ବିଜ୍ଞାନ କ୍ଷେତ୍ରରେ ସର୍ବୋଚ୍ଚ ସମ୍ମାନଜନକ ଶାନ୍ତି ସ୍ବରୂପ ଭଟନାଗର ପୁରସ୍କାର ଜିତି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡିଶା ମାଟିର ଦୁଇ ସୁଯୋଗ୍ୟ ସନ୍ତାନ। ଏହି ପୁରସ୍କାର ବିଜ୍ଞାନ ଏବଂ ଗବେଷଣା କ୍ଷେତ୍ରର ସର୍ବୋଚ୍ଚ ସମ୍ମାନ ଭାବେ ଜଣାଯାଏ। ମହାକାଶ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରେ ଅବଦାନ ପାଇଁ ଡକ୍ଟର ଦିଗେନ୍ଦ୍ରନାଥ ସ୍ବାଇଁ ଏବଂ କୃଷି ବୈଜ୍ଞାନିକ କ୍ଷେତ୍ରରେ ଅବଦାନ ପାଇଁ ଡକ୍ଟର ସ୍ୱରୂପ କୁମାର ପରିଡାଙ୍କୁ ଏହି ସମ୍ମାନ ରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଡକ୍ଟର ପରିଡ଼ାଙ୍କୁ କୃଷି ଓ ଡକ୍ଟର ସ୍ବାଇଁଙ୍କୁ ମହାକାଶ ବିଜ୍ଞାନ ଓ ପ୍ରଯୁକ୍ତି କ୍ଷେତ୍ର ପାଇଁ ପୁରସ୍କାର ମିଳିଛି। ଡକ୍ଟର ପରିଡ଼ା ଦିଲ୍ଲୀ ସ୍ଥିତ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ ପ୍ଲାଣ୍ଟ୍ ଜିନୋମ୍ ରିସର୍ଚ୍ଚ (ଏନ୍ଆଇପିଜିଆର୍)ରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଥିବା ବେଳେ ଡକ୍ଟର ସ୍ବାଇଁ ତିରୁଅନନ୍ତପୁରମ୍ ସ୍ଥିତ ବିକ୍ରମ ସରାଭାଇ ମହାକାଶ କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟରତ। ଡକ୍ଟର ସ୍ବାଇଁ ଲଞ୍ଚ ଯାନ ସଂରଚନାର ପରୀକ୍ଷାମୂଳକ କଠିନ ଯାନ୍ତ୍ରିକ କାର୍ଯ୍ୟରେ ପାରଦର୍ଶୀତା ଲାଭ କରିଛନ୍ତି ଏଥିସହ DIC ବ୍ୟବହାର କରି ଗଠନମୂଳକ ଯୋଗ୍ୟତା ପରୀକ୍ଷଣକୁ ସମର୍ଥନ କରିବାରେ ଉଲ୍ଲେଖନୀୟ ଅବଦାନ ରହିଛି। ସିଷ୍ଟମ୍, ଡିଜିଟାଲ୍ ଶିଆରୋଗ୍ରାଫି ସିଷ୍ଟମ୍, ଅପ୍ଟିକାଲ୍ କୌଶଳ ବ୍ୟବହାର କରି ପରୀକ୍ଷଣ, ଇତ୍ୟାଦି କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ରହିଛି। ଅନ୍ୟପକ୍ଷରେ କୃଷି ବିଜ୍ଞାନୀ ସ୍ବରୂପ କୁମାର ପରିଡାଙ୍କର ଇଣ୍ଟିଗ୍ରେଟେଡ୍ ପରବର୍ତ୍ତି ପିଢୀ ମୋଲେକୁଲାର ପ୍ରଜନନ କ୍ଷେତ୍ରରେ ଅତୁଳନୀୟ ଭୂମିକା ରହିଛି। ମଲିକୁଲାର ପ୍ରଜନନ ଏବଂ ଜଟିଳ ଚାପର ଦକ୍ଷ ଜେନେଟିକ୍ ବିଚ୍ଛେଦ ପାଇଁ ଏହା ନିୟୋଜିତ ହୋଇଥାଏ।
ବିଜ୍ଞାନ ରତ୍ନ, ବିଜ୍ଞାନଶ୍ରୀ, ବିଜ୍ଞାନ ଯୁବ ଶାନ୍ତି ସ୍ବରୂପ ଭଟ୍ଟନାଗର ଓ ବିଜ୍ଞାନ ଟିମ୍ ଅଧୀନରେ ସର୍ବମୋଟ ୧୩ଟି କ୍ଷେତ୍ର ପାଇଁ ପୁରସ୍କାର ପ୍ରଦାନ କରାଯାଇଛି। ତେବେ ଏହି ଲିଷ୍ଟ ରେ ୨ ଓଡ଼ିଆ ପୁଅଙ୍କ ନାମ ରାଜ୍ୟ ପାଇଁ ନିଶ୍ଚିନ୍ତ ରୂପେ ଗୌରବର ବିଷୟ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |