ରାଜ୍ୟସ୍ତରୀୟ ସ୍ୱାୟତ୍ତଶାସନ ଦିବସ ପାଳନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି l ଏହି ପରିପ୍ରେକ୍ଷୀରେ ୧୬ଟି ନୂଆ ଏନ୍.ଏ.ସି, ୭ଟି ନୂଆ ମ୍ୟୁନିସିପାଲିଟି ଘୋଷଣା କରାଯିବା ସହ ଭୁବନେଶ୍ୱରର ୩୯୪ଟି ଅର୍ଥନୈତିକ ଦୁର୍ବଳ ପରିବାରକୁ ଗୃହ ଆବଣ୍ଟିତ କରାଯାଇଛି l
ସରକାରୀ ଯୋଜନାଗୁଡ଼ିକର ଲାଭ ସୁବିଧାରେ ପହଞ୍ଚାଇବା ପାଇଁ ରାଜ୍ୟର ସମସ୍ତ ପୌରାଞ୍ଚଳକୁ ‘ସହଯୋଗ’ କାର୍ଯ୍ୟକ୍ରମ ସମ୍ପ୍ରସାରିତ କରାଯାଇଛି l ‘ନ୍ୟାସ୍ନାଲ କମନ୍ ମୋବିଲିଟି କାର୍ଡ’ର ଶୁଭାରମ୍ଭ କରାଯାଇଛି l ଏଣିକି ଏଥର ‘ଆମ ବସ୍’ ବୁକିଂ କରିବା ପାଇଁ ହ୍ବାଟ୍ସ ଆପ୍ ଜରିଆରେ ଟିକେଟିଂ ସେବା ଆରମ୍ଭ କରାଯିବ l
ସେହିପରି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୧୫୭ କୋଟି ଟଙ୍କାରେ ୪୩ଟି ବହୁମୁଖୀ କେନ୍ଦ୍ର,ପ୍ଲାଜ୍ମା ପାଇରୋଲିସିସ୍ ୟୁନିଟ୍ ଲୋକାର୍ପିତ କରାଯିବା ସହ ଗୋଶାଳାର ଭିତ୍ତିପ୍ରସ୍ତର ସ୍ଥାପିତ କରାଯାଇଛି l
ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଦିଗରେ ସ୍ଥାନୀୟ ଜନପ୍ରତିନିଧିମାନେ ଅଧିକ ଦାୟିତ୍ୱବାନ ହେବାକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |