କଟକ: ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ l ସଜେଇ ହେଲାଣି ଗଡ଼ଗଡ଼ିଆ ଘାଟ ଓ ବାଲିଯାତ୍ରା ପଡିଆ l ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ଵ ପ୍ରସିଦ୍ଧ କଟକ ବାଲିଯାତ୍ରା ମେଳା l ଏହି ଅବସରରେ ବାଲିଯାତ୍ରା ପ୍ରସ୍ତୁତି ଓ ବ୍ୟବସ୍ଥାକୁ ନେଇ କଟକ ଜିଲ୍ଲାପାଳଙ୍କ ପ୍ରେସମିଟ୍ କରିଛନ୍ତି l ଆସନ୍ତାକାଲିଠୁ ୨୨ ତାରିଖ ଯାଏଁ ଚାଲିବ ଏହି ଐତିହାସିକ ବାଲିଯାତ୍ରା l ଏହାର ଉଦଘାଟନୀ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ମୁଖ୍ୟମନ୍ତ୍ରୀ ଯୋଗଦେବା ସହ କାଲି ସନ୍ଧ୍ୟା ୫ଟାରେ ବାଲିଯାତ୍ରା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଚଳିତ ବର୍ଷ ପ୍ରତିଦିନ ମଞ୍ଚରେ ଗୋଟିଏ ଗୋଟିଏ ଦେଶର କଳାକାର କଳା ପରିବେଷଣ କରିବେ କରିବେ l
ଏଥି ସହିତ କଟକ ଇନ୍ କଟକରେ ରହିବ ଓଡ଼ିଆ ଅସ୍ମିତା ଓ ସିନେମାର ଛାଞ୍ଚ l କେବଳ ସେତିକି ନୁହେଁ ଫିଲ୍ମ ଫେଷ୍ଟିଭାଲ ଚାଲିବା ସହ ୩ଟି ଶୋ’ରେ ପୁରୁଣା ଓଡ଼ିଆ ଚଳଚ୍ଚିତ୍ର ପ୍ରଦର୍ଶିତ ହେବ l ରାଜ୍ୟର ବିଭିନ୍ନ ପାରମ୍ପରିକ ପିଠା ସହ ଅନ୍ୟ ଦେଶର ପିଠା ଷ୍ଟଲ୍ ଲାଗିବ l ଜନସମାଗମ ତଥା ଭିଡ଼କୁ ଦୃଷ୍ଟିରେ ରଖି ତଳ ଓ ଉପର ପଡ଼ିଆ ୪ଟି ଗେଟ୍ କରାଯାଇଛି l ବୟୋଜ୍ୟେଷ୍ଠଙ୍କ ସୁବିଧା ପାଇଁ ଇରିକ୍ସା ବ୍ୟବସ୍ଥା କରାଯାଇଥିବା ବେଳେ ରିଂ ରୋଡ୍ରେ କୌଣସି କେହି ଉଠା ଦୋକାନୀ ରହିବେନି ବୋଲି ଜିଲାପାଳ ଉଲ୍ଲେଖ କରିଛନ୍ତି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |