ପୁରୀ: ଆଜି ପୁରୀ ଗସ୍ତରେ ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ନୌସେନା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ଗୋପବନ୍ଧୁ ଆୟୁର୍ବେଦିକ କଲେଜରେ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥି ସହିତ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଅଛି ।
ପ୍ରଥମ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବା ସହ ନୌସେନା ଦିବସ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ ଦ୍ରୌପଦୀ ମୁର୍ମୁ । ସକାଳ ୯ଟା ୪୫ରେ ସମଙ୍ଗ ହେଲିପ୍ୟାଡରେ ଲ୍ୟାଣ୍ଡିଂ କରିବ ରାଷ୍ଟ୍ରପତିଙ୍କ ସ୍ବତନ୍ତ୍ର ବିମାନ । ସକାଳ ୧୦ଟା ୧୫ରୁ ୧୦ଟା ୪୦ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ଦିନ ୧୧ଟାରୁ ୧୨ଟା ଗୋପବନ୍ଧୁ ଆୟୁର୍ବେଦିକ କଲେଜ ହୀରକ ଜୟନ୍ତୀରେ ଯୋଗଦେବେ । ଅପରାହ୍ନ ୧୨ଟାରେ ରାଜଭବନ ଫେରିବେ । ଅପରାହ୍ନ ୪ଟା ୮ ମିନିଟରେ ନୌସେନା ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ ରାଷ୍ଟ୍ରପତି । ପୁରୀସ୍ଥିତ ବ୍ଲୁ ଫ୍ଲାଗ ବିଚରେ ପ୍ରାୟ ଦେଢ଼ ଘଣ୍ଟା ରହିବେ ରାଷ୍ଟ୍ରପତି । ସଂଧ୍ୟା ୫.୪୫ ମିନିଟରେ ବ୍ଲୁ ଫ୍ଲାଗ ବିଚ୍ ଛାଡ଼ିବେ ରାଷ୍ଟ୍ରପତି । ଏହା ପରେ ପୁଣି ଭୁବନେଶ୍ବର ଫେରି ଆସିବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଛି ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି l
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |