Explore

Search

February 5, 2025 1:13 pm

Genres

ରାତି ପାହିଲେ ପ୍ରବାସୀ ଭାରତୀୟ ସମ୍ମିଳନୀ, ଅତିଥିଙ୍କୁ ସ୍ଵାଗତ କରିବ ରାଜଧାନୀ

pravasi bharatiya divas 2025

ଭୁବନେଶ୍ବର: ଆଉ ଦିନକ ପରେ ପ୍ରବାସୀ ଭାରତୀୟ ସମ୍ମିଳନୀ l  ଆସନ୍ତା କାଲିଠୁ ପ୍ରବାସୀ ଭାରତୀୟମାନେ ଓଡ଼ିଶା ଆସିବେ । ପ୍ରବାସୀଙ୍କ ରହିବା ପାଇଁ ହୋଟେଲ, ରେସ୍ତୋରାଁରେ ହୋଇଛି ସମସ୍ତ ବ୍ୟବସ୍ଥା। କିଛି ପ୍ରବାସୀ ଅତିଥି ହୋଇ ରହିବେ ହୋମ୍ ଷ୍ଟେ ବ୍ୟବସ୍ଥାରେ। ଅର୍ଥାତ୍ ରାଜଧାନୀର କିଛି ଲୋକ ପ୍ରବାସୀମାନଙ୍କୁ ସେମାନଙ୍କ ଘରେ ଅତିଥି ଭାବେ ରଖିବେ । ଓଡ଼ିଆ ଘରେ ଓଡ଼ିଆ ଖାଦ୍ୟ ପାନୀୟରେ ଆପ୍ୟାୟିତ ହେବେ ପ୍ରବାସୀ ଭାରତୀୟ । ପଟିଆରେ ଜଣେ ଦମ୍ପତ୍ତି ନିଜ ଘରେ ପ୍ରବାସୀଙ୍କୁ ରଖିବା ପାଇଁ ଘର ସଜାଇ ଅପେକ୍ଷା କରି ରହିଛନ୍ତି । ଅଗଣାରେ ଟେରାକୋଟା ମୂର୍ତ୍ତି । ଭିତରେ ଓଡ଼ିଶା କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଆହୁରି ଅନେକ କଳାକୃତି । ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରିବା ସହ ଓଡ଼ିଶାର ଉତ୍କର୍ଷ ସମ୍ପର୍କରେ ଅବଗତ କରିବା ପାଇଁ ଘରକୁ ଏଭଳି ଢଙ୍ଗରେ ସଜାଇଛନ୍ତି ପଟିଆରେ ରହୁଥିବା ଦମ୍ପତି ଆଲୋକ ମହାରଣା ଓ ବିଜୟଲକ୍ଷ୍ମୀ ମହାରଣା । ହୋମ୍ ଷ୍ଟେ ବ୍ୟବସ୍ଥା ପାଇଁ ଏହି ଦମ୍ପତିଙ୍କୁ ମିଳିଛି ଅନୁମତି । ତେଣୁ ସେମାନେ ପ୍ରବାସୀ ଭାରତୀୟଙ୍କୁ ଅତିଥି ଭାବେ ରଖିବାକୁ ଘରର ପ୍ରଥମ ମହଲାରେ ୪ଟି ରୁମ୍ ଥିବା ଏକ ଫ୍ଲୋରକୁ ସୁନ୍ଦର ଭାବେ ସଜାଇଛନ୍ତି । ଓଡ଼ିଶାର ଆରାଧ୍ୟ ପ୍ରଭୁ ଜଗନ୍ନାଥଙ୍କ ଫଟୋଠାରୁ ଆରମ୍ଭ କରି ପଟ୍ଟଚିତ୍ର ରହିଛି କାନ୍ଥରେ। ପାରମ୍ପରିକ ସମ୍ବଲପୁରୀ ବସ୍ତ୍ରରେ କଳାକୃତି ସହିତ ସ୍ଵତନ୍ତ୍ର ଡୋକ୍ରା, ଆଦିବାସୀ ହସ୍ତକଳାରେ ସଂପୂର୍ଣ୍ଣ ଘରକୁ ସଜାଯାଇଛି । ବାଲକୋନୀର ସବୁଜିମା ଖୁବ୍ ମନଲୋଭା ହୋଇଛି । କୌଣସି ତାରକା ହୋଟେଲ ରୁମଠାରୁ ଏହି ଘର କମ୍ ଲାଗୁନାହିଁ । ପ୍ରବାସୀଙ୍କ ପାଇଁ ଓଡ଼ିଆ ଖାଦ୍ୟ ପରସିବାକୁ ମନ କରିଛନ୍ତି ଆଲୋକ ଓ ବିଜୟଲକ୍ଷ୍ମୀ । ଡାଲମା, ସନ୍ତୁଳା, ଶାଗ, ବେସର, ମହୁର, ଛେନାପୋଡ଼ ପ୍ରସ୍ତୁତ କରାଯିବ ବୋଲି ବିଜୟଲକ୍ଷ୍ମୀ କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score