Explore

Search
Close this search box.

Search

September 20, 2024 3:54 am

Genres

ଟେଡି ତିଆରି କରି ସ୍ୱାବଲମ୍ବୀ: କବିସୂର୍ଯ୍ୟନଗର ମହିଳାମାନଙ୍କ ନିଆରା ଉଦ୍ୟମ

mission shakti

ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ଯୁବକ ଯୁବତୀ ଯାଏଁ ଟେଡ଼ି ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିିଥାଏ । ଘରେ ସାଜସଜା ପାଇଁ ହେଉ କିମ୍ବା କାହାକୁ ଗିପ୍ଟ ଦେବା ପାଇଁ ଲୋକେ ଟେଡ଼ି କିଣିଥାଆନ୍ତି ।
ଥରେ ନଜର ପକାନ୍ତୁ ଏହି ସଜା ହୋଇ ରହିଥିବା ଭଳିିକି ଭଳି ରଙ୍ଗବେରଙ୍ଗର ଟେଡିଗୁଡିକ ଉପରେ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗରସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ତିଆରି ଏହି ଟେଡି ସବୁ ପ୍ରସ୍ତୁତ କରି ନିଜ ଇଛାଶକ୍ତି ବଳରେ ସେମାନେ ହୋଇ ପାରିଛନ୍ତି ସ୍ୱାବଲମ୍ବୀ । ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ମହିଳାଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା ।

ପୂର୍ବରୁ ମହିଳା ମାନେ ଘର କାମ ପରେ ଘରେ ବସି ରହୁଥିଲେ । ଏବେ କିନ୍ତୁ ରୋଜଗାର କରିବା ଲକ୍ଷ୍ୟ ନେଇ ଏଭଳି ଆରମ୍ଭ କରିଛନ୍ତି ଏହି ଭିନ୍ନ ପ୍ରୟାସ । ସମୟ ସହ ତାଳ ଦେଇ ବଦଳୁଛି ମହିଳାଙ୍କ ରୁଚି । ଆଉ ବଦଳୁଛି ରୋଜଗାର କରିବାର ତରିକା। ଘରେ ବସି ସମୟ ନଷ୍ଟ କରିବା ଅପେକ୍ଷା ପରିବାର ଚଳାଇବା ପାଇଁ ମହିଳା ମାନେ ଏପରି ସୁନ୍ଦର ପ୍ରୟାସ କରିଛନ୍ତି ।

ଏଥିପାଇଁ ପ୍ରଥମେ ମହିଳାମାନଙ୍କୁ ମିଶନ ଶକ୍ତି ତରଫ ରୁ ଜିଲ୍ଲା ପ୍ରଶାସନ ଅନୁକୁଲ୍ୟରେ ଛତ୍ରପୁର ଠାରେ ବୈଷୟିକ ଶିକ୍ଷା ଏବଂ ମାର୍କେଟିଙ୍ଗ ସ୍କିଲ୍ ଉପରେ ତାଲିମ ଦିଆଯାଇଥିଲା । ଏହାସହ ସେମାନଙ୍କୁ ଆବଶ୍ୟକୀୟ କଞ୍ଚାମାଲ ଏବଂ ଅନ୍ୟ ଉପକରଣ ଆଦି କିପରି ମିଳିପାରିବ ସେ ସମ୍ବନ୍ଧୀୟ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା , ଯାହାର ଫଳ ସ୍ୱରୂପ ଆଜି ମହିଳାମାନେ ମାସକୁ ୫୦୦୦ ରୁ ଅଧିକ ଟେଡି ପ୍ରସ୍ତୁତ କରିପାରୁଛନ୍ତି । ନିଜର ଦକ୍ଷତା ଯୋଗୁ ମହିଳାମାନେ ଆଜି ରାଜ୍ୟ ତଥା ରାଜ୍ୟ ବାହାରୁ ଖୁବ ପ୍ରଶଂସା ସାଉଁଟି ପାରିଛନ୍ତି ଏବଂ ବିଭିର୍ନ ସ୍ଥାନକୁ ନିମନ୍ତ୍ରିତ ହୋଇ ମଧ୍ୟ ଯାଇଛନ୍ତି ।

ଘରର ଚାରିକାନ୍ଥ ମଧ୍ୟରେ ସୀମିତ ରହୁଥିବା ମହିଳା ଏବେ ଘର କାମ ସହ ଦୁଇ ପଇସା ରୋଜଗାର କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାର ପ୍ରଚେଷ୍ଟା ସେମାନଙ୍କୁ ସଫଳତାର ସ୍ୱାଦ ଚଖାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score