Explore

Search

February 5, 2025 12:06 pm

Genres

ଆଜିଠାରୁ ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ, ଓଡ଼ିଆ ଅସ୍ମିତାକୁ ଗୁରୁତ୍ଵ

pustak mahotsav 2024 bhubaneswar

ଭୁବନେଶ୍ବର: ପୁସ୍ତକ ପ୍ରେମୀଙ୍କ ପାଇଁ ଖୁସିର ଖବର l ଆଜି ଠାରୁ ଭୁବନେଶ୍ବର ସ୍ଥିତ ୟୁନିଟ-୩ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ଷଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ। ଯାହାର ଶୁଭ ଉଦଘାଟନ କରିବେ ଓଡିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଏହି କାର୍ଯ୍ୟକ୍ରମରେ ଯୋଗଦେବାର ସୂଚନା ରହିଛି l

ଏହା ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୨ ଘଟିକା ଠାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଦର୍ଶକଙ୍କ ପାଇଁ ଖୋଲା ରହିବ l ପୁସ୍ତକ ମହୋତ୍ସବ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯିବ।

ଚଳିତ ବର୍ଷ ପ୍ରାୟ ପୁସ୍ତକ ମେଳାରେ କେବଳ ପୁସ୍ତକ ପ୍ରକାଶକ ବିକ୍ରେତାମାନଙ୍କୁ ସାମିଲ କରାଯାଉଛି। ପୁସ୍ତକ ସହ ସଂଶ୍ଲିଷ୍ଟ ନଥିବା ବ୍ୟବସାୟ ଓ ପ୍ରଚାର ଅନୁଷ୍ଠାନଗୁଡ଼ିକୁ ଏଥର ମେଳାରେ ସ୍ଥାନ ଦିଆଯାଉନାହିଁ। ମୋଟ ୪୮୨ ଷ୍ଟଲ ବୁକ୍‌ ହୋଇଥିବା ବେଳେ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଭାଷା ସାହିତ୍ୟାର ପ୍ରଚାର ପ୍ରସାର ପାଇଁ ଏଥର ମେଳାରେ ବହୁବିଧ ମଞ୍ଚ, ମଣ୍ଡପ ଓ ପ୍ରଦର୍ଶନୀର ଆୟୋଜନ ମଧ୍ୟ କରାଯାଉଛି। ପ୍ରାୟ ୨୦୦ ପ୍ରକାଶକ ଓ ପୁସ୍ତକ ବିକ୍ରେତା ଯୋଗଦେବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score