Explore

Search

January 22, 2025 2:30 am

Genres

ମରୁ ଉଡାନ୍ ମାଧ୍ୟମରେ ମହିଳାଙ୍କ ସମସ୍ୟାକୁ ସମାଧାନ କରୁଛନ୍ତି ଟିନା ଡାବି

IAS Tina Dabi

ରାଜସ୍ଥାନ: ପ୍ରାୟ ସମୟରେ ଚର୍ଚ୍ଚାରେ ରହୁଥିବା ପ୍ରଶାସିକା ଟିନା ଡାବି ବର୍ତ୍ତମାନ ରାଜସ୍ଥାନର ବାରମର୍ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କର ଯୋଜନା ‘ମରୁ ଉଡାନ୍’ ପାଇଁ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି l ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳର ମହିଳାମାନଙ୍କ ପାଇଁ ସେ କାମ ଆରମ୍ଭ କରିଛନ୍ତି । ଲିଙ୍ଗ ସମ୍ବନ୍ଧୀୟ ସମସ୍ୟା ଏବଂ ମହିଳାମାନଙ୍କ ସମ୍ମୁଖୀନ ହେଉଥିବା ସାମାଜିକ-ଅର୍ଥନୈତିକ ପରିସ୍ଥିତିକୁ ସମାଧାନ କରିବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି । ଏହି ମିଶନ ମାଧ୍ୟମରେ ସେ ମହିଳା ଏବଂ ଝିଅମାନଙ୍କୁ ମାନସିକ, ଶାରୀରିକ ଏବଂ ଆର୍ଥିକ ଦୃଷ୍ଟିରୁ ସଚେତନ କରାଉଛନ୍ତି । ଏଥିପାଇଁ ସେ ଉକ୍ତ ଅଞ୍ଚଳରେ ଥିବା ମହିଳାମାନଙ୍କ ସହ ନିରନ୍ତର ଯୋଗାଯୋଗ ମଧ୍ୟ ରଖୁଛନ୍ତି । ଏହି ସମୟରେ, ସେ ମହିଳାମାନଙ୍କୁ କହିଥିଲେ ଯଦି ସେମାନେ ନିଜ ଅସୁସ୍ଥତାକୁ ପରିବାର କିମ୍ବା ପିତାମାତାଙ୍କ ସହ ବାଣ୍ଟିବାକୁ ଲଜ୍ଜା ଅନୁଭବ କରୁଛନ୍ତି, ତେବେ ସେମାନେ ସିଧାସଳଖ ତାଙ୍କ ନିକଟକୁ ଆସିପାରିବେ ବୋଲି ମହିଳାମାନଙ୍କୁ ଭରସା ଦେଇଛନ୍ତି ଟିନା ।

‘ବେଟି ବଚାଓ ବେଟି ପଢ଼ାଓ’ ଯୋଜନାର ଢାଞ୍ଚାରେ ‘ମରୁ ଉଡାନ୍’ କାର୍ଯ୍ୟ କରୁଛି । ଏନେଇ ପଦକ୍ଷେପ ଗତ ନଭେମ୍ବର ୧୨ ତାରିଖରେ ନିଆଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମ ଅନୁଯାୟୀ, ୧୨ ରୁ ୨୮ ନଭେମ୍ବର ମଧ୍ୟରେ ୩୦୦୦ ରୁ ଅଧିକ ମହିଳା ୧୨ ଟି ବ୍ଲକ୍‌ରେ ଅଂଶଗ୍ରହଣ କରିଛନ୍ତି ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏଥି ମଧ୍ୟରୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୩୮ ମହିଳାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିଛି । ଏହି ପରୀକ୍ଷାରେ ମହିଳାମାନଙ୍କର ରକ୍ତହୀନତା ଏବଂ କ୍ୟାଲସିୟମ ଅଭାବ ଥିବା ଦେଖିବାକୁ ମିଳିଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score