Explore

Search

April 19, 2025 3:48 pm

Genres

ଦେଶର ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ଜରୁରୀ: ଗଡ଼କରୀ

ଓଡିଶା ଗସ୍ତରେ ଗତକାଲି ଆସିଥିବା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ନିଜର ଅଭିଭାଷଣରେ “ଦେଶରେ ୬୦ ବର୍ଷ ତୁଳନାରେ ଅଧିକ କାମ ୧୧ ବର୍ଷରେ ହୋଇଛି l ଭିତ୍ତିଭୂମି କ୍ଷେତ୍ରରେ ଆମେ ୭ଟି ବିଶ୍ବ ରେକର୍ଡ କରିଛୁ l ବିଶ୍ବର ସର୍ବଶ୍ରେଷ୍ଠ ହେବା ଲକ୍ଷ୍ୟ” ବୋଲି ନୀତୀନ ଗଡ଼କରୀ କହିଛନ୍ତି l ଏହି ପରିପ୍ରେକ୍ଷୀରେ ରାଜ୍ଯରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ରାଞ୍ଚି- ସମ୍ବଲପୁର ଦ୍ବିତୀୟ କରିଡର ପାଇଁ ୮ ହଜାର କୋଟି ମଞ୍ଜୁର ହେବା ସହ ପୁରୀ-କୋଣାର୍କ ରାସ୍ତା ୪ ଲେନ ହେବାର ଭବିଷ୍ୟତ ଫିଟିଛି l ଏଥିପାଇଁ ୮୦୦ କୋଟି ଟଙ୍କା ମନ୍ତ୍ରଣାଳୟ ପକ୍ଷରୁ ମଞ୍ଜୁର ହୋଇଛି l ତେବେ ମୁଖ୍ୟମନ୍ତ୍ରୀ କରିଥିବା ୯ଟି ଦାବିକୁ ମଞ୍ଜୁର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଗଡ଼କରୀ l ଭୁବନେଶ୍ବର-ପୁରୀ ରାସ୍ତା ୪ ଲେନ୍‌ରୁ ୮ ଲେନ୍ ହେବ l ୯ ହଜାର କୋଟିର ୧୩ ନୂଆ ପ୍ରକଳ୍ପ ମଞ୍ଜୁର ହେଉଛି l କଟକ-ଅନୁଗୁଳ-ସମ୍ବଲପୁର ରାଜପଥ ପାଇଁ ୫ ହଜାର କୋଟି ଖର୍ଚ୍ଚ ହେବାକୁ ଥିବା ବେଳେ ରାଜ୍ୟରେ ୨୦ଟି ବାଇପାସ, ରିଂ ରୋଡ ନିର୍ମାଣାଧୀନ ଭୁବନେଶ୍ବର-ପୁରୀ ରାସ୍ତା ୪ ଲେନ୍‌ରୁ ୮ ଲେନ୍‌ କରିବା ପାଇଁ ପ୍ରସ୍ତାବ ରଖାଯାଇଛି l ଆଗାମୀ ୧୦୦ ବର୍ଷ ପାଇଁ ଏହି ରାସ୍ତା ନିର୍ମାଣ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରକାଶ କରିଛନ୍ତି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score