Explore

Search

October 14, 2025 3:46 pm

Genres

ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ : ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ପାରିତ

ଇତି ମଧ୍ୟରେ ଶେଷ ହୋଇଛି ବିଧାନସଭା l ଅନିର୍ଦ୍ଧିଷ୍ଟ କାଳ ପାଇଁ ଗୃହକୁ ମୂଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଅଧିବେଶନ କାଳରେ ୬ଟି କାର୍ଯ୍ୟଦିବସ ସମାପନ ହୋଇଛି । ୨ଟି ସରକାରୀ ବିଲ୍ ବିଚାର ଓ ପାରିତ କରାଯାଇଛି । ୨ଟି ବିଲ୍‌ ସହ GST ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଧନ୍ୟବାଦ ସଂକଳ୍ପ, ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍‌ ୨୦୨୫ ଏବଂ ଓଡ଼ିଶା ଦ୍ରବ୍ୟ ଓ ସେବା କର ସଂଶୋଧନ ବିଲ୍‌ ୨୦୨୫ ପାରିତ ହୋଇଛି ।

ସେପ୍ଟେମ୍ବର ୧୬ରୁ ଆରମ୍ଭ ହୋଇଥିଲା ଅଧିବେଶନ । ସୂଚୀ ଅନୁସାରେ ସେପ୍ଟେମ୍ବର ୨୫ ଯାଏଁ ଚାଲିଥାନ୍ତା ଗୃହ । ହେଲେ କିଛି ସରକାରୀ କାର୍ଯ୍ୟ ନଥିବାରୁ, ନବରାତ୍ର ପୂଜା ପାଇଁ ଗୃହ କାର୍ଯ୍ୟକୁ ବନ୍ଦ ରଖିବାପାଇଁ ନିଷ୍ପତି ନିଆଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score