ଆମ ଓଡ଼ିଆ ଘରେ ବାର ମାସରେ ତେର ପର୍ବ l ଯେଉଁ ପର୍ବରେ ଭଳିକି ଭଳି ପିଠା ଓ ମିଠାର ଆସର ଜମେ l ଯାହା ମଧ୍ୟରୁ ଛେନାପୋଡ଼ ଅନ୍ୟତମ l ଏହି ମିଠାଟି ପ୍ରତି ଓଡ଼ିଆଙ୍କ ପ୍ରିୟ କାରଣ ସ୍ୱାଦରେ ଏହା ଭାରି ସୁଆଦିଆ । ସମସ୍ତେ ଏହାକୁ ଖାଇବାକୁ ଭାରି ପସନ୍ଦ କରନ୍ତି । ତେବେ ଆଉ ଆଜି ହେଉଛି ଛେନାପୋଡ଼ ଦିବସ । ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏପ୍ରିଲ ୧୧ ପ୍ରତିବର୍ଷ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଏ।
ଛେନାପୋଡ ଓ ନୟାଗଡ ଜିଲ୍ଲାର ସମ୍ବନ୍ଧ –
ଛେନାପୋଡ କଥା ମନକୁ ଆସିଲେ ସମସ୍ତେ ପ୍ରାୟ ନୟାଗଡ କଥା ଭାବନ୍ତି ମାତ୍ର ଏବେ ଛେନାପୋଡ କେବଳ ନୟାଗଡର ନୁହେଁ ସମଗ୍ର ଓଡିଶାର ପରିଚୟ । ଓଡିଶାର ଏକ ସ୍ବତନ୍ତ୍ର ଓ ସୁଆଦିଆ ମିଠା ହେଉଛି ଛେନାପୋଡ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ ବର୍ଗର ଲୋକ ପସନ୍ଦ କରିଥାନ୍ତି ।
ସ୍ୱାଧୀନତା ପୂର୍ବରୁ ନୟାଗଡ଼ ଛେନାପୋଡ଼ ଜନ୍ମ ନେଇଥିଲା। ଛେନାପୋଡ଼ ପଛରେ ରହିଛି ଏକ ରୋଚକ କାହାଣୀ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣା ଗ୍ରାମରେ ୧୯୩୧ ଏପ୍ରିଲ୍ ୧୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଛେନାପୋଡ଼ର ଜନ୍ମଦାତା ସୁଦର୍ଶନ ସାହୁ l ନିଜର ଏକ ଜଳଖିଆ ଦୋକାନ କରି ପରିବାର ଚଳାଉଥିଲେ ସୁଦର୍ଶନ l ଏକଦା ତାଙ୍କ ଦୋକାନରେ କିଛି ଛେନା ବଳକା ରହିଯାଇଥିଲା । ତାହା ସକାଳକୁ ଖରାପ ହୋଇଯିବ ଭାବି ସେଥିରେ କିଛି ଚିନି ଓ କିଛି ଚାଉଳ ଚୁନା ମିଶାଇ ରଡନିଆଁରେ ପୋଡ଼ିଦେଇଥିଲେ। ଏହାପରେ ତାହା ଏକ ପିଠା ଆକାରର ହୋଇଥିଲା। ପ୍ରଥମେ ତାହା ଛେନାପୋଡ଼ ପିଠା ହୋଇଥିଲା। ପରେ ଏହା ପିଠାରୁ ମିଠା ପାଲଟିଥିଲା। ଖୁବ୍ କମ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ମିଠା ନାଁ କରିଥିଲା ।
ପ୍ରସ୍ତୁତ ପ୍ରଣାଳୀ-
ଛେନାପୋଡ଼ ଗୋଟିଏ ଓଡ଼ିଆ ମିଠା । ଏହା ଛେନା, ଚିନି, ସୁଜି, କାଜୁ ଓ କିସମିସରେ ତିଆରି କରାଯାଏ । ଛେନାପୋଡ଼ର ଆକ୍ଷରିକମାନେ ପୋଡ଼ା ଜାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା । ଏହା ବାଦାମି ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ । ଏହା ଜଗନ୍ନାଥଙ୍କର ଛପନ ଭୋଗ ଭିତରୁ ଗୋଟିଏ । ୨୦୨୨ ମସିହାରୁ ସୁଦର୍ଶନ ସାହୁଙ୍କ ଜନ୍ମଦିନ ଅପ୍ରେଲ ମାସ ୧୧ ତାରିଖକୁ ଛେନାପୋଡ଼ ଦିବସ ଭାବରେ ସମଗ୍ର ରାଜ୍ୟବ୍ୟାପୀ ସରକାରୀ ଓ ବେସରକାରୀ ସ୍ତରରେ ପାଳନ କରାଯାଉଛି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |