Explore

Search

August 6, 2025 6:36 pm

Genres

ବାଧ୍ୟତାମୂଳକ ହେଲା ବାଣିଜ୍ୟିକ ପ୍ରତିଷ୍ଠାନ ସାଇନବୋର୍ଡରେ ଓଡ଼ିଆ ଭାଷାର ବ୍ୟବହାର

ମୋହନ ସରକାର ଗୁରୁତ୍ଵ ଦେଇଛନ୍ତି ଓଡ଼ିଆ ଅସ୍ମିତାକୁ, ଯାହା ମଧ୍ୟରେ ଓଡିଆ ଭାଷା ଅନ୍ୟତମ l ସରକାରୀ ଓ ବେସରକାରୀସ୍ତରରେ ଭାଷାର ପ୍ରଚାର ପ୍ରସାର କରିବା କ୍ଷେତ୍ରେ ଅନ୍ୟରାଜ୍ୟ ମାନଙ୍କ ପରି ଓଡ଼ିଆ ଭାଷାର ପ୍ରଚଳନ ହେବ କଡ଼ାକଡ଼ି l ବିଶେଷ ଭାବରେ ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କ ଠାରେ l ଏହି ସଂକ୍ରାନ୍ତରେ ଏଣିକି ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନମାନଙ୍କ ସାଇନବୋର୍ଡରେ ଓଡ଼ିଆ ଭାଷାର ବ୍ୟବହାର ବାଧ୍ୟତାମୂଳକ ହେବ l ସାଇନବୋର୍ଡର ମୋଟ କ୍ଷେତ୍ରଫଳର ଅନୁନ୍ୟ ୬୦% ଭାଗରେ ଓଡ଼ିଆ ଭାଷାର ବ୍ୟବହାର କରିବେ ବ୍ୟବସାୟୀ l ଅନୁପାଳନ କରୁନଥିବା ଅନୁଷ୍ଠାନମାନଙ୍କୁ ସାଇନବୋର୍ଡ ସଂଶୋଧନ କରିବାକୁ ୫୫ ଦିନର ସମୟ ଦିଆଯିବ l ଏହା ପାଳନ ନହେଲେ ସଂଶୋଧନ ହେବା ପର୍ଯ୍ୟନ୍ତ ପ୍ରତିଦିନ ୫୦୦ ଟଙ୍କା ଜରିମାନା ଲାଗୁହେବ ଏନେଇ ସମସ୍ତ ମହାନଗର ନିଗମ/ ପୌରପାଳିକା/ ବିଜ୍ଞାପିତ ଅଂଚଳ ପରିଷଦକୁ ଚିଠି ଲେଖିଲେ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score