Explore

Search

April 15, 2025 4:19 pm

Genres

“୧୦୦ ଝିଅଙ୍କ ସଫଳତାର କାହାଣୀ” ଶୀର୍ଷକ ପୁସ୍ତକ ଉନ୍ମୋଚିତ |

inspiration story

ବ୍ରହ୍ମପୁରର ସରକାରୀ ଆଇଟିଆଇରେ ଦକ୍ଷତା ପ୍ରଶିକ୍ଷଣର ସର୍ବୋତ୍ତମ ଉପଯୋଗ କରିଥିବା ୧୦୦ ଜଣ ମହିଳା ସଫଳ ବ୍ୟକ୍ତିତ୍ୱଙ୍କ ଉପରେ ଏକ ପୁସ୍ତକ ଶୁକ୍ରବାର ଉନ୍ମୋଚନ କରାଯାଇଚି । ଏହି ଅବସରରେ ଦକ୍ଷତା ବିକାଶ ଓ ବୈଷୟୀକ ଶିକ୍ଷା ବିଭାଗ ସଚିବ ଉଷା ପାଢ଼ୀଙ୍କ ଦ୍ୱାରା “୧୦୦ ଝିଅଙ୍କ ସଫଳତାର କାହାଣୀ” ଶୀର୍ଷକ ପୁସ୍ତକକୁ ଉଭୟ ଓଡ଼ିଆଇଂରାଜୀ ଭାଷାରେ ଉନ୍ମୋଚନ କରାଯାଇଛି ।

ଏହି ପୁସ୍ତକରେ ୧୦୦ ଜଣ ସଫଳ କୃତିତ୍ୱ ମାନଙ୍କ ଉଲ୍ଲେଖନୀୟ ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି ଯେଉଁମାନେ ଆଇଟିଆଇ, ବ୍ରହ୍ମପୁରର ବିଭିନ୍ନ ବିଭାଗରୁ ସ୍ନାତକ ହାସଲ କରି ଏବେ ବିଭିର୍ଣ୍ଣ ପ୍ରକାର ସରକାରୀ ତଥା ବେସରକାରୀ ସଂସ୍ଥା ରେ ସମ୍ମାନଜନକ ପଦବୀରେ କାର୍ଯ୍ୟରତ ।

ଏହି ପୁସ୍ତକଟି ଏହି ସଂସ୍ଥାନର ମହିଳାମାନଙ୍କୁ କୌଶଳ ବିକାଶ ମାଧ୍ୟମରେ ସଶକ୍ତ କରିବା ସହ ତାଙ୍କ ଚୟନିତ କ୍ଷେତ୍ରରେ ସାର୍ଥକତାରେ ପ୍ରତିଷ୍ଠିତ କରିବାରେ ବହୁମାତ୍ରାରେ ପ୍ରେରଣା ଯୋଗାଇବ। ଏହା ସହ ସାଧାରଣ ସ୍ତରରୁ ଆସିଥିବା ମହିଳାମାନଙ୍କ ପାଇଁ ଏହି ଅନୁଷ୍ଠାନ ସେମାନଙ୍କୁ ନିଜ ଜୀବନ ବଦଳାଇବାର ଏକ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିଥାଏ ବୋଲି କହିଛନ୍ତି ଅନୁଷ୍ଠାନର ପ୍ରିନ୍ସିପାଲ୍ ରଜତ କୁମାର ପାଣିଗ୍ରାହୀ । ଆହୁରି ମଧ୍ୟ ସେ କହିଛନ୍ତି ବ୍ରହ୍ମପୁରର ଆଇଟିଆଇ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷପ କେବଳ ଓଡିଶା ନୁହେଁ ଦେଶବ୍ୟାପୀ ମହିଳାମାନଙ୍କୁ ଟେକ୍ନୋଲୋଜି ଏବଂ ବୈଷୟୀକ ଶିକ୍ଷା କ୍ଷେତ୍ରରେ ଅଧିକ ରୁ ଅଧିକ ଯୋଗଦାନ ପାଇଁ ପ୍ରେରଣା ପ୍ରଦାନକରିବ ବୋଲି ତାଙ୍କର ବିଶ୍ୱାସ ରହିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score