ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହୋଇ ସମାରୋହକୁ ସମ୍ୱୋଧିତ କରି କହିଥିଲେ ଯେ “ଛାତ୍ରଛାତ୍ରୀମାନେ ଚାକିରି କରିବାକୁ ନୁହେଁ ଚାକିରି ଦେବାକୁ ପାଠ ପଢନ୍ତୁ” l କେବଳ ସେତିକି ନୁହେଁ ରେଭେନ୍ସା ସମ୍ପର୍କରେ ନିଜ ଅନୁଭୂତ ବଖାଣି ମହାମହିମ ରାଷ୍ଟ୍ରପତି କହିଥିଲେ ଯେ “ମୋ ଝିଅ ଏଠାରେ ପଢୁଥିବା ବେଳେ ମହିଳା ଛାତ୍ରାବାସକୁ ଆସିଥିଲି । ରେଭେନ୍ସା କେବଳ ସିମେଣ୍ଟରେ ଗଢ଼ା କୋଠା ନୁହେଁ ଏହା ଏକ ଶାଳଗ୍ରାମ । ସେହିପରି ମଧୁବାବୁଙ୍କ ଜୋତା କାରଖାନାର ଉଦାହରଣ ମଧ୍ୟ ଦେଇଛନ୍ତି । ରେଭେନ୍ସା ଏକ ପୁରୁଣା ଅନୁଷ୍ଠାନ ହେଲେ ପୁରୁଣାକାଳିଆ ନୁହେଁ ବୋଲି କହିଛନ୍ତି ମହୋଦୟା ଦ୍ରୌପଦୀ ମୁର୍ମୁ । ରେଭେନ୍ସା ସମାବର୍ତ୍ତନ ଉତ୍ସବ ପରେ ରେଭେନ୍ସା ବାଳିକା ଉଚ୍ଚବିଦ୍ୟାଳୟର ୩ଟି ଅଟ୍ଟାଳିକାର ପୁର୍ନବିନ୍ୟାସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାପରେ ଆଦିକବି ସାରଳା ଦାସଙ୍କ ଜନ୍ମବାର୍ଷିକୀ ସମାରୋହରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ପ୍ରଦାନ କରିଛନ୍ତି । ଏହାପରେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଫେରିଯାଇଛନ୍ତି ମହାମହିମ ରାଷ୍ଟ୍ରପତି ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |