Explore

Search

June 2, 2025 2:17 pm

Genres

ଓଲା, ଉବେରକୁ ସରକାରୀ ଛାଟ, ଆଉ ଅଗ୍ରୀମ ଟଙ୍କା ମାଗିବେ ନାହିଁ

ଏବେ ଓଲା, ଉବେର ଭଳି ଇ-କମର୍ସ କମ୍ପାନୀର ଚାହିଦା ବଢିଥିବାରୁ ସେମାନେ ଭିନ୍ନ ଢଙ୍ଗରେ ଗ୍ରାହକଙ୍କଠାରୁ ଅଗ୍ରୀମ ଟଙ୍କା ନେଉଥିବା ଅଭିଯୋଗ ଶୁଣିବାକୁ ମିଳୁଛି । ଅଧିକ ଲାଭବାନ ହେବା ଆଶାରେ ବିଭିନ୍ନ ଇ-କମର୍ସ କମ୍ପାନୀ ଆପଣାଉଛନ୍ତି ଡାର୍କ ପାଟର୍ଣ୍ଣ । ଏହି ଡାର୍କ ପାଟର୍ଣ୍ଣ ଦ୍ୱାରା ଗ୍ରାହକଙ୍କୁ ପ୍ରଲୋଭନ ଦେଖାଯାଉଛି । ଏପରିକି ରାଇଡ୍ କରିବା ପୂର୍ବରୁ ଡ୍ରାଇଭରଙ୍କୁ ଟିପ୍ ଦେବାକୁ ପଡୁଛି । ଯାହାକୁ ନେଇ କମ୍ପାନୀ ଗୁଡ଼ିକୁ ନୋଟିସ ଜାରି ହୋଇଛି । ଜେପ୍ଟୋ, ଓଲା, ଉବେର ଓ ରାପିଡୋ ଭଳି ୧୧ ଟି ବଡ଼ ବଡ଼ କମ୍ପାନୀଙ୍କୁ ନୋଟିସ ଦିଆଯାଇଛି । କାରଣ ଏହି କମ୍ପାନୀ ଗୁଡ଼ିକ ‘ଡାର୍କ ପାଟର୍ଣ୍ଣ’ ବ୍ୟବହାର କରି ଗ୍ରାହକଙ୍କୁ ଭ୍ରମିତ କରୁଥିବା ଅଭିଯୋଗ ହୋଇଆସୁଥିଲା । ଏପରିକି ଗ୍ରାହକଙ୍କ ଅନୁମତି ବିନା ଲୋଭନୀୟ ଅଫର ଦେଖାଇ ସେବା ନେବାକୁ ବାଧ୍ୟ କରାଯାଉଥିଲା । ଡାର୍କ ପାଟର୍ଣ୍ଣ ହେଉଛି ଇ-ପ୍ଲାଟଫର୍ମରେ ଡିଜାଇନ ହୋଇଥିବା ଏମିତି ଏକ ଫିଚର ଯାହା ଗ୍ରାହକଙ୍କୁ ଚାପ ପକାଇଥାଏ । ବିଭିନ୍ନ ପ୍ରଲୋଭନ ଦେଖାଇ ଗ୍ରାହକଙ୍କୁ ଅଧିକ ଟଙ୍କା ଦେବା ପାଇଁ ପ୍ରବର୍ତ୍ତାଯାଇଥାଏ । ଏହାକୁ ଗୁରୁତର ସହ ନେଇ ଖାଉଟି କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏହି କମ୍ପାନୀ ଗୁଡ଼ିକୁ ‘ଡାର୍କ ପାଟର୍ଣ୍ଣ’ ଯାଞ୍ଚ କରି ସଂଶୋଧନ କରିବା ପାଇଁ ନୋଟିସ କରାଯାଇଛି । ରାପିଡୋର ରହିଛି ‘ଆଡଭାନ୍ସ ଟିପିଂ’ ଫିଚର । ଯେଉଁଥିରେ ଗ୍ରାହକଙ୍କୁ ରାଇଡ୍ ଆରମ୍ଭ ହେବା ପୂର୍ବରୁ ଆଡଭାନ୍ସ ଟିପ୍ ଦେବାକୁ ପଡ଼ିଥାଏ । ଗ୍ରାହକଙ୍କୁ ନୋଟିଫିକେସନ ଆସେ ଯେ, ଯଦି ଆପଣ ଆଗୁଆ ଟିପ୍ ଦେବେ ତେବେ ଆପଣଙ୍କୁ ଡ୍ରାଇଭର ଶୀଘ୍ର ପହଞ୍ଚାଇଦେବେ । ଯେତେବେଳେ କି ପହଞ୍ଚିବା ପୂର୍ବରୁ ଆଗୁଆ ପେମେଣ୍ଟ କରିବା ଉଚିତ୍ ନୁହେଁ । ତେଣୁ ଏଭଳି ଫିଚରକୁ ନାପସନ୍ଦ କରିଛନ୍ତି ଗ୍ରାହକ । ସେଣ୍ଟ୍ରାଲ କନଜ୍ୟୁମର ପ୍ରୋଟେକ୍ସନ ଅଥରିଟି ଏନେଇ ଗତ ସପ୍ତାହରେ ଉବେରକୁ ନୋଟିସ ପଠାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score