Explore

Search

July 29, 2025 6:09 pm

Genres

ଓଡିଶା ପର୍ଯ୍ୟଟନ ଶିଳ୍ପରେ ରେକର୍ଡ କଲା ଶିମିଳିପାଳ: ୧ କୋଟିରୁ ଉର୍ଦ୍ଧ୍ଵ ଆୟ

ଓଡ଼ିଶାର ଅନ୍ୟତମ ଜୈବ ବିବିଧତା ଅଞ୍ଚଳ ହେଉଛି ଶିମିଳିପାଳ ଅଭୟାରଣ୍ୟ l ନିକଟରେ ରାଷ୍ଟ୍ରୀୟ ଉଦ୍ୟାନ ମାନ୍ୟତା ପାଇବା ପରେ ଦେଶ ବିଦେଶରୁ ଶିମିଳିପାଳକୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିଛି । ଚଳିତ ବର୍ଷ ଶିମିଳିପାଳ ଜାତୀୟ ଉଦ୍ୟାନରେ ରାଜ୍ଯ ବାହାର ପର୍ଯ୍ୟଟକଙ୍କ ଆଗମନ ବିଗତ ବର୍ଷ ତୁଳନାରେ ୧୫% ବୃଦ୍ଧି ପାଇଛି । ୨୦୨୪-୨୫ ଆର୍ଥିକ ବର୍ଷରେ ଆସିଛନ୍ତି ସର୍ବାଧିକ ପର୍ଯ୍ୟଟକ ଫଳରେ ସର୍ବାଧିକ ଆୟ ମଧ୍ଯ ହୋଇଅଛି l ଚଳିତ ବର୍ଷ ଅକ୍ଟୋବର ୧୪ ତାରିଖରୁ ଆରମ୍ଭ ହୋଇଥିବା ପର୍ଯ୍ୟଟନ ଋତୁ ଜୁନ୍ ୩୦ରେ ଶେଷ ହୋଇଛି । ମୋଟ ୩୮ ହଜାର ୪୮୩ ପର୍ଯ୍ୟଟକ ଶିମିଳିପାଳ ବୁଲିଛନ୍ତି। ଏମାନଙ୍କ ମଧ୍ୟରୁ ୧୨ ହଜାର ୩୮୩ ଜଣ ରାଜ୍ୟ ବାହାରୁ ଆସିଛନ୍ତି । ମାତ୍ର ୧୨ଜଣ ବିଦେଶୀ ପର୍ଯ୍ୟଟକ ଅଛନ୍ତି । ପ୍ରବେଶ ପଥରୁ ମିଳିଛି ୨୯ ଲକ୍ଷ ୪୮ ହଜାର ଆୟ । ୩୫ଟି ଖୋଲା ଗାଡ଼ି ନିୟୋଜିତ ହୋଇଥିବା ଜଙ୍ଗଲ ସଫାରିରୁ ୧ କୋଟି ୨୨ଲକ୍ଷ ଟଙ୍କା ଆସିଛି।

ଶିମିଳିପାଳର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଉପଭୋଗ କରିବା ସହ ନେଚର କ୍ୟାମ୍ପରେ ରାତ୍ରି ରହଣି, ଜଙ୍ଗଲ ସଫାରି ଗାଡ଼ିରେ ବୁଲିବା ପାଇଁ ଛୁଟି ଆସୁଛନ୍ତି ପର୍ଯ୍ୟଟକ । ଘଞ୍ଚ ଜଙ୍ଗଲ, ଝରଣା, ପାହାଡ଼ ଓ ବିଭିନ୍ନ ପ୍ରଜାତିର ପଶୁପକ୍ଷୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ଏଠାକାର କଳାବାଘ ପର୍ଯ୍ୟଟକଙ୍କ ପାଇଁ ବିଶେଷ ଆକର୍ଷଣ ପାଲଟିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score