Explore

Search

July 29, 2025 9:22 pm

Genres

ଗରିବଙ୍କ ଔଷଧ : କଞ୍ଚା ପିଆଜ

ଆମ ଶରୀର ପାଇଁ ଖୁବ୍‌ ଲାଭଦାୟକ ହେଉଛି କଞ୍ଚାପିଆଜ। ଯାହାକୁ ପ୍ରତ୍ୟେକ ଦିନ ଖାଇବା ଦ୍ବାରା ଶରୀରକୁ ଅନେକ ପ୍ରକାରର ଲାଭ ମିଳିଥାଏ । କଞ୍ଚା ପିଆଜର ବ୍ୟବହାର ଆୟୁର୍ବେଦରେ ମଧ୍ୟ ଅଧିକ କରାଯାଇଥାଏ । ଏହା ଆମ ଶରୀର ସୁସ୍ଥ ରଖିବା ସହ ଚର୍ମ ଏବଂ କେଶକୁ ସୁସ୍ଥ ରଖିଥାଏ । କଞ୍ଚା ପିଆଜକୁ ଗରିବଙ୍କ ଔଷଧ ମଧ୍ୟ କୁହାଯାଇଥାଏ । ଯାହା ସହଜରେ ମିଳିଥାଏ, ଶସ୍ତା ଆଉ ସୁସ୍ଥ ମଧ୍ୟ । ଆୟୁର୍ବେଦରେ ପିଆଜକୁ ବାତ ସମ୍ପନ୍ଧୀୟ ରୋଗ ପାଇଁ ଲାଭକାରୀ ମନେକରାଯାଇଥାଏ । ଏହା ଶରୀରରେ ଶକ୍ତି ବଢାଇଥାଏ । ଏହା ପୁରୁଷଙ୍କଠାରେ ଶୁକ୍ରାଣୁ ସଂଖ୍ୟାକୁ ମଧ୍ୟ ଉନ୍ନତ କରେ । ଏଥିସହିତ ନାକରୁ ରକ୍ତସ୍ରାବ ବନ୍ଦ କରିବାରେ ମଧ୍ୟ ତାଜା ପିଆଜ ରସ ସହାୟକ ହୋଇଥାଏ । ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥାଏ ପିଆଜ ।

ବିଜ୍ଞାନ ଅନୁସାରେ ପିଆଜର ଆବଶ୍ୟକ

ପିଆଜରେ ମିଳୁଥିବା ଆଣ୍ଟିଅକ୍ସିଡାଣ୍ଟ, ଯେପରିକି କ୍ୱେରସେଟିନ୍ ଏବଂ ସଲଫର ଯୌଗିକ, ଶରୀର ପାଇଁ ଲାଭଦାୟକ । ହୃଦ୍‌ ରୋଗ ଭଲ କରିଥାଏ କଞ୍ଚା ପିଆଜ । ବ୍ଲଡ ପ୍ରେସର କମ୍‌ କରିଥାଏ । କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ହୃଦୟକୁ ସୁସ୍ଥ କରିଥାଏ । ଲାଲ ପିଆଜରେ ମିଳୁଥିବା ଆନ୍ଥୋସାୟାନିନ୍ ଯୌଗିକଗୁଡ଼ିକ କର୍କଟ ରୋଗ ସହିତ ଲଢ଼ିବାରେ ସହାୟକ ହୋଇଥାଏ । ପିଆଜ ମଧ୍ୟ ମଧୁମେହ ପାଇଁ ଲାଭଦାୟକ କାରଣ ଏହା ଇନସୁଲିନ୍ ସମ୍ବେଦନଶୀଳତାକୁ ବୃଦ୍ଧି କରିଥାଏ । ଏବଂ ଯକୃତରେ ଚିନି ମେଟାବୋଲିଜିମ୍ ଉନ୍ନତ କରେ । ପେଟ ସ୍ୱାସ୍ଥ୍ୟ ପାଇଁ ପିଆଜକୁ ଏକ ଭଲ ପ୍ରିବାୟୋଟିକ୍ ଉତ୍ସ ଭାବରେ ବିବେଚନା କରାଯାଏ । ଏଥିରେ ମିଳୁଥିବା ଫାଇବର ଭଲ ବ୍ୟାକ୍ଟେରିଆକୁ ପ୍ରୋତ୍ସାହିତ କରେ, ଯାହା ପେଟ ଭଲ ରଖିଥାଏ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score