Explore

Search

February 5, 2025 6:32 pm

Genres

ବଡଦିନ ଓ ନୂଆବର୍ଷରେ ରାତି ୨ଟାରେ ଶ୍ରୀମନ୍ଦିର ଖୋଲିବ

puri temple news

ପୁରୀ: ଆସନ୍ତା ବଡଦିନ ଓ ନୂଆବର୍ଷକୁ ଦୃଷ୍ଟିରେ ରଖି ଭକ୍ତଙ୍କ ସୁରକ୍ଷିତ ଦର୍ଶନ ପାଇଁ ରାତି ୨ଟାରେ ଶ୍ରୀମନ୍ଦିର ଖୋଲାଯିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ଶୃଙ୍ଖଳିତ ଦର୍ଶନ ପାଇଁ ବଡ଼ଦାଣ୍ଡରେ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି। ନୂଆବର୍ଷ ଆରମ୍ଭରୁ ଶ୍ରୀମନ୍ଦିର ଭିତର ନାଟମଣ୍ଡପରେ ଭକ୍ତଙ୍କ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ । ନାଟମଣ୍ଡପରେ ନୂତନ ଦର୍ଶନ ବ୍ୟବସ୍ଥା ନେଇ ପ୍ରତିହାରୀ ନିଯୋଗ ସହ ଟିକିନିଖି ଆଲୋଚନା କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପୂର୍ବରୁ ଆସନ୍ତା ୩୦ଏବଂ ୩୧ ତାରିଖରୁ ପରୀକ୍ଷାମୂଳକ ଭାବେ ନାଟମଣ୍ଡପରେ ୬ ଥାକିଆ ବ୍ୟାରିକେଡ୍ କରାଯିବ । ଆଉ ସେଇ ବ୍ୟାରିକେଡ୍ ଭିତରେ ମହିଳା, ପୁରୁଷ, ବରିଷ୍ଠ ନାଗରିକ ଓ ଛୋଟପିଲାଙ୍କୁ ଧାଡ଼ିରେ ଛଡ଼ାଯିବ । ନୂଆବର୍ଷରେ ପୁରୀକୁ ବହୁ ସଂଖ୍ୟାରେ ପର୍ଯ୍ୟଟକ ଆସିବା ଆଶା କରାଯାଉଛି । କାରଣ ଜାନୁଆରୀ ୧୫ ତାରିଖ ଯାଏ ପୁରୀରେ ଥିବା ପ୍ରାୟ ୧୩୦୦ ହୋଟେଲ୍‌ରେ ୮୦ରୁ ୯୦ ପ୍ରତିଶତ ବୁକିଂ ସରିଗଲାଣି ।

ପୁରୀରେ ପର୍ଯ୍ୟଟକମାନେ କିଭଳି ନୂଆବର୍ଷକୁ ଶାନ୍ତିଶୃଙ୍ଖଳା ସହ ଖୁସିର ସହ ପାଳନ କରିବେ ସେଥିପାଇଁ ଏସ୍‌ପିଙ୍କ ଅଧକ୍ଷତାରେ ହୋଟେଲ୍‌ ମାଲିକମାନଙ୍କ ସହ ଏକ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ସରାଇ ଆପ୍ ଜରିଆରେ ପର୍ଯ୍ୟଟକଙ୍କ ସବୁ ତଥ୍ୟ ରଖିବାକୁ ହୋଟେଲ ମାଲିକମାନଙ୍କୁ କୁହାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score