Explore

Search

July 1, 2025 10:14 pm

Genres

ଶରଧାବାଲିରେ ଦଳାଚକଟା ଘଟଣାରେ ମର୍ମାହତ ରାଜ୍ଯ ସରକାର, ନେଲେ ତୁରନ୍ତ ପଦକ୍ଷେପ

ପୁରୀ ରଥଯାତ୍ରା ସମୟରେ ଶରଧାବାଲିରେ ମଙ୍ଗଳ ଆରତୀ ସମୟରେ ହୋଇଥିବା ଦଳାଚକଟା ଘଟଣାରେ ମର୍ମାହତ ହୋଇଛନ୍ତି ମୋହନ ସରକାର l ମୃତକଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯିବା ସହିତ ଦାୟିତ୍ଵରେ ଥିବା ପୁରୀ ଜିଲ୍ଲାପାଳ ଓ ଏସପିଙ୍କୁ ବଦଳି କରାଯାଇଛି l ଫଳରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସ୍ଥାନରେ ନୂଆ ଜିଲ୍ଲାପାଳ ରୂପେ ଚଞ୍ଚଲ ରାଣା ଓ ଏସ୍‌ପି ଭିନୀତ୍‌ ଅଗ୍ରୱାଲଙ୍କ ସ୍ଥାନରେ ନୂଆ ଏସ୍‌ପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ମିଳିଛି l ଅନ୍ୟପକ୍ଷରେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ପାଇଁ ପୋଲିସ୍ ପରିଚାଳନା ଦାୟିତ୍ୱ ମିଳିଛି l ସେହିପରି ଡିସିପି ବିଷ୍ଣୁ ପତି ଓ କମାଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଛି l ଅରବିନ୍ଦ ଅଗ୍ରୱାଲଙ୍କୁ ବାକି ଥିବା ରଥଯାତ୍ରା ପରିଚାଳନା ଦାୟିତ୍ବ ମିଳିଛି l ଏହି ଘଟଣାରେ ବ୍ୟକ୍ତିଗତ ଭାବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବ୍ୟକ୍ତିଗତ ଭାବେ ଏବଂ ସରକାରର ମୁଖ୍ୟ ଭାବେ କ୍ଷମା ମାଗିଛନ୍ତି l ସଂପୂର୍ଣ୍ଣ ପ୍ରଶାସନିକ ତଦନ୍ତ ପାଇଁ ଉନ୍ନୟନ କମିଶନରଙ୍କ ଅଧୀନରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି l ସୂଚନାଯୋଗ୍ୟ ଯେ, ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜା ଚାଲିଥିବା ବେଳେ ବିଳମ୍ବିତ ରାତିରେ ଠେଲାପେଲାରେ ୩ ଭକ୍ତ ମୃତ୍ୟୁବରଣ କରିଥିଲେ ଏବଂ ପ୍ରାୟ ୧୫ରୁ ଅଧିକ ଭକ୍ତ ଆହତ ହୋଇଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score