ଆଜି ଝାରସୁଗୁଡାରେ ଅନୁଷ୍ଠିତ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି l ନିଜ ଅଭିଭାଷଣ ମାଧ୍ୟମରେ ମୋଦୀ ଟେଲିକମ୍, ରେଳବାଇ, ଶିକ୍ଷା ଏବଂ ଗୃହ ନିର୍ମାଣ କ୍ଷେତ୍ରରେ ପ୍ରକଳ୍ପଗୁଡ଼ିକର ଲୋକାର୍ପଣ କରିଛନ୍ତି ଯାହାର ୯୭,୫୦୦ରୁ ଅଧିକ ଟେଲିକମ୍ ଟାୱାରର କାର୍ଯ୍ୟକ୍ଷମତାରେ ବୃଦ୍ଧି କରାଯିବା ସହ ୨୬,୭୦୦ରୁ ଅଧିକ ଗ୍ରାମକୁ ଇଣ୍ଟରନେଟ୍ ସଂଯୋଗ କରାଯାଇଛି l ପ୍ରାୟ ୬୦ ହଜାର କୋଟି ଟଙ୍କାର ବିକାଶ ଯୋଜନାର ଶୁଭାରମ୍ଭ କରାଯାଇଥିବା ବେଳେ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ପରିପ୍ରେକ୍ଷୀରେ ଆଠଟି ଆଇଆଇଟିର ସମ୍ପ୍ରସାରଣ କରାଯିବା ସହ ଇଏସଡିଏମ ପାର୍କର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମାନ୍ୟବର ପ୍ରଧାନମନ୍ତ୍ରୀ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |