏଏସ ନିକୁଞ୍ଜ ଧଳଙ୍କକୁ ନେଇ ବି ପାୱାର କରିଡର ରେ ଚର୍ଚ୍ଚା। ପୂର୍ବରୁ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ, ଶକ୍ତି ବିଭାଗ ପରି ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ସୁଚାରୁରୂପେ ସମ୍ଭାଳିଛନ୍ତି ନିକୁଞ୍ଜ। କୋଭିଡ ମୁକାବିଲାରେ ବି ନିକୁଞ୍ଜ ଧଳଙ୍କର ଥିଲା ବଡ ଭୂମିକା। ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି ନିକୁଞ୍ଜ ଧଳ। ବେଶ ଦକ୍ଷ ଅଫିସର ଭାବେ ଜଣାଶୁଣା ଏହି ଅଧିକାରୀଙ୍କ ଏହି ପଦ ପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଓଡ଼ିଆ ଅସ୍ମିତାକୁ ବିଜେପି ପ୍ରମୁଖ ପ୍ରସଙ୍ଗ କରି ସରକାରକୁ ଆସିଥିବାରୁ ଏହି ଗୁରୁତ୍ୱପୂର୍ଣ୍ଣ ପଦରେ ଜଣେ ଓଡ଼ିଆଙ୍କୁ ଦାୟିତ୍ଵ ଦେଇପାରନ୍ତି ସରକାର। ଏଭଳି ସ୍ଥିତିରେ ଅଭିଜ୍ଞତା, ଦକ୍ଷତା ଓ ବରିଷ୍ଠତା ଭିତ୍ତିରେ ଏହି ଦୁଇ ଅଫିସର ପ୍ରମୁଖ ଦାବିଦାର ବୋଲି କୁହାଯାଉଛି।

ଏମିତି ବି ଚର୍ଚ୍ଚା ହେଉଛି କେନ୍ଦ୍ରୀୟ ଡେପୁଟେସନରେ ଥିବା ତୁହିନୀକାନ୍ତ ପାଣ୍ଡେ ଓଡ଼ିଶା ଫେରିପାରନ୍ତି। ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ତାଙ୍କ ନାମ ବି ଚର୍ଚ୍ଚାରେ ରହିଛି। ୧୯୮୭ ବ୍ୟାଚର ଆଇଏଏସ ଅଧିକାରୀ ତୁହିନୀକାନ୍ତ ପାଣ୍ଡେ ପୂର୍ବରୁ ଓଡ଼ିଶା ସରକାରରେ ଅର୍ଥ ସଚିବ ଥିଲେ। ଏବେ ସେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟରେ ଇନଭେଷ୍ଟମେଣ୍ଟ ଓ ପବ୍ଲିକ ଆସେଟ ମ୍ୟାନେଜମେଣ୍ଟ ବିଭାଗର ସଚିବ ଅଛନ୍ତି। ଓଡ଼ିଶାରେ ଅଭିଜ୍ଞତା ଓ କେନ୍ଦ୍ର ସରକାରଙ୍କ ଗୁଡବୁକରେ ଥିବା ଏହି ଅଧିକାରୀଙ୍କୁ ନେଇ ବି ପାୱାର କରିଡରରେ ଚର୍ଚ୍ଚା ଚାଲିଛି।

ପଢନ୍ତୁ ଏହି ଖବର…
Naveen Patnaik: ଚାରିଆଡ଼େ ଚର୍ଚ୍ଚା, ଏବେ ଅଧିକ ଆକ୍ଟିଭ୍ ନବୀନ

ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ଡିସେମ୍ବର ୩୦ରେ ସରିବା ପରେ ୬ ମାସ ପାଇଁ ବୃଦ୍ଧି କରିଥିଲେ ସରକାର। ଯଦି ସଠିକ୍ ସମୟରେ ମୁଖ୍ୟ ଶାସନ ସଚିବ ନିଯୁକ୍ତି ପ୍ରକ୍ରିୟା ନସରେ ତାହାହେଲେ ଆଉ ୬ ମାସ ବି ବଢିପାରେ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ।

Dream Astrology: ସ୍ବପ୍ନରେ ଆସୁଛି କି ଏହି ଜିନିଷ? ଜଲଦି ବଦଳିବ ଭାଗ୍ୟ

Dream Astrology: ସ୍ବପ୍ନରେ ଆସୁଛି କି ଏହି ଜିନିଷ? ଜଲଦି ବଦଳିବ ଭାଗ୍ୟ

ରିପୋର୍ଟ- ଭୁବନେଶ୍ଵରରୁ କ୍ୟାମେରାପର୍ଶନ ସୁଶ୍ରୀ ସୁଲୋଚନାଙ୍କ ସହ ଅଜେଶ ମଲ୍ଲିକ ନ୍ୟୁଜ 18 ଓଡ଼ିଆ।

ପଢନ୍ତୁ ଏହି ଖବର…
CM Mohan Majhi: କେତେବେଳେ ଶୁଅନ୍ତି ମୁଖ୍ୟମନ୍ତ୍ରୀ? ନିଜେ ମୋହନ ମାଝୀ କଲେ ଘୋଷଣା

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score