Explore

Search

December 3, 2025 10:14 pm

ସ୍କୁଲ ପିଲାଙ୍କ ବଢିଲା ମଧ୍ୟାହ୍ନଭୋଜନ ଖର୍ଚ୍ଚ, ପ୍ରତି ପିଲା ପିଛା ଦୈନିକ ୧ ଟଙ୍କା ବୃଦ୍ଧି

mid day meal odisha

ଭୁବନେଶ୍ବର: ରାଜ୍ଯ ସରକାର ପିଲାଙ୍କୁ ଦିଆଯାଉଥିବା ଦୈନିକ ମଧ୍ୟାହ୍ନ ଭୋଜନ ଖର୍ଚ୍ଚକୁ ପ୍ରତି ପିଲା ପିଛା ଦୈନିକ ୧ ଟଙ୍କା ବୃଦ୍ଧି କରିଛନ୍ତି । ସେହି ପରି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସରେ ରହୁଥ‌ିବା ଛାତ୍ରୀଛାତ୍ରଙ୍କ ମାସିକ ୨ ହଜାର ଟଙ୍କା ଖର୍ଚ୍ଚକୁ ମଧ୍ଯ ସମ୍ପୂର୍ଣ୍ଣ ଛାଡ଼ କରିଛନ୍ତି ଫଳରେ ଆଦର୍ଶ ବିଦ୍ୟାଳୟ ଛାତ୍ରାବାସରେ ଛାତ୍ରୀଛାତ୍ରମାନେ ମାଗଣାରେ ଏଣିକି ରହି ପାରିବେ। ରାଜ୍ୟ ସରକାର ସେମାନଙ୍କ ହଷ୍ଟେଲ ଖର୍ଚ୍ଚ ବହନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ଶିଶୁ ଦିବସ ସମାରୋହ ‘ସୁରଭି’ରେ ଯୋଗଦେଇ ଏହି ଘୋଷଣା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ସ୍କୁଲ ଓ ଐତିହ୍ୟ ସ୍କୁଲ ଯୋଜନାର ଶୁଭାରମ୍ଭ କରିବା ସହିତ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ପ୍ରତି ପିଲାଙ୍କ ପିଛା ୧ ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ରାଜ୍ୟର ପ୍ରାୟ ୫୦ହଜାରରୁ ଊର୍ଦ୍ଧ୍ୱ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପ୍ରାୟ ୪୩ଲକ୍ଷ ଛାତ୍ରୀଛାତ୍ର ଏହା ଦ୍ଵାରା ଉପକୃତ ହେବେ।

ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ଅନ୍ୟ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ l ବଜାର ଦରବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ପାଇଁ ଦୈନିକ ମଧ୍ୟାହ୍ନଭୋଜନ ଖର୍ଚ୍ଚରେ ୧ ଟଙ୍କା ବୃଦ୍ଧି କରିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score