Explore

Search
Close this search box.

Search

September 21, 2024 5:19 am

Genres

All around, more active Naveen now – News18 ଓଡିଆ

News 18 Odia Digital

Naveen Patnaik Active: ୨୪ ବର୍ଷର ବିଜେଡି ସରକାରର ପତନ, ରାଜ୍ୟରେ ଏବେ ନୂଆ ବିଜେପି ସରକାର । ମୋହନ ମାଝୀ ମୁଖ୍ୟମନ୍ତ୍ରୀ, ଆଉ ନବୀନ ପଟ୍ଟନାୟକ ବିରୋଧୀ ଦଳ ନେତା । ନୂଆ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ନେଇ ଲୋକଙ୍କ ଭିତରେ ଯେତିକି ଚର୍ଚ୍ଚା, ତାଠାରୁ ଅଧି ଚର୍ଚ୍ଚା ନବୀନଙ୍କୁ ନେଇ । କାରଣ ନିର୍ବାଚନ ପରାଜୟ ପରେ ନବୀନଙ୍କୁ ପୂରା ଆକ୍ଟିଭ୍ ମୋଡରେ ଦେଖିବାକୁ ମିଳୁଛି । ନବୀନ ଏକୁଟିଆ ଯାଉଛନ୍ତି, ନେତାଙ୍କ ସହ ବୈଠକ କରୁଛନ୍ତି, ମଞ୍ଚରେ ବିନଦାସ ବସୁଛନ୍ତି, ବିଧାନସଭାରେ ଶପଥ ବେଳେ ହସି ହସି କଥା ହେଉଛନ୍ତି । ନବୀନଙ୍କ ଏହି ଭିନ୍ନ ଅନ୍ଦାଜ, ଲୋକଙ୍କ ଭିତରେ ସୃଷ୍ଟି କରିଛି ଭିନ୍ନ ଚର୍ଚ୍ଚା ।

୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନଙ୍କ ଏହି ନୂଆ ଅବତାରକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ନବୀନ ନେତାଙ୍କୁ ଭେଟୁଛନ୍ତି , ତାଙ୍କ ସହ କଥା ହେଉଛନ୍ତି, କର୍ମୀଙ୍କୁ ବି ଭେଟୁଛନ୍ତି, ଶପଥ ଗ୍ରହଣକୁ ବି ଯାଉଛନ୍ତି, ସମସ୍ତଙ୍କ ମନରେ କୌତୁହଳ ସୃଷ୍ଟି ହେଉଛି ଯେ , ନିର୍ବାଚନରେ ହାରିଯିବା ପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ସକ୍ରିୟ ହୋଇଯାଇଛନ୍ତି ।

୨୪ ଜୁନ୍, ୨୦୨୪
ନବୀନ ନିବାସ
ନବୀନ ନିବାସରେ ବୈଠକ ବସିଥିଲା ସଂସଦରେ ଦଳର ରଣନୀତି କଣ ରହିବ । ରାଜ୍ୟସଭାରେ ବିଜେଡିର ସମସ୍ତ ୯ ଜଣ ସଦସ୍ୟ ଦଳର ସଭାପତି ନବୀନ ବାବୁଙ୍କ ସହ ଆଲୋଚନା କରିଥିଲେ । ଏଥର ଲୋକସଭାରେ ବିଜେଡିର ସଂଖ୍ୟା ଶୂନ ରହିଛି । ତେଣୁ ରାଜ୍ୟସଭା ଜରିଆରେ ବିଜେଡି ନିଜର ଉପସ୍ଥିତି ଜାହିର କରିବାକୁ ଚେଷ୍ଟା କରିବ । ପ୍ରାୟ ୪୦ରୁ ୪୫ ମିନିଟ୍ ଧରି ଆଲୋଚନା ଚାଲିଥିଲା ।

୨୨ ଜୁନ୍, ୨୦୨୪
ନବୀନ ନିବାସ
ଗଞ୍ଜାମ ଓ ଅନ୍ୟ ସ୍ଥାନରୁ ଆସିଥିବା ଦଳୀୟ ନେତା ଓ କର୍ମୀଙ୍କ ସହ ଆଲୋଚନା କରିଥିଲେ ନବୀନ । ଏକାଠି ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ । ଆଉ ଏହି ଅବସରରେ ବିଜେପିକୁ ଟାର୍ଗେଟ୍ କରି କହିଥିଲେ, କେନ୍ଦ୍ରରେ ସେମାନେ ସଂଖ୍ୟାଲଘୁ ଅଛନ୍ତି ଏବଂ ଓଡ଼ିଶାରେ ଅଳ୍ପ କିଛି ସଦସ୍ୟ ତାଙ୍କର ଅଧିକ ରହିଛନ୍ତି । ତେଣୁ ଦଳକୁ ସଙ୍ଗଠିତ କରିବାକୁ ପରାମର୍ଶ ଦେଇଥିଲେ ।

୨୦ ଜୁନ୍, ୨୦୨୪
ଓଡ଼ିଶା ବିଧାନସଭା
ଓଡ଼ିଶା ବିଧାନସଭାରେ ବାଚସ୍ପତି ନିର୍ବାଚନରେ ମଧ୍ୟ ନବୀନଙ୍କୁ ବେଶ୍ ସକ୍ରିୟ ଭୂମିକାରେ ଦେଖିବାକୁ ମିଳିଲା । ବାଚସ୍ପତି ନିର୍ବାଚିତ ହେବା ପରେ ସୁରମା ପାଢୀଙ୍କୁ ପୋଡିୟମ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ ନିଜେ ମୁଖ୍ୟମନ୍ତ୍ରୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ।

୧୯ ଜୁନ୍, ୨୦୨୪
ଶଙ୍ଖ ଭବନ
ବିଧାୟକ ଦଳ ବୈଠକରେ ନବୀନଙ୍କୁ ବିଜେଡି ବିଧାୟକ ଦଳର ନେତା ଭାବରେ ନିର୍ବାଚିତ କରାଗଲା । ସମସ୍ତଙ୍କ ଅପେକ୍ଷା ଥିଲା ଯେ ବିଜେଡି, ବିଧାୟକ ଦଳ ନେତା ଭାବେ କାହାକୁ ନିର୍ବାଚିତ କରିବ । ଏ ସବୁ କଳ୍ପନାଜଳ୍ପନା ଭିତରେ ନବୀନ ପୁଣି ଦଳର ମୁଖ୍ୟ ପଦବୀରେ ରହି ସବୁ କିଛି ସଞ୍ଚାଳନ କରିବାର ଇସାରା ଦେଲେ ।

୧୨ ଜୁନ୍, ୨୦୨୪
ଜନତା ମୈଦାନ
ବିଜେପି ସରକାରର ଶପଥ ଗ୍ରହଣ ସମୟରେ ସେଠାରେ ଯୋଗ ଦେବାକୁ ନିଜେ ପହଞ୍ଚିଥିଲେ ନବୀନ । ପ୍ରଧାନମନ୍ତ୍ରୀ ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ଜାତୀୟ ନେତାଙ୍କ ମଧ୍ୟରେ ଶପଥ ଗ୍ରହଣ ସମାରୋହରେ ସାମିଲ ହେଲେ ।

ପଢନ୍ତୁ ଏହି ଖବର…
Passport Rules: ବିନା ପାସପୋର୍ଟରେ ବି କରିହେବ ବିଦେଶ ଯାତ୍ରା; ଜାଣନ୍ତୁ କ’ଣ କହୁଛି ନିୟମ?

୫ ଜୁନ୍, ୨୦୨୪
ନବୀନ ନିବାସ
୨୦୨୪ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନ ନିବାସରେ ବିଜେଡି ବିଧାୟକଙ୍କ ସହ ବୈଠକ କଲେ ନବୀନ । ନିର୍ବାଚନରେ ହାରିଯିବା ପରେ ନେତାଙ୍କୁ ବୁଝାଇବାକୁ ଚେଷ୍ଟା କଲେ ଗଣତନ୍ତ୍ରରେ ଏହା ଏକ ପ୍ରକ୍ରିୟା, ତେଣୁ ଏହାକୁ ଗ୍ରହଣ କରିବା ଦରକାର ।

Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…

Dangerous Island: ମଣିଷଙ୍କୁ ଏଠାକୁ ଯିବା ମନା! ଖାଲି ବାସ କରନ୍ତି…

ନିର୍ବାଚନ ହାରିଲେ ବି ଏହାକୁ ଗ୍ରହଣ କରିବା ଏବଂ ଆଗକୁ ବଢ଼ିବା ଜଣେ ପରିପକ୍ବ ନେତାର ପରିଚୟ । ଇଏତ ଗୋଟିଏ କଥା, କିନ୍ତୁ ନିର୍ବାଚନ ପରେ ନବୀନ ବାବୁ ବେଶ୍ ସକ୍ରିୟ ହୋଇ ସବୁଥିରେ ଆଗରେ ରହିବା, ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି, ଯାହା ବହୁ ବର୍ଷ ହେଲା ଦେଖିବାକୁ ମିଳୁନଥିଲା ।

ରିପୋର୍ଟ- ଭୁବନେଶ୍ବରରୁ ଅଜେଶ ମଲ୍ଲିକ, ନ୍ୟୁଜ୍ 18 ଓଡ଼ିଆ

ପଢନ୍ତୁ ଏହି ଖବର…
ଛତିଶାନିଯୋଗ ବୈଠକରେ ବଡ଼ ନିଷ୍ପତ୍ତି; ଜୁଲାଇ ୭ ସନ୍ଧ୍ୟା ୫ଟାରେ ଟଣାହେବ ରଥ, ୧୫ରେ ବାହୁଡ଼ା ଯାତ୍ରା ଓ ୧୭ରେ ସୁନାବେଶ

ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।
କମ୍ପାନୀ କହିଛି ଯେ ଯଦିଓ ଏହି ସମୟରେ 5G ବଜାରକୁ ଆସିଛି, ଆମେ କୌଣସି ପ୍ରକାରେ ଆମର ଯୋଜନାକୁ ମହଙ୍ଗା କରିବୁ ନାହିଁ । ଆମ ପାଇଁ ଆମ ଗ୍ରାହକଙ୍କଠାରୁ କେହି ବଡ଼ ନୁହଁନ୍ତି । ସେମାନଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ ଆମେ ଆମର ସେବାକୁ ଉନ୍ନତ କରିବା ଜାରି ରଖିବୁ

Source link

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score