ଓଡ଼ିଶାରେ ହେବାକୁ ଯାଉଛି ଜନଜାତି ସଂସଦୀୟ ସମ୍ମିଳନୀ l ଅଗଷ୍ଟ ୨୯ ଓ ୩୦ରେ ଅନୁସୂଚିତ ଜାତି/ଜନଜାତି ସଂସଦୀୟ କମିଟିର ସମ୍ମିଳନୀ ହେବାକୁ ଯାଉଛି l ୧୯୯୪ ପରେ ପ୍ରଥମ କରି ଓଡ଼ିଶାରେ କୌଣସି ସଂସଦୀୟ କମିଟିର ବୈଠକ ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ପ୍ରତିନିଧି ଯୋଗଦେବେ l ସବୁ ବିଧାନସଭା କମିଟି ଅଧ୍ୟକ୍ଷ, ୫ ସଦସ୍ୟ, ୪ ବିଧାୟକ ଯୋଗ ଦେବାକୁ ଥିବା ବେଳେ ଅନୁସୂଚିତ ଜାତି/ଜନଜାତି ଉନ୍ନୟନ ସଂସଦୀୟ କମିଟିର ୩୦ ସଦସ୍ୟ ଯୋଗଦେବେ l ଏହି କାର୍ଯ୍ୟକ୍ରମକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିବେ ଏବଂ ସମ୍ମାନନୀୟା ବାଚସ୍ପତି ଓ କେନ୍ଦ୍ରମନ୍ତ୍ରୀ ଯୋଗ ଦେବେ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |