Explore

Search
Close this search box.

Search

September 20, 2024 9:14 am

Genres

ରାଜ୍ୟ ସରକାରଙ୍କ ଉଲ୍ଲେଖନୀୟ ପଦକ୍ଷେପ |ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଖୋଲିଲା ବୟନିକା ସୋରୁମ୍

Mohan Majhi : BJP Government

ରାଜ୍ୟ ସରକାରଙ୍କ ଅନୁକୂଲ୍ୟ ରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଛି ଏକ ଅତ୍ୟାଧୁନିକ ବୟନିକା ସୋରୁମ୍। ଏହାକୁ ଉଦଘାଟନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝି । ସୂଚନା ଥାଉ କି ଏହି କେନ୍ଦ୍ରରେ କେବଳ ଜିଆଇ ମାନ୍ୟତା ପ୍ରାପ୍ତ ୯ଟି ଓଡିଶା ହସ୍ତତନ୍ତ ଉତ୍ପାଦ ଯଥା କୋଟପାଡ ହସ୍ତତନ୍ତ ବସ୍ତ୍ର, ଓଡିଶା ଇକତ୍, ଗୋପାଳପୁର ଟସର ବସ୍ତ୍ର, ଧଳାପଥର ପରଦା ଓ ବସ୍ତ୍ର, ସମ୍ବଲପୁରୀ ବାନ୍ଧ ବସ୍ତ୍ର, ବୋମକେଇ ଶାଢୀ, ହାବାସପୁରୀ ଶାଢୀ ଓ ବସ୍ତ୍ର, ବ୍ରହ୍ମପୁର ଫୋଡାକୁମ୍ଭ ଶାଢୀ ଏବଂ ଖଣ୍ଡୁଆ ଶାଢ଼ୀ ଓ ବସ୍ତ୍ର ପ୍ରଦର୍ଶନ ଓ ବିକ୍ରି କରାଯାଉଛି।

ଏହି ଅବସରରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତୀ ପରିଡା, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ମୁଖ୍ୟ ସଚିବ ମନୋଜ ଆହୁଜା, ବିଭାଗୀୟ ପ୍ରମୁଖ ସଚିବ ଡ. ଅରବିନ୍ଦ ପାଢ଼ୀ, ନିର୍ଦ୍ଦେଶକ ଶୋଭନ କୃଷ୍ଣ ସାହୁ, ବୟନିକାର ନିର୍ଦ୍ଦେଶିକା ପ୍ରଣତୀ ଛୋଟରାୟଯୁଗ୍ମ ସଚିବ ଅନନ୍ୟା ଦାସ ଉପସ୍ଥିତ ଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score