Explore

Search

December 22, 2024 2:23 am

Genres

ଆସିଯାଇଛି ରାଜ୍ୟ ବଜେଟ୍ ,ବଦଳିଛି ଏହି ସବୁ ଯୋଜନାର ନାମ

BJP Government

ବିଧାନସଭାରେ ରେ ଆଗତ ହୋଇସାରିଛି ରାଜ୍ୟ ବଜେଟ୍୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।ଚଳିତ ବଜେଟର ମୋଟ ଆକଳନ ୨ ଲକ୍ଷ ୬୫ ହଜାର କୋଟି ଟଙ୍କା ରହିଛି ଯାହାକି ୨୦୨୩-୨୪ ବଜେଟ ତୁଳନାରେ ଏହି ପରିମାଣ ୧୫% ଅଧିକ। ଏହି ବଜେଟ୍ ରେ ଅନେକ ଯୋଜନାର ନାଁ ବଦଳେଇଛନ୍ତି ସରକାର । ବହୁ ଜନହିତକର ଯୋଜନାର ନାମକୁ ପରିବର୍ତ୍ତନ କରିବା ସହ ନୂଆ ଯୋଜନା ପାଇଁ ବ୍ୟୟବରାଦ କରିଛନ୍ତି ମୋହନ ସରକାର । ତେବେ ଆସନ୍ତୁ ଦେଖିବା କେଉଁସବୁ ର ନାମ ପରିବର୍ତନ ହୋଇ କଣ ରହିଛି?

ବିଏସକେୱାଇ ନାଁ ବଦଳାଇ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରଖାଯାଇଛି ଏବଂ ଏଥିପାଇଁ ୫୪୫୦ କୋଟି ର ଅନୁମୋଦନ ମଧ୍ୟ ମିଳିଛି । ସେହିପରି କାଳିଆ ଯୋଜନାର ନାଁ ପରିବର୍ତ୍ତେ ସିଏମ କିଷାନ ଯୋଜନା ରଖାଯାଇଛି ଏବଂ ଏଥିପାଇଁ ୧୯୩୫ କୋଟି ର ବଜେଟ୍ ନିର୍ଧାରିତ କରାଯାଇଛି । ସେହିପରି ମୋ ସ୍କୁଲ ଯୋଜନାର ନାଁ ପରିବର୍ତ୍ତନ କରାଯାଇ ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ ରଖାଯାଇଛି ଏବଂ ଏଥିପାଇଁ ୩୨୨ କୋଟି ଟଙ୍କା ର ବଜେଟ ରଖାଯାଇଛି । ଆମ ଓଡ଼ିଶା ନବୀନ ଓଡ଼ିଶାର ନାଁ ବଦଳରେ ବିକଶିତ ଗାଁ ବିକଶିତ ଓଡ଼ିଶା ରଖାଯାଇଛି ଏବଂ ମେକ୍ ଇନ୍ ଓଡ଼ିଶା ର ନାମ ପରିବର୍ତ୍ତନ କରାଯାଇ ଉତ୍କର୍ଷ ଉତ୍କଳ ରଖାଯାଇଛି ।

> ମୋ ସ୍କୁଲ – ପଞ୍ଚସଖା ଶିକ୍ଷା ସେତୁ ଅଭିଯାନ
> BSKY – ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା
> କାଳିଆ – ସିଏମ୍ କିଷାନ ଯୋଜନା
> ଆମ ଓଡ଼ିଶା ନବୀନ ଓଡ଼ିଶା – ବିକଶିତ ଗାଁ ବିକଶିତ ଓଡ଼ିଶା
> ମେକ୍ ଇନ୍ ଓଡ଼ିଶା – ଉତ୍କର୍ଷ ଉତ୍କଳ

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score