Explore

Search

July 31, 2025 12:44 am

Genres

ସାମ୍ବାଦିକଙ୍କ ପାଇଁ ଖୁସି ଖବର ; ମାସିକ ପେନସନ ହଜାର ଟଙ୍କାକୁ ବୃଦ୍ଧି

ବିହାର ରାଜ୍ୟର ବୃଦ୍ଧି ହେଲା ସାମ୍ବାଦିକଙ୍କ ମାସିକ ଭତ୍ତା l ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ଦେଇଛନ୍ତି ଭେଟି l ସାମାଜିକ ସୁରକ୍ଷା ପେନ୍‌ସନ୍‌ ପରେ ଏବେ ମାନ୍ୟତାପ୍ରାପ୍ତ ସାମ୍ବାଦିକଙ୍କୁ ବିହାର ‘ସାମ୍ବାଦିକ ସମ୍ମାନ ପେନ୍‌ସନ୍‌ ଯୋଜନା’ର ରାଶି ମଧ୍ୟ ବୃଦ୍ଧି ହୋଇଛି । ବର୍ତ୍ତମାନ ସାମ୍ବାଦିକ ସମ୍ମାନ ଯୋଜନା ପେନ୍‌ସନ୍‌ ଅନୁଯାୟୀ, ୬ ହଜାର ବଦଳରେ ୧୫ ହଜାର ପ୍ରତି ମାସରେ ମିଳିବ । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏକ୍ସରେ ଏନେଇ ସୂଚନା ଦେଇଛନ୍ତି । ଏହାସହ ଏହି ଯୋଜନା ଅନୁଯାୟୀ, ପେନ୍‌ସନ୍‌ ପାଉଥିବା ସାମ୍ବାଦିକଙ୍କ ମୃତ୍ୟୁ ହେବା ପରେ ତାଙ୍କର ପତି/ପତ୍ନୀଙ୍କୁ ମଧ୍ୟ ୩ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ପ୍ରଦାନ କରାଯିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ଫଳରେ ଏବେ ସାମ୍ବାଦିକଙ୍କୁ ପ୍ରତ୍ୟେକ ମାସରେ ୬ ହଜାର ବଦଳରେ ୧୫ ହଜାର ଟଙ୍କା ପେନ୍‌ସନ୍‌ ରାଶି ପ୍ରଦାନ ପ୍ରଦାନ କରାଯିବ । ଏନେଇ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score