Explore

Search
Close this search box.

Search

November 20, 2024 6:30 pm

Genres

ଭୁବନେଶ୍ବର ପାଇବ ନୂଆ ପରିଚୟ, ୮୩୬ ଏକର ଜମିରେ ହେବ ନୂଆ ସହର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ତିଆରି ହେବ ନୂତନ ସହର। ନୂଆ ସହର ପାଇଁ ମାଷ୍ଟରପ୍ଲାନ୍ ତିଆରି ଶେଷ ହୋଇସାରିଥ‌ିବା ବେଳେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ବିଡିଏକୁ ଏହାର ଦାୟିତ୍ଵ ହସ୍ତାନ୍ତର କରିଛି। ସମ୍ପୂର୍ଣ୍ଣ ଗ୍ରୀନ୍ ସିଟି ଭାବେ ନୂଆ ସହର ଗଠନ ପାଇଁ ଯୋଜନା ଚାଲିଛି। ଗୋଠପାଟଣା, ଦାସପୁର ଓ ମଳିପଡ଼ା ମୌଜାର ୮୩୬ ଏକର ଜମିରେ ଏହି ସହର ତିଆରି ପାଇଁ ଲକ୍ଷ୍ୟ ରଖାଯାଇଛି। ଏଠାରେ ସ୍ୱେରେଜ୍‌ଠାରୁ ଆରମ୍ଭ କରି ଡ୍ରେନେଜ୍, ରୋଡ ପାର୍ଶ୍ୱ ଆଦି ସମସ୍ତ ବ୍ୟବସ୍ଥା ରହିବ। ରାଜଧାନୀରେ ଜାଗାର ମୂଲ୍ୟ ଅଧିକ ରହିଥ‌ିବାରୁ ସମସ୍ତେ ଘର କିଣି ପାରୁନାହାନ୍ତି, ଫଳରେ ଭଡ଼ାରେ ରହୁଛନ୍ତି। ତେଣୁ ସେଭଳି ଲୋକଙ୍କୁ କମ୍‌ଦରରେ ଘର ଦେବା ପାଇଁ ବିଭାଗ ଚେଷ୍ଟା କରୁଛି ବୋଲି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଅଧ୍ୟକ୍ଷ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି। ମଙ୍ଗଳବାର ଇଡ୍‌କଲ୍ ଅଡିଟୋରିୟମ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଚନ୍ଦ୍ରଶେଖରପୁର ମୌଜାରେ ୨୦ଏକର ପରିମିତ ଜାଗାରେ ୨୬ଶହ ଗୃହ ନିର୍ମାଣ ପାଇଁ ଯୋଜନା ହୋଇଛି। ତନ୍ମଧ୍ୟରୁ ୮୨୦ଟି ଘର ନିର୍ମାଣ ସରିଥିବାବେଳେ ୬୯୦ଟି ଘର ଆବଣ୍ଟନ ହୋଇଛି ସେହିପରି କେୟାର ହସ୍ପିଟାଲ ନିକଟସ୍ଥ ନୀଳମାଧବ ବସ୍ତିର ୮.୧୮ ଡେସିମିଲ ଜାଗାରେ ୧୨ଶହ ଗୃହ ନିର୍ମାଣ କରାଯିବ ପାଇଁ ଯୋଜନା ରହିଛି। ସେଥୁରୁ ୯୬୦ଟି ଗୃହର କାର୍ଯ୍ୟ ସରିଛି ଏବଂ ୫୦୭ଟି ଯୋଗ୍ୟ ପରିବାରକୁ ଗୃହ ଯୋଗାଇଦିଆଯାଇଛି। ସୁବୁଦ୍ଧିପୁରରେ ବରୁଣେଇ ଏନକ୍ଳେଭରେ ମୋଟ ୩୪୨ଟି ଘର ତିଆରି ପାଇଁ ଯୋଜନା ରହିଥ‌ିବାବେଳେ ସମସ୍ତ ଘର ନିର୍ମାଣ ସରିଛି। ସେଥୁରୁ ୨୮ଟି ଯୋଗ୍ୟ ପରିବାରକୁ ଆବଣ୍ଟନ ପତ୍ର ଦିଆଯାଇଛି। ସେହିଭଳି ସତ୍ୟନଗର ଶାନ୍ତିପଲ୍ଲୀ ବସ୍ତିକୁ ୧୦ ଏକର ଜାଗାରେ ପୁନଃ ନିର୍ମାଣ କରାଯାଇ ୧୩୦୦ଟି ଗୃହ ତିଆରି କରାଯିବାର ଲକ୍ଷ୍ୟ ରଖାଯାଇଛି । ସେଥୁରୁ ୫୬୦ଟି ଗୃହର କାର୍ଯ୍ୟ ଶେଷ ହୋଇଛି ଏବଂ ୪୫୧ଟି ଯୋଗ୍ୟ ପରିବାରକୁ ଗୃହ ଆବଣ୍ଟନ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score