ଦ୍ରୁତ ଶିଳ୍ପାୟନ ଓ ସହରୀକରଣ ଦ୍ଵାରା ଅନେକ ସହର ପ୍ରଦୂଷଣରେ କବଳିତ l ତେବେ ଆମ ଦେଶରେ ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି। ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଭାରତ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାର ପଞ୍ଚମ ସ୍ଥାନରେ ରହିଛି।
ଏହି ତାଲିକାରେ ୨୦ ସହର ମଧ୍ୟରୁ ଭାରତର ୧୩ଟି ସହର ସ୍ଥାନ ପାଇଛନ୍ତି। ସ୍ବିଜରଲାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ତାଲିକା ଅନୁସାରେ ଆସାମର ବିର୍ନିହାଟ ଏକ ନମ୍ବର ସ୍ଥାନରେ ରହିଛି। ଦିଲ୍ଲୀ ବିଶ୍ବର ସବୁଠାରୁ ଅଧିକ ପ୍ରଦୂଷିତ ରାଜଧାନୀ ଭାବେ ରେକର୍ଡ କରିଛି। ତେବେ ୨୦୨୪ ତୁଳନାରେ ଭାରତରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି। ୨୦୨୩ରେ ଭାରତ ପ୍ରଦୂଷିତ ରାଷ୍ଟ୍ର ମାନଙ୍କ ମଧ୍ୟରେ ୩ ନମ୍ବର ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୨ଟି ସ୍ଥାନ ଉପରକୁ ଉଠିଛି ଭାରତରେ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଦେଶ ସବୁଠାରୁ ଅଧିକ ପ୍ରଦୂଷିତ ରାଷ୍ଟ୍ର ତାଲିକାରେ ପଞ୍ଚମ ସ୍ଥାନରେ ରହିଛି।
୧୩ଟି ସହର ବିଶ୍ବର ୨୦ ପ୍ରଦୂଷିତ ସହର ମଧ୍ୟରେ ରହିଛି। ବିର୍ନିହାଟ, ଦିଲ୍ଲୀ, ମୁଲ୍ଲାନପୁର, ଫରିଦାବାଦ, ଲୋନି, ନୂଆଦିଲ୍ଲୀ, ଗୁରୁଗ୍ରାମ, ଗଙ୍ଗାନଗର, ଗ୍ରେଟର ନୋଇଡା, ଭିୱାଡି, ମୁଜାଫରନଗର, ହନୁମାନଗଡ ଓ ନୋଇଡା ଏହି ତାଲିକାରେ ସାମିଲ ଅଛନ୍ତି। ଭାରତର ୩୫ ପ୍ରତିଶତ ସହରରେ ପିଏମ ୨.୫ କନସେଣ୍ଟ୍ରେସନ ପାର୍ଟିକିଲ ସ୍ତର ଧାର୍ଯ୍ୟ ମାନଠାରୁ ୧୦ ଗୁଣ ଅଧିକ ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଧାର୍ଯ୍ୟ ମାନକ ଅନୁଯାୟୀ ଏହା ୫ ରହିବା ଉଚିତ।
ବିଗତ କିଛି ଦଶନ୍ଧି ଧରି ଭାରତରେ ବାୟୁ ପ୍ରଦୂଷଣ ଏକ ଭୟଙ୍କର ସମସ୍ୟା ଭାବେ ସୃଷ୍ଟି ହୋଇଛି। ବାୟୁ ପ୍ରଦୂଷଣ କାରଣରୁ ଆୟୁଷରେ ପ୍ରାୟ ୫.୨ ବର୍ଷ ହ୍ରାସ ଦେଖିବାକୁ ମିଳିଛି। ଲାନ୍ସେଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ୨୦୦୯-୧୯ ମଧ୍ୟରେ ଭାରତରେ ପ୍ରାୟ ୧୫ ଲକ୍ଷ ବାୟୁ ପ୍ରଦୂଷଣ ଜନିତ ମୃତ୍ୟୁ ହୋଇଛି। ଭାରତରେ ବାୟୁ ପ୍ରଦୂଷଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଆହୁରି ହ୍ରାସ ପାଇ ପାରିବ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ବୈଜ୍ଞାନିକ ତଥା ସ୍ସାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶଦାତା ସୌମ୍ୟା ସ୍ବାମୀନାଥନ। ପି ଏମ୍ ୨.୫ ଫୁସଫୁସ ଏବଂ ହୃଦୟ ଉଭୟ ପାଇଁ କ୍ଷତିକାରକ ବା ପ୍ରାଣଘାତକ ମଧ୍ୟ ହୋଇପାରେ। ଏହା ଦ୍ବାରା ନିମୋନିଆ, ଫୁସଫୁସର ସ°କ୍ରମଣ, ଫୁସଫୁସ କର୍କଟ, ହୃଦରୋଗ ଏବଂ ମସ୍ତିଷ୍କରେ ରକ୍ତସ୍ରାବର ଆଶଙ୍କା ଖୁବ୍ ବେଶି ବଢିଯାଏ। ଏହି ସବୁ ସମସ୍ୟା ବଢିଯାଏ ତଥା ନିମୋନିଆ, ଫୁସଫୁସର ସ°କ୍ରମଣ ଆଦି କାରଣରୁ ହସ୍ପିଟାଲରେ ଦାଖଲ ହେବା ବଢିଯାଏ। ରକ୍ତରେ ପ୍ରବେଶ କରି ରକ୍ତନଳୀର ପ୍ରିମ୍ୟାଚ୍ୟୋର୍ ଏଜି° ଏବଂ ହୃଦରୋଗ ଓ ହାମୋରେଜିକ୍ ଷ୍ଟ୍ରୋକର ଆଶଙ୍କା ମଧ୍ୟ ବଢିଯାଏ। ଛୋଟ ପିଲାଙ୍କ କ୍ଷେତ୍ରରେ ମଧ୍ୟ ଶ୍ବାସ ଜନିତ ସମସ୍ୟା ଦେଖାଯାଏ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |