Explore

Search
Close this search box.

Search

November 22, 2024 2:25 am

Genres

ଚାଷୀମାନଙ୍କ ପାଇଁ ସରକାରଙ୍କର ବଡ ଘୋଷଣା :ଅକ୍ଟୋବର ୫ରେ ମିଳିବ ପିଏମ୍ କିଷାନ ଯୋଜନା ଟଙ୍କା

PM Kisan

ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ ପଠାଯିବ ମୋଟ ୨୦ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା।

ପିଏମ୍ କିଷାନ ଯୋଜନାର ୧୮ତମ କିସ୍ତିରେ ଦେଶର ୯.୫ କୋଟି ଚାଷୀଙ୍କୁ ୨୦ ହଜାର କୋଟି ଟଙ୍କା ମିଳିବ। ଏହା ପୂର୍ବରୁ ଜୁନ ମାସରେ ଯୋଜନାର ୧୭ ତମ କିସ୍ତି ପ୍ରଦାନ କରିଥିଲେ କେନ୍ଦ୍ର ସରକାର। ଚାଷୀଙ୍କ ଆୟକୁ ବଢ଼ାଇବା ପାଇଁ ସରକାର ଅନେକ ପ୍ରକାରର ଯୋଜନା ଆରମ୍ଭ କରିଛନ୍ତି। ଆଉ ଏଥି ମଧ୍ୟରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ବା ପିଏମ୍ କିଷାନ ଯୋଜନା । ଏହି ଯୋଜନା ଅଧୀନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏବେ ପର୍ଯ୍ୟନ୍ତ ଚାଷୀଙ୍କ ଖାତାରେ ୧୭ଟି କିସ୍ତି ପଠା ଯାଇସାରିଲାଣି । ସରକାର ପ୍ରତି ଚାରି ମାସ ବ୍ୟବଧାନରେ ଚାଷୀଙ୍କ ଖାତାରେ ୨ ହଜାର ୨ହଜାର ଟଙ୍କା ପଠାଯାଏ।

ସେହିପରି ଉପମୁଖ୍ୟମନ୍ତ୍ରୀ ଚଳିତବର୍ଷ ଧାନ କିଣାକୁ ନେଇ ଘୋଷଣା କରିଛନ୍ତି। ଚଳିତ ବର୍ଷ ବରଗଡ଼ର ସୋହେଲାରୁ ରାଜ୍ୟ ସରକାର ଧାନ କିଣା ଆରମ୍ଭ କରିବେ। ୩୧୦୦ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଧାନ କିଣାଯିବ।

ଅନ୍ୟପକ୍ଷରେ ରାଜ୍ୟରେ ଆଗକୁ ହେବାକୁ ଥିବା କୃଷି ଯନ୍ତ୍ରପାତି ମେଳାକୁ ନେଇ ଗୁରୁବାର ଉପମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ହୋଇଛି। ତେବେ ସୂଚନା ଥାଉ କି ୨୬ଟି ଜିଲ୍ଲାରେ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବ। କେନ୍ଦୁଝର, ବଲାଙ୍ଗୀର, ଜୟପୁର ଓ ବ୍ରହ୍ମପୁରରେ ଆଞ୍ଚଳିକ ମେଳା ଆୟୋଜନ କରାଯିବ। ଚାଷରେ ଯନ୍ତ୍ରପାତି ବ୍ୟବହାର ଉପରେ ଗୁରୁତ୍ବ ଦେଉଛନ୍ତି ରାଜ୍ୟ ସରକାର। କୃଷି କ୍ଷେତ୍ର ପାଇଁ ଶ୍ରମିକ ନମିଳିବା ଏକ ବଡ଼ ସମସ୍ୟା ପାଲଟିଛି । ତେଣୁ ଚାଷୀ ମାନେ ଯନ୍ତ୍ରପାତି ବ୍ୟବହାର ପାଇଁ ଆଗ୍ରହୀ ହେଉଛନ୍ତି। ଏଥି ପାଇଁ କୃଷି ଯନ୍ତ୍ରପାତି ନିର୍ମାଣକାରୀ ସଂସ୍ଥା ମାନଙ୍କୁ ମେକ୍ ଇନ୍ ଓଡ଼ିଶା ରେ ଯୋଗଦାନ କରିବାପାଇଁ କୃଷି ମନ୍ତ୍ରୀ ଅନୁରୋଧ କରିଛନ୍ତି। ଏହା ସହ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଲିଜ୍‌ରେ କୃଷି ଯନ୍ତ୍ରପାତି ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ କୃଷି ମନ୍ତ୍ରୀ  ପ୍ରସ୍ତାବ ଦେଇଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score