Explore

Search
Close this search box.

Search

September 19, 2024 7:14 am

Genres

ଜନ୍ମାଷ୍ଟମୀ ପାଇଁ ସଜେଇହେଇଛି ମଥୁରା ନଗରୀ : ହୋଇଛି ଭବ୍ୟ ଆୟୋଜନ

Krishna Janmashtami

ପବିତ୍ର ଜନ୍ମାଷ୍ଟମୀ ପାଇଁ ଆଜି ସ୍ଵର୍ଗପୁରୀ ସଦୃଶ ପ୍ରତୀୟମାନ ହେଉଛି କୃଷ୍ଣ ଜନ୍ମଭୂମି ମଥୁରା ନଗରୀ। ଜନ୍ମଭୂମି ମଥୁରା ଗଳିକନ୍ଦିରେ ଗୁଞ୍ଜରିତ ହେଉଛି ହରେକୃଷ୍ଣ ଧ୍ବନି। ଆଜି ବିଳମ୍ବିତ ରାତିରେ ମଥୁରାରେ ଜନ୍ମ ନେବେ ନଟଖଟ ନାଟବର କଳା କହ୍ନେଇ। ଏନେଇ କୃଷ୍ଣ ମନ୍ଦିର ଓ ଇସକନ ମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଆରମ୍ଭ ହୋଇଯାଇଛି। ସକାଳୁ ସକାଳୁ ମନ୍ଦିର ଗୁଡିକରେ ଭକ୍ତଙ୍କ ଭିଡ ଜମିଥିବା ବେଳେ କୃଷ୍ଣଙ୍କ ଆଗମନକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ହିନ୍ଦୁ ସଂସ୍କୃତିରେ ଏହି ପବିତ୍ର ଦିନର ବେଶ୍‌ ମହତ୍ତ୍ୱ ରହିଛି। ଉତ୍ତର ପ୍ରଦେଶର ମଥୁରାରେ ଶ୍ରୀକୃଷ୍ଣ ଜନ୍ମ ଗ୍ରହଣ କରିଥାବାରୁ ଏଠାରେ ଏହି ଉତ୍ସବ ବିଶେଷ ଉଲ୍ଲାସରେ ପାଳିତ ହୋଇଥାଏ।

ଜନ୍ମାଷ୍ଟମୀ ଅବସରରେ ମଥୁରାରେ ପ୍ରବଳ ଜନସମାଗମ ହେବାର ସମ୍ଭାବନା ଥିବାରୁ ପୋଲିସ ପକ୍ଷରୁ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ହୋଇଛି। ମଥୁରା ସହ ବୃନ୍ଦାବନରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି । ଭକ୍ତମାନେ ଯେପରି ଶୃଙ୍ଖଳିତ ଭାବେ ପ୍ରଭୁଙ୍କ ଦର୍ଶନ କରିପାରିବେ ସେଥିପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି। ଏଥିପାଇଁ ମଥୁରାକୁ ୩ଟି ଜୋନ ଓ ୧୭ଟି ସେକ୍ଟରରେ ପରିଣତ କରାଯାଇଛି। ଏକାଭଳି ସୁରକ୍ଷା ବ୍ୟବସ୍ଥା ବୃନ୍ଦାବନରେ ମଧ୍ୟ ହୋଇଛି।

ତେବେ ସୂଚନା ଥାଉ କି ଜନ୍ମାଷ୍ଟମୀ ଅବସରରେ ଭକ୍ତଙ୍କ ପାଇଁ ଜନ୍ମସ୍ଥାନ ମନ୍ଦିରଗୁଡିକ ୨୦ ଘଣ୍ଟା ଖୋଲା ରହିବ। ପୂର୍ବ ନିର୍ଧାରିତ ନୀତି ଅନୁଯାଇ ସକାଳ ସାଢ଼େ ୫ଟାରୁ ଠାକୁରଜୀଙ୍କ ପଞ୍ଚାମୃତ ଅଭିଷେକ ଏବଂ ପୁଷ୍ପାଞ୍ଜଳି ସହ ମଙ୍ଗଳ ଆଳତୀ ଉତ୍ସବ ଆରମ୍ଭ ହୋଇଯାଇଛି। ସନ୍ଥ ନୃତ୍ୟ ଗେପାଲ ଦାସଙ୍କ ନେତୃତ୍ୱରେ ମଧ୍ୟରାତ୍ରରେ ଠାକୁରଜୀଙ୍କ ବାଳ ସ୍ୱରୂପର ମହାଭିଷେକ ଅନୁଷ୍ଠିତ ହେବ। ଏହି ସମାରୋହ ରାତି ୧୧ଟାରୁ ଆରମ୍ଭ ହୋଇ ୧୨ଟା ୪୦ ପର୍ଯ୍ୟନ୍ତ ଚାଲିବ। ସେହିପରି ରାତି ୨ଟାରେ ଶୟନ ଆରତୀ ସହ ଏହି ଉତ୍ସବ ଶେଷ ହେବ। ଏବଂ ଅନ୍ତିମପର୍ଯ୍ୟରେ ଆସନ୍ତା କାଲି ଅଗଷ୍ଟ ୨୭କୁ ବୃନ୍ଦାବନରେ ଜନ୍ମାଷ୍ଟମୀ ପାଳନ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score