Explore

Search

March 12, 2026 4:20 pm

ରାଜ୍ୟରେ ମୁଖ୍ୟ ସୂଚନା କମିଶନର ରୂପେ ନିଯୁକ୍ତ ହେଲେ ମନୋଜ କୁମାର ପରିଡ଼ା

ଓଡ଼ିଶାରେ ମୁଖ୍ୟ ସୂଚନା କମିଶନର ପଦ ପାଇଁ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମନୋଜ କୁମାର ପରିଡ଼ାଙ୍କୁ ଚୟନ କରାଯାଇଛି। ଅବସରପ୍ରାପ୍ତ ପୋଲିସ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ହାଇକୋର୍ଟର ବରିଷ୍ଠ ଆଇନଜୀବୀ କଳ୍ପନା ପଟ୍ଟନାୟକ ଓ ଅବସରପ୍ରାପ୍ତ ପ୍ରଶାସକ ପବିତ୍ର ମଣ୍ଡଳଙ୍କୁ ସୂଚନା କମିଶନରର ସଦସ୍ୟ ଭାବେ ଚୟନ କରାଯାଇଛି।

ଓଡ଼ିଶା ବାସିନ୍ଦା ମନୋଜ କୁମାର ପରିଡ଼ା ୧୯୮୭ ବ୍ୟାଚ୍‌ ‘ଆଗ୍‌ମୁ’ କ୍ୟାଡରର ଆଇଏଏସ୍‌ ଅଧିକାରୀ। ପୂର୍ବରୁ ସେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଜିଲ୍ଲାପାଳ ତଥା ପୁଡୁଚେରୀ ସରକାରରେ ମୁଖ୍ୟ ସଚିବ ରୂପେ କାର୍ଯ୍ୟ କରିସାରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score