Explore

Search

July 2, 2025 10:42 pm

Genres

ଛତ୍ରପୁର ବିକାଶରେ ମୁଖ୍ୟ ପୁରୋଧା ସାଜିଛନ୍ତି ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ

ଓଡ଼ିଶାର ଦାକ୍ଷିଣାତ୍ୟ ଜିଲ୍ଲାର ପ୍ରମୁଖ ଅଞ୍ଚଳ ହେଉଛି ଛତ୍ରପୁର l ରାଜନୀତି, ସାମାଜିକ ଓ ଆର୍ଥିକ ଏବଂ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଛତ୍ରପୁର ବିଧାନସଭା ନିର୍ବାଚନମଣ୍ଡଳୀ ବେଶ ସଶକ୍ତ l କେବଳ ସେତିକି ନୁହେଁ ଆଜି ବିକାଶ ପଥରେ ତ୍ଵରିତ ବେଗରେ ଅଗ୍ରସର ହେଉଛି ଏହି ଅଞ୍ଚଳ l ଯାହାର ପୁରୋଧା ସାଜିଛନ୍ତି ସେହି ଅଞ୍ଚଳର ଯୁବ ବିଧାୟକ କୃଷ୍ଣଚନ୍ଦ୍ର ନାୟକ l

ଜମିକୁ ଜଳ, ଯୁବକଙ୍କୁ ନିଯୁକ୍ତି, ଘରକୁ ପାଣି ସ୍ଲୋଗାନ ପଥେ ବିକଶିତ ଛତ୍ରପୁର:

୨୦୨୪ ଓଡ଼ିଶା ବିଧାନସଭା ନିର୍ବାଚନରେ ଛତ୍ରପୁରବାସୀ ଦେଖିଥିଲେ ଏକ ଯୁବ ଉଦୟମାନ ଚେହେରା l ଯାହାକୁ ଲୋକ ବହୁମତ ମଧ୍ଯ ଦେଇଥିଲେ l ଯାହାକୁ ଆଜି ବାସ୍ତବତାରେ ପରିଣତ କରୁଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର ନାୟକ l ଜମିକୁ ଜଳ, ଯୁବକଙ୍କୁ ନିଯୁକ୍ତି, ଘରକୁ ପାଣି ସ୍ଲୋଗାନରେ ଅଂଚଳବାସୀଙ୍କୁ କରୁଛନ୍ତି ଉପକୃତ l

ସ୍ଥାନୀୟ ଅଞ୍ଚଳରେ କୃଷି ଉତ୍ପାଦନ, ଯୁବାଙ୍କୁ ରୋଜଗାର ପ୍ରଦାନ ଓ ପ୍ରତି ଘରେ କିପରି ପାଇପ ଯୋଗେ ପାନୀୟ ଜଳ ପହଁଞ୍ଚିବ ସେଥିଲାଗି ଅହରହ କାର୍ଯ୍ୟରତ ବିଧାୟକ ମହୋଦୟ l କେବଳ ସେତିକି ନୁହେଁ ଯେଉଭଳି ଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସମସ୍ତ ଧାର୍ମିକ ଅନୁଷ୍ଠାନ, ମଠ ଓ ମନ୍ଦିରର ବିକାଶ କରାଯାଉଛି ତାହା ବେଶ ସ୍ଵାଗତ ଯୋଗ୍ୟ l ନିଜ ଅଞ୍ଚଳରେ ଦାଦନ ରୋକିବାକୁ କଳକାରଖାନା ପ୍ରତିଷ୍ଠା ପାଇଁ ବିଧାୟକ ଶ୍ରୀ ନାୟକ ନିମନ୍ତେ ଧ୍ୟାନ ଦେଉଥିବା ବେଳେ କେବଳ ତାଙ୍କର ବରିଷ୍ଠ ଉଦ୍ୟମ ଯୋଗୁଁ ରାଜ୍ଯ ସରକାରଙ୍କ ଏକ ବର୍ଷ ପୂର୍ତ୍ତିର ଅଧ୍ୟାୟରେ ଛତ୍ରପୁର ସାଜିଛି ମୁଖ୍ୟ ପୃଷ୍ଠା l

ସ୍ଥାନୀୟ ବାସିନ୍ଦାଙ୍କୁ ମିଳିଛି ଉପଯୋଗୀତା :

ନିର୍ବାଚିତ ହେବାର ଏକ ବର୍ଷ ପୂରିଛି। ସରକାରଙ୍କ ଅନେକ ଯୋଜନା ମଧ୍ୟରେ ସବୁଠାରୁ ଜନାଦୃତ ଯୋଜନା ହେଉଛି ସୁଭଦ୍ରା l ଏହି ଯୋଜନା ରେ ଆଜି କେବଳ ଓଡିଶା ନୁହେଁ ସମଗ୍ର ଛତ୍ରପୁର ଅଞ୍ଚଳର ଶତକଡ଼ା ୮୦ ଭାଗ ମା’-ଭଉଣୀ ସାମିଲ ହୋଇଛନ୍ତି । ଦରଦୀ ହୃଦୟର ଦୁଃଖ ଶୁଣି ପାରୁଥିବା ଏହି ଯୁବ ବିଧାୟକ ନିଜର ପ୍ରାପ୍ୟକୁ ଗରିବ ଏବଂ ଚିକିତ୍ସାଜନିତ ସମସ୍ୟା ଭୋଗୁଥିବା ଲୋକଙ୍କ ପାଇଁ ବିନିଯୋଗ କରୁଛନ୍ତି। ନିଜ କ୍ଷେତ୍ରରେ ଶବ ବ୍ୟବଚ୍ଛେଦ ନେଇ ରହିଥ‌ିବା ସମସ୍ୟାର ସମାଧାନ ଜିଲାପାଳ ଓ ଏସପିଙ୍କ ସହଯୋଗରେ ବର୍ତ୍ତମାନ ଦୂର ହୋଇଛି। ।

ତୃଣମୂଳସ୍ତରରେ ସରକାରୀ ଯୋଜନାର ପହଞ୍ଚର ବ୍ୟବସ୍ଥା ହୋଇଛି ସହଜ:

ସରକାରୀ ଯୋଜନାଗୁଡିକର ଲାଭ ହିତାଧିକାରୀଙ୍କୁ କିପରି ମିଳିବ ସେଥିଲାଗି ଦଳମତ ନିର୍ବିଶେଷରେ ପ୍ରକୃତ ହିତାଧିକାରୀଙ୍କୁ ସରକାରୀ ଯୋଜନାର ସୁଫଳ ଦେବାକୁ ଉଦ୍ୟମ କରିବା ସହିତ ପ୍ରକୃତ ହିତାଧିକାରୀ ଯେପରି ଆବାସ ଓ ଭତ୍ତାରୁ ବଞ୍ଚିତ ନହେବେ ସେଥି ‌ପ୍ରତି ଧ୍ୟାନ ଦେଉଛନ୍ତି ବିଧାୟକ। ଏ ଦିଗରେ ଠିକ୍ ତଦାରଖ କରିବାକୁ ପ୍ରଶାସନକୁ ନିବେଦନ କରାଯାଇଛି । ବିଧାୟକ ପାଣ୍ଠି ବିନିଯୋଗରେ ଏନଏସିକୁ ଶବବୁହା ଗାଡ଼ି ବ୍ୟବସ୍ଥା କରାଯାଇଛି l

ସେହିଭଳି ବିକାଶ ଯାତ୍ରାରେ ଯୋଗ୍ୟ ହିତାଧିକାରୀଙ୍କୁ ଅନ୍ତ୍ୟୋଦୟ ଯୋଜନା ଦ୍ୱାରା ଗୃହ,ରାସନ କାର୍ଡ ବଣ୍ଟନ ହେଉ ଅବା ଆୟୁଷ୍ମାନ କାର୍ଡ ମନରେଗା ମାଧ୍ୟମରେ ନିଯୁକ୍ତି ପ୍ରଦାନ କରି ଉଦାହରଣ ସୃଷ୍ଟି କରିବା ସହିତ ଜରୁରୀକାଳୀନ ପରିସ୍ଥିତିରେ ରକ୍ତ ସମସ୍ୟାକୁ ଦୂର କରିବା ପାଇଁ ରକ୍ତଦାନ ଶିବିର ଆୟୋଜିତ କରି ପ୍ରତ୍ୟକ୍ଷ ରୂପେ ଯୁବବର୍ଗଙ୍କୁ ସଚେତନ କରୁଛନ୍ତି ଶ୍ରୀ ନାୟକ l
ଅନ୍ୟପକ୍ଷେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଓ ଶିକ୍ଷାକୁ ଗୁରୁତ୍ଵ ଦେବାକୁ ଯାଇ ପ୍ରତି ଗ୍ରାମୀଣ ଚିକିତ୍ସାଳୟକୁ ପ୍ରତ୍ୟକ୍ଷ ଭାବେ ବିଧାୟକ ଜଣଙ୍କ ଗସ୍ତ କରି ସ୍ୱାସ୍ଥ୍ୟ ଭିତ୍ତିଭୂମିର ତଦାରଖ କରିବା ସହିତ ବିଭିନ୍ନ ସରକାରୀ ବିଦ୍ୟାଳୟଗସ୍ତ କରି କିପରି ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ମିଳିପାରିବ ସେଥିପ୍ରତି ଅନେକ ଗୁରୁତ୍ଵ ଦେଉଛନ୍ତି ବିଧାୟକ ମହୋଦୟ l

ମୁଖ୍ୟସ୍ରୋତରେ ଗ୍ରାମୀଣ ସଂସ୍କୃତିକୁ ଆଗକୁ ନେବା ପାଇଁ ମଠ ଓ ମନ୍ଦିରର ବିକାଶ ପାଇଁ ୧୦ ଲକ୍ଷ ଟଙ୍କା ଓ ମାଙ୍ଗଳିକ କାମରେ ଗରିବ ଲୋକେ ସାଜସଜ୍ଜା କରିବାରେ ୨୦ ଲକ୍ଷ ଟଙ୍କା ଲେଖାଏଁ ବ୍ୟୟରେ ୩୩ ପଞ୍ଚାଯତରେ କଲ୍ୟାଣ ମଣ୍ଡପ ନିର୍ମାଣ ଯୋଜନାର ଲକ୍ଷ୍ୟ ରଖିଛନ୍ତି ବିଧାୟକ । ଯାହା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ‌ହଯୋଗରେ ଏହା କାର୍ଯ୍ୟକାରୀ ହେବ।

ସ୍ଥାନୀୟ ବିଧାୟକଙ୍କ ପ୍ରଚେଷ୍ଟାରେ ନିକଟରେ ଗଞ୍ଜାମରୁ ଦାଦନ ଦୁଃଖ ଦୂର କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଞ୍ଜାମରେ ଶିଳ୍ପର ବିକାଶ ପାଇଁ ୩୦ ହଜାର କୋଟି ଘୋଷଣା କରିଛନ୍ତି ଯାହା ଏହି ନିର୍ବାଚନମଣ୍ଡଳୀରେ କଳକାରଖାନା ସ୍ଥାପନ ଆଶା ଉଜ୍ଜୀବିତ କରିଛି l

ବର୍ତ୍ତମାନ ବିଧାୟକ ହେବା ପରେ ଚାଷୀଙ୍କ ଜମିକୁ ଜଳ ଓ ପ୍ରତି ଘରକୁ ପାଇପ ଜଳ ଯୋଗାଣ ପାଇଁ ପ୍ରୟାସ ଜାରି ରଖିଛନ୍ତି। ନଦୀ ସଂଯୋଗୀକରଣ ଯୋଜନା କାର୍ଯ୍ୟକାରୀ କରିବାକୁ ସରକାରଙ୍କୁ ବ୍ୟକ୍ତିଗତ ଭାବେ ଅନୁରୋଧ କରିବା ସହିତ ସମୁଦ୍ର କୂଳିଆ ଅଞ୍ଚଳରେ ଲୁଣା ଜଳକୁ ମଧୁର ଜଳରେ ପରିଣତ କରିବାକୁ ପ୍ରସ୍ତାବ ରଖିଛନ୍ତି ବିଧାୟକ କୃଷ୍ଣଚନ୍ଦ୍ର l

ଲୋକଙ୍କ ସରକାର ପରି ଲୋକଙ୍କ ବିଧାୟକ ହେଉଛନ୍ତି କୃଷ୍ଣଚନ୍ଦ୍ର ନାୟକ l ପ୍ରତିଦିନ ରାତି ପାହିଲେ ଲୋକଙ୍କ ସମସ୍ୟା ନିଶ୍ଚିତ ଦୂର କରିବା ଆଶାରେ ବିବାହ ଓ ବ୍ରତରେ ନିମନ୍ତ୍ରଣ ଠାରୁ ଆରମ୍ଭ କରି କିମ୍ବା କୌଣସି ସୂତ୍ରରୁ ସୂଚନା ପାଇବା କ୍ଷଣି ଛତ୍ରପୁର ନିର୍ବାଚନମଣ୍ଡଳୀର ଲୋକଙ୍କ ଦୁର୍ବଳ କାମରେ ଯୋଗଦେବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି ବିଧାୟକ ମହାଶୟ l ଯାହା ତାଙ୍କ ପାଇଁ ଏକ ମହତ୍ ଉପଲବ୍ଧ।

ଲୋକଙ୍କ ଜନାଦୃତ ଯୁବମନସ୍କ ବିଧାୟକ:

ରାଜ୍ୟରେ ନିର୍ବାଚିତ ହୋଇଥିବା ଅନେକ ଯୁବା ବିଧାୟକଙ୍କ ମଧ୍ୟରୁ କୃଷ୍ଣଚନ୍ଦ୍ର ନାୟକ ଟିକେ ନିଆରା କାରଣ ସେ ପ୍ରତିଟି ସମୟରେ ଅଂଚଳବାସୀଙ୍କ ସେବା ପାଇଁ ବେଶ୍ ତତ୍ପର l ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଲୋକପ୍ରିୟ ବିଧାୟକ ଜଣଙ୍କ ନିଜ ନେତୃତ୍ଵରେ ବର୍ତ୍ତମାନ ନଦୀ ସଂଯୋଗୀକରଣ ଯୋଜନାକୁ ସାକାର ରୂପ ଦେବାକୁ ପ୍ରୟାସ କରିବା ସହ ଖଣ୍ଡଦେଉଳିରେ ମେଗା ଜଳ ପ୍ରକଳ୍ପ ଓ ପୋଟଲାମପୁରରେ ଋଷିକୁଲ୍ୟାରେ ଆଡିବନ୍ଧ ନିର୍ମାଣ କରୁଛନ୍ତି l ଗଞ୍ଜାମ ଏବଂ ଛତ୍ରପୁର ବ୍ଲକର ଶହେ କିଲୋମିଟର ଲେଖାଏଁ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ପାଇଁ ଯୋଜନା ରଖିଥିବା ବେଳେ ଆଗାମୀ ୪ ବର୍ଷ ମଧ୍ୟରେ ନିଜ ବିଧାନସଭା କ୍ଷେତ୍ରରେ ନୂତନ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ପ୍ରତି ଧ୍ୟାନ ଦେବା ସହ ପାନୀୟ ଜଳ ସମସ୍ୟାର ଦୂରୀକରଣ, ନଦୀ ସଂଯୋଗୀକରଣ ଓ ରାସ୍ତାଘାଟ ନିର୍ମାଣକୁ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ଅଧିକ ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି l

ପ୍ରସ୍ତୁତି- ଦେବୀ ପ୍ରସାଦ ରଥ

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score