Explore

Search
Close this search box.

Search

September 20, 2024 4:04 am

Genres

ଜାଣନ୍ତୁ ୟୁନିଅନ୍ ବଜେଟ୍ କଣ , ଏବଂ କଣ ରହିଛି ଏହାର ଗୁରୁତ୍ୱ ?

Union Budget

ବଜେଟ୍ ଏବଂ ୟୁନିଅନ ବଜେଟ୍ କିଛି ଅଲଗା ନୁହେଁ , କେନ୍ଦ୍ରସରକାରଙ୍କ ଦ୍ୱାରା ଉପସ୍ଥାପିତ କରାଯାଉଥିବା ଏହି ବଜେଟ ସମଗ୍ର ଦେଶର ଅର୍ଥନୀତିକୁ ପ୍ରଭାବିତ କରୁଥିବାରୁ ଏହାକୁ ୟୁନିଅନ୍ ବଜେଟ୍ କୁହାଯାଇଥାଏ । ସରକାରଙ୍କ ଠୁ ଆରମ୍ଭକରି ସାଧାରଣ ଜନତା ସମସ୍ତଙ୍କ ଜୀବନରେ ଏହାର ପ୍ରଭାବ ରହିଥାଏ । ସରଳ ଶବ୍ଦରେ, କହିବାକୁ ଗଲେ କେନ୍ଦ୍ର ବଜେଟ୍ ହେଉଛି ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କେନ୍ଦ୍ର ସରକାରଙ୍କ ରାଜସ୍ୱ ଏବଂ ବ୍ୟୟର ଏକ ଆକଳନ, ଯାହା ସାଧାରଣତଃ ଏକ ବର୍ଷ ରହିଥାଏ।ଯେପରି ପରିବାରର ବଜେଟ୍‌ ପ୍ରସ୍ତୁତ କରିବା ଦ୍ୱାରା ସାଧାରଣ ଲୋକଟିଏ ନିଜ ଆୟ ଏବଂ ବ୍ୟୟର ସଠିକ ଆକଳନ କରିପାରେ ଠିକ ସେହିପରି ପ୍ରତିବର୍ଷ ଉପସ୍ଥାପିତ ବଜେଟ୍‌ରେ ସରକାର ବିଶେଷ ଭାବରେ ସେହି କ୍ଷେତ୍ରଗୁଡିକ ଉପରେ ଧ୍ୟାନ ଦିଅନ୍ତି ଯାହା ରୋଜଗାର ଏବଂ ଅର୍ଥନୀତିକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିପାରିବ ।

ସାଧାରଣ ଜନତାଙ୍କ ପାଇଁ ବଜେଟ ର କଣ ଗୁରୁତ୍ୱ ରହିଛି ?
ବଜେଟ୍‌ ତିଆରି କରିବାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ହେଉଛି ଆବଣ୍ଟିତ ଟଙ୍କା ଆବଶ୍ୟକ କ୍ଷେତ୍ରରେ କିପରି ସଠିକ ଭାବରେ ଉପଯୋଗ କରାଯିବ । ଏହା ବ୍ୟତୀତ ବଜେଟ୍‌ରେ ଆୟକର କିମ୍ବା ବ୍ୟକ୍ତିଗତ ଟ୍ୟାକ୍ସ ପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଥର ଯାହା ଦ୍ବାରା ଟ୍ୟାକ୍ସ ବାବଦରେ ଜନସାଧାରଣ କେଉଁଠାରେ ଆରାମ ପାଇଛନ୍ତି କିମ୍ବା କେଉଁଠାରେ ଭାର ବଢ଼ିଛି ସେ ବିଷୟରେ ଜଣା ପଡ଼ିଥାଏ । ବଜେଟ୍‌ ରେ ମିଳିଥିଲା ତଥ୍ୟ ମୁତାବକ ପଛରେ ରହିଯାଇଥିବ ବିଭାଗଗୁଡିକୁ ଆଗକୁ ବଢିବାପାଇଁ ସହାୟତା ଯୋଗାଇଦିଆଯାଇଥାଏ । ଆର୍ଥିକ ବଜେଟ ମାଧ୍ୟମରେ ସାଧାରଣ ଜନତାମାନଙ୍କ ଦୈନିନ୍ଦିନ ଜୀବନରେ ବ୍ୟବହୃତ ସାମଗ୍ରୀ ସବୁପାଇଁ ଟାକ୍ସ ଆଦି ଦର୍ଶାଯାଇଥାଏ ଯାହାଦ୍ୱାରା ସାଧାରଣ ଲୋକ ଟିଏ ନିଜ ବଜେଟ ବିଷୟରେ ଜାଣିବା ସହ ନିଜ ପାଇଁ ଆବଣ୍ଟିତ ସୁବିଧା ଏବଂ ଆବଶକ୍ୟ ତଥା ଅନାବଶ୍ୟକ ଦରଦାମ ବୃଦ୍ଧି ଓ ଖର୍ଚ୍ଚ ବିଷୟରେ ମଧ୍ୟ ଜାଣି ପାରିବେ ।

ଗୋଟିଏ ପ୍ରକାରେ ଏହା କୁହାଯାଇପାରେ ଯେ କେନ୍ଦ୍ର ସରକାର ଦେଶର ବାର୍ଷିକ ରିପୋର୍ଟକୁ କେନ୍ଦ୍ର ବଜେଟ୍ ମାଧ୍ୟମରେ ଉପସ୍ଥାପନ କରୁଛନ୍ତି। ଦେଶର କେତେ ଟଙ୍କା ଖର୍ଚ୍ଚ ହେବ ଏବଂ କେଉଁଠାରେ ଖର୍ଚ୍ଚ ହେବାକୁ ଯାଉଛି ତାହା ଏଥିରେ କୁହାଯାଇଛି।ଦେଶର ଲୋକଙ୍କ ପାଇଁ ତାଙ୍କର ଯୋଜନା କ’ଣ? ବିକାଶ ପାଇଁ ତାଙ୍କର ଯୋଜନା କ’ଣ? ଏହି ସମସ୍ତ ପ୍ରଶ୍ନର ଉତ୍ତର ଏଥିରେ ମିଳିଥାଏ।

କେମିତି ତିଆରି ହୁଏ ବଜେଟ ?
ଦେଶର ବଜେଟ ତିଆରି କରିବାର ପ୍ରସ୍ତୁତି ୬ ମାସ ପୂର୍ବରୁ ଆରମ୍ଭ ହେଇଯାଇଥାଏ । ଅର୍ଥ ମନ୍ତ୍ରାଳୟ ଦ୍ୱାରା ୫ଟି ପର୍ଯ୍ୟାୟରେ ପ୍ରସ୍ତୁତ ହୋଇଥାଏ ଏହି ବଜେଟ୍ । ଅନେକ ବିଭାଗ ସହ ବିଚାର ବିମର୍ଶ କରିବା ପରେ ବଜେଟ ପ୍ରସ୍ତୁତ ହୋଇଥାଏ ଏବଂ ଏଥିରେ ନୀତି ଆୟୋଗସରକାରଙ୍କ ଅନ୍ୟ ବିଭାଗ ମଧ୍ୟ ସାମିଲ ହୋଇଥାନ୍ତି ।

ବିଭିନ୍ନ ମନ୍ତ୍ରାଳୟର ଅଧିକାରୀଙ୍କ ଠୁ ମିଳିଥିବା ତଥ୍ୟ ଓ ଅନୁମାନକୁ ସମ୍ବନ୍ଧିତ ବିଭାଗର ଶୀର୍ଷ ଅଧିକାରୀଙ୍କ ଦ୍ବାରା ଯାଞ୍ଚ କରାଯାଇଥାଏ । ଆବଶ୍ୟକ ପଡିଲେ ଅନୁମୋଦିତ ବା ସଂଶୋଧିତ ହେବା ପରେ ଏହି ତଥ୍ୟ ଯାଞ୍ଚ ପାଇଁ ସମ୍ବନ୍ଧିତ ମନ୍ତ୍ରାଳୟକୁ ପଠାଯାଇଥାଏ । ଏହାପରେ ତଥ୍ୟ ଅର୍ଥ ମନ୍ତ୍ରାଳୟରେ ପହଞ୍ଚିଥାଏ ।ବିଭିନ୍ନ ମନ୍ତ୍ରାଳୟରୁ ମିଳିଥିବା ତଥ୍ୟ ଓ ହିତାଧିକାରୀଙ୍କଠୁ ମିଳିଥିବା ରାୟ ପରେ ଅର୍ଥ ମନ୍ତ୍ରାଳୟ ବିଭିନ୍ନ ପ୍ରଶାସନିକ ମନ୍ତ୍ରାଳୟକୁ ରାଜସ୍ବ ଆବଣ୍ଟନ କରାଯାଇଥାଏ | ଏହା ସହ ଲୋକ କଲ୍ୟାଣ ଯୋଜନା ବିକଶିତ କରାଯାଇଥାଏ ଏବଂ ଏଥିପାଇଁ ଅର୍ଥ ମନ୍ତ୍ରାଳୟ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ବା ପ୍ରଧାନମନ୍ତ୍ରୀଙ୍କ ପାଖରୁ ମଧ୍ୟ ପରାମର୍ଶ ନିଆଯାଇଥାଏ ।

ଅନ୍ତିମ ପର୍ଯ୍ୟାୟରେ ଅର୍ଥ ମନ୍ତ୍ରୀ ରାଷ୍ଟ୍ରପତିଙ୍କ ଅନୁମତି ନେବାପରେ ସଂସଦରେ ବଜେଟ ଉପସ୍ଥାପନା କରିଥାନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score