Explore

Search

July 3, 2025 7:54 pm

Genres

ଏକ ବର୍ଷର ସଫଳତାର ଝଲକ : ବିକାଶ ମେଳା ୨୦୨୫

ଠିକ୍ ଆଜିକୁ ବର୍ଷ ତଳେ ବଦଳିଥିଲା ଓଡିଶା ରାଜନୀତିର ସିଂହାସନ l ରାଜ୍ଯ କ୍ଷମତାର ମଙ୍ଗ ଧରିଥିଲା ଭାରତୀୟ ଜନତା ପାର୍ଟି l ଯାହାର ନେତୃତ୍ବ ନେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ l ଏକ ବର୍ଷ ପାଇଁ ସଂକଳ୍ପ ପତ୍ର ଜାରିକରି କିପରି ଓଡିଶା ଭଳି ପଛୁଆ ରାଜ୍ୟକୁ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସଶକ୍ତ କରିବେ ସେଥିଲାଗି ତତ୍ପର ହୋଇ ପଡିଥିଲେ ମୋହନ ସରକାର l

ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫-

ତେବେ ଜୁନ ଦ୍ଵିତୀୟ ସପ୍ତାହରେ ପୁରିଛି ଏକବର୍ଷ l ଏହାର ସଫଳ ପୁର୍ତ୍ତୀ ପାଇଁ ସମଗ୍ର ରାଜ୍ଯର ପଞ୍ଚାୟତଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ପ୍ରାୟ ଏକ ସପ୍ତାହବ୍ୟାପୀ ପାଳିତ ହେଉଛି ବିକାଶ ମେଳା ୨୦୨୫ l ଏହାର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଜୁନ ୧୧ରେ ଭୁବନେଶ୍ଵରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ବିକାଶ ମେଳା ୨୦୨୫ ଉଦଘାଟନ କରିଥିଲେ। ଜୁନ୍ ୧୧-୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସପ୍ତାହବ୍ୟାପୀ ମେଳାରେ ୭୫ରୁ ଅଧିକ ବିଭାଗୀୟ ଷ୍ଟଲ୍ ବିଭିନ୍ନ କଲ୍ୟାଣକାରୀ ଯୋଜନା ଏବଂ ସରକାରୀ ପଦକ୍ଷେପ ପ୍ରଦର୍ଶନ କରୁଛି। ସୁଭଦ୍ରା ଶକ୍ତି ମହିଳା ଗୋଷ୍ଠୀ ଦ୍ୱାରା ପରିଚାଳିତ ୪୦ ଟି ଷ୍ଟଲ୍ ସହିତ ଓଡ଼ିଆ ଖାଦ୍ୟ ପ୍ରଦର୍ଶନୀ ପ୍ରଦର୍ଶନୀ ଏକ ସ୍ୱତନ୍ତ୍ର ଖାଦ୍ୟ ମହୋତ୍ସବ ଆୟୋଜନ କରାଯାଉଛି।

ଏକ ବର୍ଷ ସଫଳତାର ସହ : ମୁଖ୍ଯମନ୍ତ୍ରୀ

ଏହି ଉଦଘାଟନ ସମୟରେ ଶ୍ରୀଯୁକ୍ତ ମାଝୀ କହିଥିଲେ, “ଆମେ ଗୋଟିଏ ବର୍ଷ ମଧ୍ୟରେ ଆମର ପ୍ରତିଶ୍ରୁତିକୁ ସଫଳତାର ସହିତ ବାସ୍ତବରେ ପରିଣତ କରିଛୁ।” ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନରେ, ଆମେ ବିଭିନ୍ନ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛୁ। କେବଳ ସେତିକି ନୁହେଁ ମୁଖ୍ୟମନ୍ତ୍ରୀ ପ୍ରମୁଖ ସଫଳତା ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ କୃଷକ କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରିବା ସହିତ ବାର୍ଷିକ କୃଷି ପରିବାର ଆୟରେ ୩୦,୦୦୦ ଟଙ୍କା ବୃଦ୍ଧି ଏବଂ ଉତ୍କର୍ଷ ଓଡ଼ିଶା ୨୦୨୫ ପଦକ୍ଷେପ ମାଧ୍ୟମରେ ୧୨.୯୦ ଲକ୍ଷ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ପଦକ୍ଷେପ ଅନ୍ତର୍ଭୁକ୍ତ, ଯାହା ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ନିବେଶକୁ ଆକର୍ଷିତ କରିଛି।

“ଅନ୍ୟ ଉଲ୍ଲେଖନୀୟ ସଫଳତା ମଧ୍ୟରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ଯୋଜନା କାର୍ଯ୍ୟକାରୀ କରିବା, ସରକାରୀ ନିଯୁକ୍ତି ପାଇଁ ବୟସ ସୀମା ୪୨ ବର୍ଷକୁ ବୃଦ୍ଧି କରିବା ଏବଂ ଏସ.ଇ.ବି.ଶି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ ଅନ୍ତର୍ଭୁକ୍ତ। ଏହି ସମୟ ମଧ୍ୟରେ ସରକାର ୨୭,୦୦୦ ରୁ ଅଧିକ ସରକାରୀ ଚାକିରି ମଧ୍ୟ ପ୍ରଦାନ କରିଛନ୍ତି,” ସେ କହିଛନ୍ତି।

“ଆମେ ଦୁର୍ନୀତି ବିରୁଦ୍ଧରେ ଏକ ନିର୍ଣ୍ଣାୟକ ଯୁଦ୍ଧ ଚଳାଇଛୁ,” ମାଝୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ସମସ୍ତ ସ୍ତରରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ବୁଦ୍ଧିଜୀବୀ ମହଲ-

ବୁଦ୍ଧିଜୀବୀମାନଙ୍କ ଏକ ବୈଠକରେ ପୃଥକ ଭାବରେ ଭାଷଣ ଦେଇ ମାଝୀ ତାଙ୍କ ସରକାରଙ୍କ କାର୍ଯ୍ୟକାଳର ପ୍ରଥମ ବର୍ଷରେ ସଫଳତା ଉପରେ ଆଲୋକପାତ କରିଥିଲେ ଏବଂ ଜନସାଧାରଣଙ୍କ ପ୍ରତିକ୍ରିୟା ଏବଂ ସାଂସ୍କୃତିକ ସଂରକ୍ଷଣ ପ୍ରତି ପ୍ରଶାସନର ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। “ଏହି ବର୍ଷ ଲୋକଙ୍କ ଆକାଂକ୍ଷା ପୂରଣ କରିବା ଏବଂ ସରକାର ଏବଂ ନାଗରିକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ବିଷୟରେ ଥିଲା,” ସେ ବଜେଟ୍ ଏବଂ ନୀତି ନିର୍ଦ୍ଧାରଣରେ ସ୍ୱଚ୍ଛତା ଉପରେ ସରକାରଙ୍କ ଧ୍ୟାନକୁ ଗୁରୁତ୍ୱାରୋପ କରି କହିଥିଲେ। ସେ ଗୁରୁତ୍ୱାରୋପ କରିଥିଲେ ଯେ ସରକାରଙ୍କ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଜନମତ କେନ୍ଦ୍ରବ୍ୟାପୀ ରହିଛି।

ପ୍ରଶାସନ ରାଜ୍ୟ ସାରା ୨୧ ଜଣ ପ୍ରମୁଖ ବ୍ୟକ୍ତିତ୍ୱଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବା ପାଇଁ ଏକ ମହତ୍ୱାକାଂକ୍ଷୀ ଯୋଜନା ଘୋଷଣା କରିଛି। ଏହା ସହିତ, ସରକାର ଏହି ଐତିହାସିକ ବ୍ୟକ୍ତିତ୍ୱଙ୍କ ଜନ୍ମସ୍ଥାନରେ ସ୍ମାରକୀ ସଂଗ୍ରହାଳୟ, ବ୍ୟାଖ୍ୟାନ କେନ୍ଦ୍ର ଏବଂ ଶିଶୁ ପାର୍କ ବିକଶିତ କରିବେ। “ଆମର ଲକ୍ଷ୍ୟ ହେଉଛି ଏହି ବ୍ୟକ୍ତିତ୍ୱମାନଙ୍କ ସହ ଜଡିତ ୧୦୦-୧୫୦ ଗ୍ରାମକୁ ଆଦର୍ଶ ଗ୍ରାମରେ ପରିଣତ କରିବା,” ମାଝୀ କହିଛନ୍ତି।

ଖାଦ୍ୟ ମେଳା –

ବିକାଶ ମେଳା କେବଳ ରାଜଧାନୀ ଭୁବନେଶ୍ଵରରେ ସୀମିତ ନ ରହି ୩୦ ଗୋଟି ଜିଲ୍ଲାରେ ଆଡମ୍ବର ସହିତ ପାଳନ କରାଯାଉଛି l ସ୍ଥାନୀୟ ଲୋକ ରୀତିନୀତି ଅନୁଯାୟୀ ଖାଦ୍ୟ ପ୍ରଦର୍ଶନୀ ଏହାର ମୁଖ୍ୟ ଲକ୍ଷ୍ୟ l ଓଡ଼ିଶାର ପୋଡ଼ପିଠା,ଏଣ୍ଡୁରି, କାକରା,ରସାବଳୀ ଇତ୍ୟାଦିକୁ ନେଇ ବିଭିନ୍ନ ସୁଭଦ୍ରା ଶକ୍ତି ମହିଳା ଗୋଷ୍ଠୀ ଦ୍ୱାରା ଆୟୋଜିତ ଏକ ଖାଦ୍ୟ ମହୋତ୍ସବରେ ପାରମ୍ପରିକ ଓଡ଼ିଆ ଖାଦ୍ୟକୁ ଷ୍ଟଲ୍ ମାଧ୍ୟମରେ ବିକ୍ରୟ କରାଯାଉଛି।

ହସ୍ତତନ୍ତ ଓ ହସ୍ତଶିଳ୍ପ-

ପ୍ରଦର୍ଶନୀଗୁଡ଼ିକରେ ସ୍ଥାନୀୟ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ଉତ୍ପାଦ ଏବଂ ସ୍ଥାନୀୟ ଉଦ୍ୟୋଗୀତା ଉପରେ ଗୁରୁତ୍ଵ ଦିଆଯାଇ ସମ୍ବଲପୁରୀ, କୋଟପାଡ଼, ରେଶମି ପାଟ ଭଳି ବସ୍ତ୍ର ବିକ୍ରୟ କରାଯାଇ ସ୍ଥାନୀୟ ଅର୍ଥନୀତିକୁ ଗୁରୁତ୍ଵ ଦିଆଯାଉଛି l ସେହିପରି ନିଖୁଣ କାରିଗରୀ ଓ ଚିତ୍ର ମାଧ୍ୟମରେ ପିପିଲି ଚାନ୍ଦୁଆ, ପଟ୍ଟଚିତ୍ର, ପିତ୍ତଳ ନିର୍ମିତ କଂସା ବାସନ, ପଥର ମୂର୍ତ୍ତି ଇତ୍ୟାଦିକୁ ପ୍ରଦର୍ଶନୀ କରାଯାଇ ଖୁବ୍ କମ୍ ଦିନ ସମୟରେ ଯୁବପିଢିଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରିଛନ୍ତି ରାଜ୍ଯ ସରକାର l

ସଂସ୍କୃତି ଓ ପରମ୍ପରାକୁ ପ୍ରାଧାନ୍ୟ-

ଚଳିତ ବର୍ଷ ବିକାଶ ମେଳା ୨୦୨୫ ସବୁଠାରୁ ଅନନ୍ୟ l କାରଣ ଓଡ଼ିଶାର ଗଣପର୍ବ ରଜକୁ ଧୁମଧାମରେ ପାଳନ କରୁଛନ୍ତି ଓଡିଶା ସରକାର l ସ୍ଵତନ୍ତ୍ର ପାଭିଲିୟନ ଜରିଆରେ ମା ମାଉସୀଙ୍କୁ ନେଇ ରଜ ଦୋଳି, ଅଳତା, ପାନ, ପୁଚି ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କେବଳ ସେତିକି ନୁହେଁ ପ୍ରତି ସ୍ଥାନରେ କଳାକୃତି ଦ୍ଵାରା ଓଡିଶାର ଏୈତିହକୁ ସ୍ଥାନିତ କରାଯାଇଛି l ପ୍ରତିଦିନ ଯୁବପିଢିଙ୍କୁ ନେଇ କୁଇଜ୍, ମ୍ୟୁଜିକ୍ ଚେୟାର, ଫ୍ୟାସନ ଶୋ,ତାସ୍ ଖେଳ ପରି ଅନେକ ପ୍ରତିଯୋଗିତା କରାଯାଇ ମେଳାକୁ ଆସୁଥିବା ଜନସାଧାରଣଙ୍କୁ ଆକୃଷ୍ଟ କରିବା ସହିତ ସନ୍ଧ୍ୟାରେ ଓଡିଶାର ନାମଦାମୀ କଳାକାରଙ୍କୁ ନେଇ ହେଉଛି ସାଂସ୍କୃତିକ କାର୍ଯ୍ୟକ୍ରମ l

ପଲ୍ଲିଶ୍ରୀ ମେଳା-

ଗ୍ରାମୀଣ ଉତ୍ପାଦ, ଗ୍ରାମ୍ୟ ଓ କୁଟୀର ଶିଳ୍ପ ଜିନିଷକୁ ସୁଲଭ ମୂଲ୍ୟରେ ବିକ୍ରୟକରି କାରିଗରକୁ ମିଳୁଛି ଆର୍ଥିକ ସହାୟତା l ସେହିପରି ସରକାରୀ ଯୋଜନାରେ ସାମିଲ ହୋଇ କିପରି ନିଜର ଗ୍ରାମ୍ୟ ଉତ୍ପାଦକୁ ନେଇ ବ୍ୟବସାୟ ଆରମ୍ଭ କରିହେବ ସେଥିପ୍ରତି ମଧ୍ଯ ଅନେକ ସଚେତନତା କାର୍ଯ୍ୟକ୍ରମ ମଧ୍ଯ ସରକାରୀ ସ୍ତରରେ ଓ ମୁଖ୍ୟତଃ ଏଲଇଡି ପ୍ରସାର ମଧ୍ଯ ମାଧ୍ୟମରେ କରାଯାଉଛି l

ରାଜ୍ୟର ସରକାରୀ ବିଭାଗ ପକ୍ଷରୁ ସୂଚନା-

ଚଳିତ ବିକାଶ ମେଳାରେ ରାଜ୍ୟ ସରକାରଙ୍କ ସମସ୍ତ ଜନମଙ୍ଗଳ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ପଡିଚି ସ୍ଵତନ୍ତ୍ର ଷ୍ଟଲ୍ l ଯେପରିକି ଓଡିଶା ରାଜ୍ୟ ପରିବହନ ନିଗମ, ଓଡିଶା ରାଜ୍ଯ ପୁସ୍ତକ ନିର୍ଦ୍ଦେଶାଳୟ, ସୁଭଦ୍ରା, ପଞ୍ଚାୟତିରାଜ ଓ ଜଳଯୋଗାଣ ବିଭାଗ ପରି ଅନେକ ବିଭାଗ ଯେଉଁଠାରେ ଗୋଟେ ଛାତ ତଳେ ସିଧାସଳଖ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି ଆସୁଥିବା ସାଧାରଣ ଜନତା l

କାର୍ଯ୍ୟକ୍ଷମ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ-

ଲୋକଙ୍କ ପାଖରେ ପହଞ୍ଚିଲା ସରକାର, ସମ୍ବଲପୁରରେ ହେଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ହେବା ସହିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପ୍ରାୟ ୮୫% ଅଭିଯୋଗ ସମାଧାନ ଜନଶୁଣାଣି ପୋର୍ଟାଲ୍ ମାଧ୍ଯମରେ ୫ଲକ୍ଷରୁ ଅଧ‌ିକ ଅଭିଯୋଗ ସମାଧାନ ହୋଇଅଛି l

ସୁସ୍ଥ ଓଡ଼ିଶା, ସମୃଦ୍ଧ ଓଡ଼ିଶାର ଶୁଭାରମ୍ଭ-

ଆୟୁଷ୍ମାନ୍ ଓ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ଦେଶର ୨୯ ହଜାରରୁ ଅଧ‌ିକ ଚିକିତ୍ସାଳୟରେ ନଗଦ ବିହୀନ ଚିକିତ୍ସା ସୁବିଧା l ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ଉନ୍ନ‌ତ ଚିକିତ୍ସା ସୁବିଧା l ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାରେ ୭୦ ବର୍ଷ ଓ ତଦୁର୍ଷ ବୟସର ବରିଷ୍ଠ ନାଗରିକଙ୍କ ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଉପଲବ୍ଧ l

ଜନଜାତି ବିକାଶ

ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ୧,୭୨, ୩୫୬ ଜଣ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେବେ ସେହିପରି ଆବାସିକ ବିଦ୍ୟାଳୟଗୁଡ଼ିକ ପାଇଁ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ଯୋଜନା l
ଜନଜାତି ଶିଶୁମାନଙ୍କ ଶିକ୍ଷା ଏବଂ ଜ୍ଞାନାତ୍ମକ ବିକାଶ ଉଦ୍ଦେଶ୍ୟରେ “ଆମେ ପଢ଼ିବା ଆମ ଭାଷାରେ” ଅଭିଯାନକୁ କାର୍ଯ୍ୟକାରୀ କରିବା l

ମହିଳା ସଶକ୍ତିକରଣ ଓ କନ୍ୟା ବିବାହ-

ସୁଭଦ୍ରାରେ ୧ କୋଟିରୁ ଅଧିକ ମହିଳା ଉପକୃତ ୧୬ ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ଓ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ଆର୍ଥିକ ଅନଗ୍ରସର ପରିବାରର ଝିଅମାନଙ୍କୁ ସ୍ଥାନୀୟ ପରମ୍ପରା ଅନୁସାରେ ଗଣ ବିବାହର ଆୟୋଜନ l

ଜାତୀୟ ଶିକ୍ଷା ନୀତି – ୨୦୨୦

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଆବର୍ଷ ପ୍ରାଥମିକ ବିଦ୍ୟାଳୟ ଓ ଶତାୟୁ ବିଦ୍ୟାଳୟଗୁଡ଼ିକର ନବୀକରଣ ପାଇଁ ଐତିହ୍ୟ ବିଦ୍ୟାଳୟ ଯୋଜନାର ସରକାରଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି l

ଯୁବବର୍ଗଙ୍କ ପାଇଁ ସୁଯୋଗ-

ଅଦ୍ୟାବଧି ୨୭,୩୮୨ ମୂଳ ସରକାରୀ ପଦବୀ ପୂରଣ l ସାମାଜିକ ଓ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚ ଶିକ୍ଷାରେ ୧୧.୨୫% ସ୍ଥାନ ସଂରକ୍ଷଣ ଦିଆଯାଇଛି l

କୃଷି ଓ କୃଷକ ସଶକ୍ତିକରଣ-

ସମୃଦ୍ଧ କୃଷଳ ଯୋଜନାରେ ଧାନର କ୍ଲିଣ୍ଟାଲ ପିଛା ଉପରେ ୮୦୦ ଟଙ୍କାର ଇନ୍‌ପୁଟ୍ ସହାୟତା ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ପାଇଁ ନିଷ୍ପତ୍ତି ନିଆଯାଇଛି l ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୧୫ ଲକ୍ଷରୁ ଅଧିକ ବୁଗ୍ଧ ଚାଷୀ ଉପକୃତ ହେବେ l

ଗ୍ରାମୀଣ ଭିତ୍ତିଭୂମି ବିକାଶ-

ଗ୍ରାମ ଗୁଡିକର ସର୍ବାଙ୍ଗୀନ ବିକାଶ ପାଇଁ ବିକଶିତ ଗାଁ, ବିକଶିତ ଓଡ଼ିଶା ରେ ସାମିଲ କରିବା ସହ ୩ ଲକ୍ଷ ୬୫୮ ଘରୋଇ ଟ୍ୟାପ ସଂଯୋଗୀକୃତ କରାଯାଇଛି l ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ୨.୬୭ ଲକ୍ଷ ଘର ନିର୍ମିତ ଓ ୩୬ ଲକ୍ଷ ନୂତନ ହିତାଧିକାରୀ ଚିହ୍ନଟ କରାଯାଇ ଅନ୍ତୋଦୟ ଗୃହ ଯୋଜନାରେ ପ୍ରାୟ ୬୦ ହଜାର ହିତାଧୁକାରୀଙ୍କୁ ଘର ମଞ୍ଜୁର l

ସମୃଦ୍ଧ ଓଡ଼ିଶା ପାଇଁ ଶିଳ୍ପାୟନର ଆଶା-

ଉତ୍କର୍ଷ ଓଡ଼ିଶା-୨୦୨୫ ସମ୍ମିଳନୀରେ ୫୯୩ଟି ପ୍ରକଳ୍ପ ପ୍ରସ୍ତାବ ଗ୍ରହଣ, ୧୬.୭୩ ଲକ୍ଷ କୋଟି ଟଙ୍କାର ନିବେଶ ଲକ୍ଷ୍ୟ, ୧୨.୮୮ ଲକ୍ଷ ନିଯୁକ୍ତି ସୃଷ୍ଟିର ଆଶା ପୂରଣ ହୋଇଛି l କଳିଙ୍ଗ ନଗରରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ସମୁଦାୟ ୨୦ଟି ଶିଳ୍ପ ପ୍ରକଳ୍ପର ଭିଭିପ୍ରସ୍ତର ସ୍ଥାପନ; ଶୁଭ ଉଦ୍‌ଘାଟନ; ଯେଉଁଠାରେ ହଜାର ନୂଆ ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ରହିଛି l

ଖୋର୍ଦ୍ଧାରେ ୫,୭୭୦ କୋଟି ଟଙ୍କାର ୧୪ଟି ପରିବର୍ତ୍ତନକାରୀ ଶିଳ୍ପ ପ୍ରକଳ୍ପର ଉଦ୍‌ଘାଟନ; ଭିଭି ପ୍ରସ୍ତର ସ୍ଥାପନ; ୩୭ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟ

ନିଷ୍କର୍ଷ –

ବିକାଶ ମେଳା ୨୦୨୫ କେବଳ ଏକ ପ୍ରଦର୍ଶନୀ ନୁହେଁ ଏହା ଏକ ସାଂସ୍କୃତିକ ଓ ଅର୍ଥନୈତିକ କ୍ଷେତ୍ରରେ ଲୋକଙ୍କ ସହିତ ଜଡିତ l କିପରି ଲୋକଟିଏ ନିଜ ଦୈନଦିନ ଜୀବନରୁ ସମୟ ବାହାର କରି ସରକାରଙ୍କ ପ୍ରଦତ୍ତ ଯୋଜନାକୁ ଜାଣିପାରିବ ଓ ସେଥିରେ ନିଜେ ଅନ୍ତର୍ଭୁକ୍ତ ହୋଇ ବିକାଶ ମାର୍ଗର ପଥିକ ହୋଇପାରିବ ଏହାହିଁ ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ l

ପ୍ରସ୍ତୁତି- ଦେବୀ ପ୍ରସାଦ

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score