Explore

Search

December 4, 2025 2:36 am

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ଛାୱା ଚଳଚ୍ଚିତ୍ର

ମଧ୍ୟପ୍ରଦେଶରେ ଟ୍ୟାକ୍ସ ଫ୍ରି ହେଲା ଛାୱା ଚଳଚ୍ଚିତ୍ର

ଵର୍ତମାନ ସିନେମାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଛାୱାକୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳିଛି । ସିନେମାରେ ଅଭିନେତା ଭିକ୍କି କୌଶଲ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ସୁପୂତ୍ର ବୀର ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ଅତି ଉଚ୍ଚକୋଟି ଭାବେ ପରିବେଷଣ କରାଯାଇଛି l ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ସମ୍ଭାଜୀ ମହାରାଜଙ୍କ ଭୂମିକାରେ ଭିକ୍କି କୌଶଲ ନଜର ଆସିଥିବା ବେଳେ ଔରଙ୍ଗଜେବଙ୍କ ଭୂମିକାରେ ଅକ୍ଷୟ ଖାନ୍ନା ନଜର ଆସିଛନ୍ତି । ମୁଖ୍ୟ ଅଭିନେତାଙ୍କ ଜୀବନ୍ତ ଅଭିନୟକୁ ଦର୍ଶକଙ୍କ ସ୍ୱୀକୃତି ମିଳିଛି l

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଥିଲେ ଯେ , “ଛତ୍ରପତି ଶିବାଜୀ ମହାରାଜଙ୍କ ଜୟନ୍ତୀ ଅବସରରେ ସିନେମା ଛାୱାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ମୁଁ ଘୋଷଣା କରୁଛି “। ଅନ୍ୟପଟେ ଫିଲ୍ମର କ୍ରେଜ୍ ଖାଲି ମଧ୍ୟପ୍ରଦେଶରେ ନୁହଁ ସାରା ଦେଶରେ ଦେଖିବାକୁ ମିଳୁଛି । ଖାସ୍ କରି ମହାରାଷ୍ଟ୍ରରେ , ସିନେମା ଘରମାନଙ୍କରେ ବୀର ସମ୍ଭାଜୀ ମହାରାଜଙ୍କ ପରାକାଷ୍ଠାକୁ ଦେଖି କାନ୍ଦି ଦର୍ଶକ ମାନେ ମହାରାଜଙ୍କ ଗୁଣଗାନ କରୁଛନ୍ତି । ମହାରାଷ୍ଟ୍ରର ସଂସ୍କୃତି ଏବଂ ପରମ୍ପରା କେତେ ଉଚ୍ଚକୋଟିର ଏହା ତ ସମସ୍ତେ ଜାଣନ୍ତି । ଭାରତବର୍ଷର ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବାରେ କୌଣସି ସ୍ତରରେ କମ୍ କରନ୍ତି ନାହିଁ ମରାଠା । ତେବେ ମଧ୍ୟପ୍ରଦେଶରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ପ୍ରଥମେ ହିନ୍ଦୁ ସଙ୍ଗଠନ ପକ୍ଷରୁ ଦାବି କରାଯାଇଥିଲା । ଏହି ଫିଲ୍ମକୁ ପ୍ରେକ୍ଷାଳୟରେ ଫେବୃୟାରୀ ୧୪ ତାରିଖ ଦିନ ରିଲିଜ୍ କରାଗଲା ।

ମରାଠୀ ଭାଷାରେ ଛାୱା ଅର୍ଥାତ୍ ବାଘର ଛୁଆ । ଛତ୍ରପତି ସାମ୍ବାଜୀ ମହାରାଜଙ୍କ ଭୂମିକାରେ ଅବତୀର୍ଣ୍ଣ ଭିକି ନିଜର ନିଖୁଣ ଅଭିନୟ ପାଇଁ ସବୁଠି ପ୍ରଶଂସା ସାଉଁଟିଛନ୍ତି। ଏହି ଚରିତ୍ରରେ ଓହ୍ଲାଇବା ପାଇଁ ଭିକ୍କିଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଥିଲା । ସାମ୍ବାଜୀ ଚରିତ୍ରରେ ପରଫେକ୍ଟ ଦେଖାଯିବା ପାଇଁ ଦିନରାତି ଏକ କରି କସରତ ସହ ଘୋଡା ଚାଳନା, ଖଣ୍ଡା ଚାଳନାଠୁ ଆରମ୍ଭ କରି ଡାଏଟ ଉପରେ ମଧ୍ୟ ଧ୍ୟାନ ଦେଇଥିଲେ । ଦିନକୁ ୬ ରୁ ୮ ଘଣ୍ଟାର ଲାଠି ଚାଳନା,ଖଣ୍ଡା ଚାଳନା ଓ ଘୋଡା ଚାଳନା ଶିଖୁଥିଲେ ଅଭିନେତା । ଏଥିସହ ୨୫ କେଜି ଓଜନ ମଧ୍ୟ ବଢ଼ାଇଥିଲେ । ଏହି ସବୁ ଦିଗ ଉପରେ ଧ୍ୟାନ ଦେବା ପରେ ଛାୱା ଭୂମିକା ପାଇଁ ନିଜକୁ ଗଢ଼ି ତୋଳିଥିଲେ ଅଭିନେତା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score