Explore

Search
Close this search box.

Search

September 21, 2024 8:54 am

Genres

୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜିଠୁ ତିନି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିମାନରୁ ଅବତରଣ ପରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ନିଜ ସଦର ନିର୍ବାଚନୀ ମଣ୍ଡଳୀର ଫୁଟବଲ ଫାଇନାଲ ମ୍ୟାଚ ସହ ସ୍ଵେଚ୍ଛାସେବୀ ସଙ୍ଗଠନ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ। ସନ୍ଧ୍ୟାରେ ନିଜ ଗାଁ ରାଇକଳା ସ୍ଥିତ ଘରକୁ ଯିବେ। ପରେ ସ୍ଥାନୀୟ ହୋଟେଲରେ ସାଂସଦ ଓ ବିଧାୟକଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି।

ଏହା ପରେ ପ୍ରଦକ୍ଷଣ ଗୃହରେ ମଧ୍ୟାହ୍ନ ଭୋଜନ ପରେ ଅପରାହ୍ନ ୨ଟା ୨୫ ସମୟରେ ନିଜ ଗାଁ ରାଇକଳା ନିକଟସ୍ଥ କରଞ୍ଜିଆପଡ଼ା ପଡ଼ିଆ ମା’ ତାରିଣୀ କ୍ଲବ ଦ୍ଵାରା ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଯୋଗଦେବେ ବୋଲି ଜଣାପଡ଼ିଛି । ଏହାପରେ ସେଠାରୁ ସଡ଼କ ପଥ ଦେଇ କେନ୍ଦୁଝର ସହରର କାସଭି ଇଣ୍ଟରନେସନାଲ ହୋଟେଲରେ ଆୟୋଜିତ ବିଧାୟକ ଓ ସାଂସଦଙ୍କ ସହ ବୈଠକରେ ଯୋଗ ଦେବେଶନିବାର ସକାଳୁ ୭ଟା ୨୦ ରେ କେନ୍ଦୁଝର ଷ୍ଟାଡିୟମଠାରେ ପ୍ରାତଃ ଭ୍ରମଣ କାର୍ଯ୍ୟକ୍ରମରେ ଯୋଗଦେବା ସହ ‘ଚାଏ ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ଦିନ ୧୦ ଟାରେ ଏଲଭି ପ୍ରସାଦ ଚକ୍ଷୁ ହସ୍ପିଟାଲ ଦ୍ଵାରା ଆୟୋଜିତ ନେତ୍ର ଉତ୍ସବ ଏବଂ ପରେ ଧରଣୀଧର ବିଶ୍ଵବିଦ୍ୟାଳୟ ପରିସରରେ ଏକ ମେଗା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ କୃତ୍ରିମ ଅଙ୍ଗଦାନ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହାପରେ ଦିନ ୧୧ ଟାରେ ‘ସମ୍ବାଦ’ ଦ୍ଵାରା ଆୟୋଜିତ ପରିବେଶ ପଞ୍ଚାୟତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ପରେ ଝାଡ଼ଖଣ୍ଡ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୫ଟା ୩୦ ରେ ଟାଉନ ହଲଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏହାପରେ ସନ୍ଧ୍ୟା ୬ଟା ୩୦ରେ ବିଜେପି ଜିଲ୍ଲା କାର୍ଯ୍ୟାଳୟଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ। ରବିବାର ଦିନ ୧୧ ଟାରେ ଧରଣୀଧର ବିଶ୍ଵବିଦ୍ୟାଳୟ ସରକାରର ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହାପରେ ମୟୂରଭଞ୍ଜ ଜିଲ୍ଲା ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ସଂଗଠନର କାର୍ଯ୍ୟକର୍ତ୍ତା ସମସ୍ତ ପ୍ରସ୍ତୁତି କରିଛନ୍ତି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତିନି ଦିନିଆ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ନେଇ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିବା କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର ଦଗଡୁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score