Explore

Search
Close this search box.

Search

September 17, 2024 1:12 am

Genres

First in BJD history; There is not a single MP in the Lok Sabha –

Politics

Loksabha Season 2024: ୨୦୨୪ ଲୋକସଭା ନିର୍ବାଚନରେ ବିଜେଡିକୁ ଲାଗିଥିଲା ବଡ଼ ଝଟକା । ବିଧାନସଭା ନିର୍ବାଚନରେ ବିଜେଡିର ଆସନ ସଂଖ୍ୟା କମି କ୍ଷମତାରୁ ଯାଇଥିବା ବେଳେ ଲୋକସଭାରେ ମଧ୍ୟ ୨୧ଟି ସିଟରୁ ଗୋଟିଏ ବି ସିଟ୍ ହାତେଇପାରିନି ବିଜେଡି । ଯାହା ବିଜେଡି ତିଇହାସରେ ପ୍ରଥମ । ଏହାରି ଭିତରେ ଆଜିଠାରୁ ଆରମ୍ଭ ହୋଇଛି ଲୋକସଭାର ୧୮ତମ ଅଧିବେଶନ ।

ଲୋକସଭାର ୧୮ତମ ଅଧିବେଶନ ଆରମ୍ଭରୁ ନବନିର୍ବାଚିତ ସାଂସଦମାନେ ଶପଥ ଗ୍ରହଣ କରୁଛନ୍ତି । ହେଲେ BJDର ଇତିହାସରେ ପ୍ରଥମ କରି ଏପରି ଏକ ଘଟଣା ଘଟିଛି । ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପରାଜୟ କାରଣରୁ ଆଜିର ଲୋକସଭା ଅଧିବେଶନରେ ବିଜେଡିର କୌଣସି ବି ସଦସ୍ୟ ନାହାନ୍ତି । ଓଡ଼ିଶାରେ ମୋଟ ୨୧ଟି ଲୋକସଭା ଆସନ ଥିବା ବେଳେ ସେଥିରୁ ୨୦ଟି ଆସନ ଅକ୍ତିୟାର କରିଛି BJP । ଅନ୍ୟପଟେ କୋରାପୁଟ ଲୋକ ସଭା ଆସନରୁ ସପ୍ତଗିରି ଉଲାକା କଂଗ୍ରେସରୁ ପୁନର୍ବାର ବିଜୟୀ ହୋଇ ସାଂସଦ ହୋଇଛନ୍ତି ।

ସେପଟେ, ସଂସଦରେ ଆଉ ନରମ ନୁହେଁ କଠୋର ଆଭିମୁଖ୍ୟ ପ୍ରଦର୍ଶନ କରିବ ବିଜେଡି। ସୋମବାର ନବୀନ ନିବାସରେ ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଦଳର ରାଜ୍ୟସଭା ସାଂସଦମାନଙ୍କ ସହିତ ଆଲୋଚନା କରି ଚଳିତ ଅଧିବେଶନରେ ଦଳର ଆଭିମୁଖ୍ୟ କିପରି ରହିବ ତାହା ସ୍ଥିର କରିଛି ବିଜେଡି। ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟ ମାନ୍ୟତା, ଜାତୀୟ ରାଜପଥ, ଗ୍ରାମାଞ୍ଚଳରେ ପକ୍କା ଘର, ରେଲୱ ଓ ଯୋଗାଯୋଗ ପ୍ରସଙ୍ଗ ଉଠାଇବ ବିଜେଡି। ସଭାପତିଙ୍କ ସହିତ ବୈଠକ ପରେ ଖବରଦାତାଙ୍କ ସହିତ ଆଲୋଚନା କରି ବିଜେଡି ସାଂସଦ ସସ୍ମିତ ପାତ୍ର, ସୁଲତା ଦେଓ ଏବଂ ମୁନ୍ନା ଖାଁ କହିଛନ୍ତି।

ପଢନ୍ତୁ ଏହି ଖବର…
PMJJBY: ବର୍ଷକୁ ରଖନ୍ତୁ ମାତ୍ର ୪୩୬ ଟଙ୍କା, ମିଳିବ ୨ ଲକ୍ଷ; ଜାଣନ୍ତୁ କେନ୍ଦ୍ର ସରକାରଙ୍କ ଏହି ଦମଦାର୍ ସ୍କିମ୍ ବିଷୟରେ…

ଚଳିତ ଲୋକସଭା ନିର୍ବାଚନରେ BJP, NDA ସମର୍ଥନରେ କେନ୍ଦ୍ରରେ ସରକାର ଗଠନ କରିଛି । ଏହାଛଡ଼ା ଦଳ ଓଡ଼ିଶା ବିଧାନସଭା ନିର୍ବାଚନରେ ବିଜେଡିକୁ ପରାସ୍ତ କରି ପ୍ରଥମ ଥର ପାଇଁ ସରକାର ଗଢ଼ିଛି । ଅନ୍ୟପଟେ ୱାଇଏସ୍‌ଆର କଂଗ୍ରେସକୁ ହରାଇ ଆନ୍ଧ୍ର ପ୍ରଦେଶରେ ବିଜେପି, ଟିଡିପି ଏବଂ ଜନସେନା ମେଣ୍ଟ ସରକାର କରିଛି । ଏହି ଦୁଇ ଆଞ୍ଚଳିକ ଦଳ ଲୋକ ସଭା ନିର୍ବାଚନରେ ମଧ୍ୟ ଖରାପ ପ୍ରଦର୍ଶନ କରିଛନ୍ତି । କିନ୍ତୁ ଏହି ଦୁଇ ଦଳଙ୍କ ପାଖରେ ଏବେ ମଧ୍ୟ ଭାଜପାକୁ ବିରୋଧ କରିବା ଏବଂ କୌଣସି ବିଲ୍‌ ପାସ୍‌ କରାଇନଦେବା ଭଳି କ୍ଷମତା ରହିଛି।

Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…

Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…

ରାଜ୍ୟ ସଭାରେ ବର୍ତ୍ତମାନ ୱାଇଏସ୍‌ଆର କଂଗ୍ରେସର ୧୧ ଜଣ ଏମ୍‌ପି ଥିବାବେଳେ ବିଜୁ ଜନତା ଦଳର ୯ ଜଣ ଏମ୍‌ପି ଅଛନ୍ତି। ଅନ୍ୟପକ୍ଷରେ, ଦଶ ବର୍ଷ ଶାସନ କରିବା ପରେ ମଧ୍ୟ ଭାରତୀୟ ଜନତା ପାର୍ଟିର ସଂସଦର ଉପର ଗୃହରେ ସଂଖ୍ୟାଗରିଷ୍ଠତା ନାହିଁ । ଯଦି ଏହାର ସହଯୋଗୀ ଏମ୍‌ପିଙ୍କ ସଂଖ୍ୟା ଯୋଡ଼ି ଦିଆଯାଏ ତେବେ ବି ଏହା ବିଲ୍‌ ପାସ୍‌ କରିବାକୁ ସମର୍ଥ ନୁହେଁ । ତେଣୁ ଏଥର ଅଧୀବେଶନ ବେଶ୍ ସରଗରମ ହେବ ବୋଲି ଅନୁମାନ କରାଯାଉଛି ।

ପଢନ୍ତୁ ଏହି ଖବର…
Cooking Oil: ଗ୍ରାହକଙ୍କୁ ଆଶ୍ୱସ୍ତି, କମିଲା ସୋରିଷ ତେଲ ଦର; ଜାଣନ୍ତୁ ଲିଟର ପିଛା କେତେ ଦର?

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score