ମହାକାଶରେ ଭାରତର ପ୍ରତିନିଧିତ୍ବ କରୁଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଯେଉଁ ବାର୍ତ୍ତାଳାପରେ ଭାରତକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି ଶୁଭାଂଶୁ l ଏଥିସହ “ପୃଥିବୀ ବାହାରେ ଥାଇ ପୃଥିବୀକୁ ଦେଖୁଛି, ନୂଆ ଲାଗୁଛି ଯାହାକି ମାନଚିତ୍ର ତୁଳନାରେ ଭାରତ ବେଶ୍ ବଡ଼ ଦେଖାଯାଉଛି l ୨୪ ଘଣ୍ଟାରେ ପୃଥିବୀର ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଛି l ମହାକାଶରୁ ପୃଥିବୀର କୌଣସି ସୀମା ଦେଖାଯାଉ ନାହିଁ l ଭାରତର ଲମ୍ବାଦୌଡ଼ରେ ଏହା ଏକ ଛୋଟ ପଦକ୍ଷେପ l” ବୋଲି ବଖାଣିବା ସହିତ ଅନ୍ୟ ସାଥୀ ମାନଙ୍କୁ ଆମ ଦେଶର ଗାଜର ହାଲୱା ଖାଇବାକୁ ଦେଇଛି l ସେହିପରି ଷ୍ଟେମ୍ ସେଲ୍ ଉପରେ ପରୀକ୍ଷଣ ପାଇଁ ଉଦ୍ୟମ କରୁଛି ଏବଂ ମାଂସପେଶୀ କମିଲେ କେମିତି ଚିକିତ୍ସା ହେବ ପରୀକ୍ଷା ଚାଲିଛି l ଆଇଏସ଼୍ଏସ଼୍ର ଦ୍ରୁତ ପରିବର୍ତ୍ତନ ହେଉଛି, ପରୀକ୍ଷଣରେ ସହାୟକ ହେଉଛି l ଭାରତ ପାଇଁ ମୁଁ ୭ଟି ପରୀକ୍ଷଣ କରୁଛି ବୋଲି ଶୁଭାଂଶୁ ଶୁକ୍ଳା ମୋଦିଙ୍କୁ ଜଣାଇଥିଲେ l ଅନ୍ୟପଟେ ଶୁଭାଂଶୁଙ୍କୁ ଆଉ ଏକ କାମ ଦେଲେ ପ୍ରଧାନମନ୍ତ୍ରୀ l ଭାରତକୁ ଗଗନଯାନ ମିଶନକୁ ଆଗକୁ ବଢିବା ସହିତ ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କୁ ପହଞ୍ଚାଇବାର ଦାୟିତ୍ଵ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ l

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |