ରାଜ୍ଯରେ ନବାଗତ ସରକାରଙ୍କ ଶାସନ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସାମ୍ନାକୁ ଆସିଛି l ବଦଳିଯାଇଛି ରାଜ୍ୟ କ୍ୟାବିନେଟର ଢାଞ୍ଚା l କ୍ୟାବିନେଟ ସଚିବ ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ସଙ୍କୁଚିତ ହୋଇଛି l ଫଳରେ ବର୍ତ୍ତମାନ ମନ୍ତ୍ରୀମଣ୍ଡଳ ହେବ ପାୱାର କରିଡର l ଏଣିକି ୫ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ ବୈଠକ ତାରିଖ l ୩ ଦିନ ପୂର୍ବରୁ ଚୂଡ଼ାନ୍ତ ହେବ ସମସ୍ତ ପ୍ରସ୍ତାବ l ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ ଫାଇଲ l ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ ଯିବନି କୌଣସି ପ୍ରସ୍ତାବ l ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ମିଳିଛି l କେବଳ ସେତିକି ନୁହେଁ କ୍ୟାବିନେଟ୍ ରୁମ ନୁହେଁ ନିର୍ଦ୍ଧାରିତ ପାଖ ରୁମରେ ବସିବେ ସଚିବ ସଦସ୍ୟ l ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ସଚିବ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |