Explore

Search

October 14, 2025 3:14 am

Genres

ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ

ଚଳିତ ବର୍ଷ ୨ଟି ପର୍ଯ୍ୟାୟରେ ହେବ ବିହାର ବିଧାନସଭା ନିର୍ବାଚନ l ନଭେମ୍ବର ୬ ଓ ୧୧ରେ ବିହାର ନିର୍ବାଚନ l ନଭେମ୍ବର ୬ ପ୍ରଥମ ପର୍ଯ୍ୟାୟରେ ୧୨୧ ଆସନରେ ଭୋଟ ନଭେମ୍ବର ୧୧ ଦ୍ବିତୀୟ ପର୍ଯ୍ୟାୟରେ ୧୨୨ ଆସନରେ ଭୋଟ l ୧୪ରେ ହେବ ଭୋଟ ଗଣତି l

ବିହାର ବିଧାନସଭାର ୨୪୩ ଆସନ ପାଇଁ ହେବ ଆଗାମୀ ଦିନରେ ନିର୍ବାଚନ ହେବାକୁ ଯାଉଛି l ବିହାରରେ ୭.୪୨ କୋଟି ଭୋଟର ମତଦାନ କରିବେ l ମହିଳା ଭୋଟରଙ୍କ ସଂଖ୍ୟା ସାଢ଼େ ୩ କୋଟି ହୋଇଥିବା ବେଳେ ବିହାରରେ ୧୪ ହଜାର ଶତାୟୁ ମତଦାତା ଅଛନ୍ତି l ପ୍ରଥମ ଥର ପାଇଁ ଭୋଟ ଦେବେ ୧୪ ଲକ୍ଷ ମତଦାତା l

ବିହାରରେ ରହିବ ୯୦ ହଜାର ୭୧୨ ମତଦାନ କେନ୍ଦ୍ର ଓ ପ୍ରତି ପୋଲିଂ ବୁଥ୍‌ରେ ହାରାହାରି ୮୧୮ ଭୋଟର ଅଛନ୍ତି l କୌଣସି ବୁଥ୍‌ରେ ୧୨ ଶହରୁ ଅଧିକ ମତଦାତା ରହିବେ ନାହିଁ l ନାମାଙ୍କନର ୧୦ ଦିନ ପୂର୍ବ ଯାଏ ତାଲିକାରେ ନାଁ ଯୋଡ଼ିପାରିବେ ଭୋଟର l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score